ମହିଳା ଟ୍ବେଣ୍ଟି-୨୦ରେ ଭାରତକୁ ୧୨ ରନ୍ରେ ହରାଇଲା ଦକ୍ଷିଣ ଆଫ୍ରିକା
ଚେନ୍ନାଇ: ଭାରତ ଗସ୍ତରେ ପ୍ରଥମ ବିଜୟ ପାଇଛି ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳ। ଦିନିକିଆରେ ମୂଳପୋଛ (୦-୩)ର ଶିକାର ହୋଇଥିବା ଭ୍ରମଣକାରୀ ଦଳ ଗତ ସପ୍ତାହରେ ଏକମାତ୍ର ଟେଷ୍ଟରେ ୧୦ ୱିକେଟରେ ପରାସ୍ତ ହୋଇଥିଲା। ଏବେ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ କିନ୍ତୁ ହର୍ମନପ୍ରୀତ୍ କୌରଙ୍କ ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଲୌରା ୱଲଭର୍ଟଙ୍କ ଦଳ ରୋମାଞ୍ଚକ ଭାବେ ୧୨ ରନ୍ରେ ବିଜୟୀ ହୋଇ ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା […]
ଚେନ୍ନାଇ: ଭାରତ ଗସ୍ତରେ ପ୍ରଥମ ବିଜୟ ପାଇଛି ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳ। ଦିନିକିଆରେ ମୂଳପୋଛ (୦-୩)ର ଶିକାର ହୋଇଥିବା ଭ୍ରମଣକାରୀ ଦଳ ଗତ ସପ୍ତାହରେ ଏକମାତ୍ର ଟେଷ୍ଟରେ ୧୦ ୱିକେଟରେ ପରାସ୍ତ ହୋଇଥିଲା। ଏବେ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ କିନ୍ତୁ ହର୍ମନପ୍ରୀତ୍ କୌରଙ୍କ ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଲୌରା ୱଲଭର୍ଟଙ୍କ ଦଳ ରୋମାଞ୍ଚକ ଭାବେ ୧୨ ରନ୍ରେ ବିଜୟୀ ହୋଇ ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୮୯ ରନ୍ ସଂଗ୍ରହ କରିବା ପରେ ଭାରତକୁ ୧୭୭/୪ରେ ରୋକି ଦେଇଥିଲା। ସ୍ମୃତି ମନ୍ଧାନା (୩୦ ବଲ୍ରୁ ୪୬ ରନ୍) ଓ ଜେମିମା ରଡ୍ରିଗ୍ବେଜ୍ (୩୦ ବଲରୁ ୫୩* ରନ୍) ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଅଧିନାୟିକା ହର୍ମନପ୍ରୀତ୍ କୌର୍ (୨୯ ବଲ୍ରୁ ୩୫ ରନ୍)ଙ୍କ ମନ୍ଥର ବ୍ୟାଟିଂ ଶେଷରେ ଫରକ ପକାଇଥିଲା। ଶେଷ ବଲ୍ରେ ସେ ଆଉଟ୍ ହୋଇଥିଲେ ମଧ୍ୟ ଦଳକୁ ବିଜୟୀ କରିପାରି ନଥିଲେ।




