ମହିଳା ଚାମ୍ପିଅନ୍ସ ଲିଗ୍‌ ସେମିଫାଇନାଲ୍‌ରେ ଆର୍ସେନାଲ

ନୂଆଦିଲ୍ଲୀ : ଦୀର୍ଘ ୧୦ ବର୍ଷ ପରେ ଆର୍ସେନାଲ୍ ମହିଳା ଚାମ୍ପିଅନ୍ସ ଲିଗ୍‌ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ବୁଧବାର କ୍ବାର୍ଟରଫାଇନାଲ୍‌ମ୍ୟାଚ୍‌ରେ ଆର୍ସେନାଲ୍‌ ୨-୦ ଗୋଲ୍‌ରେ ବାଏରିନ୍‌ ମୁନିକକୁ ହରାଇ ଏହି ‌‌ଯୋଗ୍ୟତା ଅର୍ଜନ କରିଛି। ବିଜୟୀ ଦଳ ପାଇଁ ଫ୍ରିଦା ମାନୁମ୍‌ ଓ ଷ୍ଟିନା ବ୍ଲାକ୍‌ଷ୍ଟେନିଅସ୍‌ ପ୍ରଥମାର୍ଦ୍ଧରେ ଦୁଇଟିଯାକ ଗୋଲ୍‌ ସ୍କୋର କରିଥିଲେ। ସେମିଫାଇନାଲ୍‌ରେ ଆର୍ସେନାଲ୍‌ର ମୁକାବିଲା ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌ କିମ୍ବା ଭିଏଫ୍‌ଏଲ୍‌ ଉଲ୍‌ଫସବର୍ଗ ସହିତ ହେବ। ଯଦି ଚେଲ୍‌ସି ଗତବର୍ଷର ବିଜେତା ଅଲିମ୍ପିକ୍‌ ଲୋନାଇସ୍‌କୁ […]

Samaya Live Picture
Published On

ନୂଆଦିଲ୍ଲୀ : ଦୀର୍ଘ ୧୦ ବର୍ଷ ପରେ ଆର୍ସେନାଲ୍ ମହିଳା ଚାମ୍ପିଅନ୍ସ ଲିଗ୍‌ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ବୁଧବାର କ୍ବାର୍ଟରଫାଇନାଲ୍‌ମ୍ୟାଚ୍‌ରେ ଆର୍ସେନାଲ୍‌ ୨-୦ ଗୋଲ୍‌ରେ ବାଏରିନ୍‌ ମୁନିକକୁ ହରାଇ ଏହି ‌‌ଯୋଗ୍ୟତା ଅର୍ଜନ କରିଛି। ବିଜୟୀ ଦଳ ପାଇଁ ଫ୍ରିଦା ମାନୁମ୍‌ ଓ ଷ୍ଟିନା ବ୍ଲାକ୍‌ଷ୍ଟେନିଅସ୍‌ ପ୍ରଥମାର୍ଦ୍ଧରେ ଦୁଇଟିଯାକ ଗୋଲ୍‌ ସ୍କୋର କରିଥିଲେ। ସେମିଫାଇନାଲ୍‌ରେ ଆର୍ସେନାଲ୍‌ର ମୁକାବିଲା ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌ କିମ୍ବା ଭିଏଫ୍‌ଏଲ୍‌ ଉଲ୍‌ଫସବର୍ଗ ସହିତ ହେବ। ଯଦି ଚେଲ୍‌ସି ଗତବର୍ଷର ବିଜେତା ଅଲିମ୍ପିକ୍‌ ଲୋନାଇସ୍‌କୁ ହରାଏ, ତାହେଲେ ସେମିଫାଇନାଲ୍‌ରେ ଦୁଇଟି ଇଂଲିଶ ଦଳ ପ୍ରବେଶ କରିବେ। ଶେଷ ଥର ପାଇଁ ୨୦୧୭-୧୮ରେ ଚେଲସି ଓ ମାଞ୍ଚେଷ୍ଟର ସିଟି ସେମିଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ। କିନ୍ତୁ ଏଥର ଏହି ଦୁଇ ଦଳ ଉଲ୍‌ଫସବର୍ଗ ଓ ଲାୟନଠୁ ପରାଜିତ ହୋଇ ଶେଷ ୪ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି।

Tags: