ମହିଳା ଖେଳାଳିଙ୍କୁ ଚୁମ୍ବନ ଘଟଣାରେ ଇସ୍ତଫା ଦେବାକୁ ଅମଙ୍ଗ ସ୍ପାନିସ୍ ଫୁଟବଲ ମୁଖ୍ୟ

ଲୌସେନ୍: ସ୍ପେନର ଫିଫା ମହିଳା ବିଶ୍ବକପ୍ ବିଜେତା ଦଳର ପ୍ରମୁଖ ଖେଳାଳି ଜେନି ହର୍ମୋସୋଙ୍କୁ ସ୍ପେନ୍ ଫୁଟବଲ୍ ସଂଘ ସଭାପତି ଲୁଇସ୍ ରୁବାଏଲ୍ସ ପୁରସ୍କାର ପ୍ରଦାନ ମଞ୍ଚରେ ଓଠକୁ ଚୁମ୍ବନ ଦେବା ଘଟଣାକୁ ତୀବ୍ର ସମାଲୋଚନା କରାଯିବା ସତ୍ତ୍ବେ ସେ ଇସ୍ତଫା ଦେବାକୁ ଅମଙ୍ଗ ହୋଇଛନ୍ତି। ତାଙ୍କ ଇସ୍ତଫା ପାଇଁ ସରକାରଙ୍କ ମନ୍ତ୍ରୀ, ଖେଳାଳି, ପ୍ରଶିକ୍ଷକମାନେ ଜୋରଦାର ଦାବି କରିଥିଲେ। ହେଲେ ଲୁଇସ୍ କହିଛନ୍ତି ‘ଚୁମ୍ବନ ସହମତିରେ ହୋଇଥିଲା, କିନ୍ତୁ ମୁଁ ସାମାଜିକ ହତ୍ୟାର ଶିକାର ହୋଇଛି। […]

Samaya Live Picture
Published On

ଲୌସେନ୍: ସ୍ପେନର ଫିଫା ମହିଳା ବିଶ୍ବକପ୍ ବିଜେତା ଦଳର ପ୍ରମୁଖ ଖେଳାଳି ଜେନି ହର୍ମୋସୋଙ୍କୁ ସ୍ପେନ୍ ଫୁଟବଲ୍ ସଂଘ ସଭାପତି ଲୁଇସ୍ ରୁବାଏଲ୍ସ ପୁରସ୍କାର ପ୍ରଦାନ ମଞ୍ଚରେ ଓଠକୁ ଚୁମ୍ବନ ଦେବା ଘଟଣାକୁ ତୀବ୍ର ସମାଲୋଚନା କରାଯିବା ସତ୍ତ୍ବେ ସେ ଇସ୍ତଫା ଦେବାକୁ ଅମଙ୍ଗ ହୋଇଛନ୍ତି। ତାଙ୍କ ଇସ୍ତଫା ପାଇଁ ସରକାରଙ୍କ ମନ୍ତ୍ରୀ, ଖେଳାଳି, ପ୍ରଶିକ୍ଷକମାନେ ଜୋରଦାର ଦାବି କରିଥିଲେ। ହେଲେ ଲୁଇସ୍ କହିଛନ୍ତି ‘ଚୁମ୍ବନ ସହମତିରେ ହୋଇଥିଲା, କିନ୍ତୁ ମୁଁ ସାମାଜିକ ହତ୍ୟାର ଶିକାର ହୋଇଛି। ତଥାପି ମୁଁ ଇସ୍ତଫା ଦେବି ନାହିଁ’। ଗୁରୁବାରଠାରୁ ଏହି ପ୍ରସଙ୍ଗରେ ଫିଫା ଶୃଙ୍ଖଳା ସମିତି କାର୍ଯ୍ୟାନୁଷ୍ଠାନ ନେବା ପ୍ରକ୍ରିୟା ଆରମ୍ଭ କରିଛି। ଏସଂକ୍ରାନ୍ତରେ ଲୁଇସ୍ ରୁବାଏଲ୍ସଙ୍କୁ ଅବଗତ କରାଇ ଦେଇଛି। ଲୁଇସ୍ଙ୍କ ଉକ୍ତ ଆଚରଣ ଫିଫା ଶୃଙ୍ଖଳା ନିୟମାବଳୀର ଧାରା ୧୩ ପାରା ୧ ଓ ୨ ର ଉଲ୍ଲଂଘନ କରୁଥିବା କୁହାଯାଇଛି। ଲୁଇସ୍ଙ୍କ ଏହି ଆଚରଣ ଗ୍ରହଣୀୟ ନୁହେଁ। ତଥାପି ମହିଳା ଫୁଟବଲ୍ ଖେଳାଳିଙ୍କ ସୁରକ୍ଷା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିବା ଜେନି ପ୍ରତିକ୍ରିୟା ଦେଇଛନ୍ତି। ପୂର୍ବରୁ ସ୍ପେନ୍ ସରକାର ଓ କ୍ରୀଡ଼ା ମନ୍ତ୍ରାଳୟ ମଧ୍ୟ ଲୁଇସ୍ଙ୍କ ଏହି ଆଚରଣକୁ ନିନ୍ଦା କରିଛି। ସ୍ପେନ୍ ମହିଳା ଫୁଟବଲ୍ ଲିଗ୍ ‘ଲିଗା ଏଫ୍’ ପକ୍ଷରୁ ମଧ୍ୟ ଲୁଇସ୍ଙ୍କୁ ବହିସ୍କାର ପାଇଁ ଦାବି କରାଯାଇଛି।

Tags: