ମହିଳା ଖେଳାଳିଙ୍କୁ ଅସଦାଚରଣ କରି ନିଲମ୍ବିତ ହେଲେ ଏଆଇଏଫ୍ଏଫ୍ କାର୍ଯ୍ୟନିର୍ବାହୀ ସଦସ୍ୟ

ନୂଆଦିଲ୍ଲୀ: ଗୋଆରେ ଦୁଇ ମହିଳା ଖେଳାଳିଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଦୀପକ ଶର୍ମାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବନ କରିଛି ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍)। ହିମାଚଳପ୍ରଦେଶର ଆଇଡବ୍ଲ୍ୟୁଏଲ୍ ଦ୍ବିତୀୟ ଡିଭିଜନ୍ ଦଳ ଖଡ୍ ଏଫ୍ସିର ଦୁଇ ମହିଳା ଖେଳାଳି ଦୀପକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ମାର୍ଚ୍ଚ ୨୮ ତାରିଖରେ କ୍ଲବ୍ର ମାଲିକ ଦୀପକ ସେମାନଙ୍କ ରୁମ୍କୁ ଜୋର୍ ଜବରଦସ୍ତ ପ୍ରବେଶ କରିବା ସହ ଶାରୀରିକ ନିର୍ଯାତନା ଦେଇଥିଲେ। ଗତ […]

Samaya Live Picture
Published On

ନୂଆଦିଲ୍ଲୀ: ଗୋଆରେ ଦୁଇ ମହିଳା ଖେଳାଳିଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଦୀପକ ଶର୍ମାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବନ କରିଛି ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍)। ହିମାଚଳପ୍ରଦେଶର ଆଇଡବ୍ଲ୍ୟୁଏଲ୍ ଦ୍ବିତୀୟ ଡିଭିଜନ୍ ଦଳ ଖଡ୍ ଏଫ୍ସିର ଦୁଇ ମହିଳା ଖେଳାଳି ଦୀପକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ମାର୍ଚ୍ଚ ୨୮ ତାରିଖରେ କ୍ଲବ୍ର ମାଲିକ ଦୀପକ ସେମାନଙ୍କ ରୁମ୍କୁ ଜୋର୍ ଜବରଦସ୍ତ ପ୍ରବେଶ କରିବା ସହ ଶାରୀରିକ ନିର୍ଯାତନା ଦେଇଥିଲେ। ଗତ ଶନିବାର ଦୀପକଙ୍କୁ ଫୁଟବଲ୍ ସମ୍ବନ୍ଧୀୟ ସମସ୍ତ ପ୍ରକାରର କାର୍ଯ୍ୟକଳାପଠୁ ଦୂରେଇ ରହିବାକୁ ଏଆଇଏଫ୍ଏଫ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟପକ୍ଷରେ ଆୟୋଜକ ରାଜ୍ୟ ସଂଘର ଏତଲା ପରେ ଗୋଆ ପୁଲିସ୍ ଦୀପକଙ୍କୁ ଗିରଫ କରିଥିଲା ଓ ପରେ ସେ ଜାମିନ୍ ପାଇଥିଲେ। ସଭାପତି କଲ୍ୟାଣ ଚୌବେ, ଉପସଭାପତି ଏନ୍ଏ ହାରିସ୍ ଓ କୋଷାଧ୍ୟକ୍ଷ କ୍ରିପା ଅଜୟଙ୍କୁ ନେଇ ବସିଥିବା ଏଆଇଏଫ୍ଏଫ୍ର ଜରୁରିକାଳୀନ ବୈଠକରେ ଅଭିଯୋଗକାରୀଙ୍କ ସହିତ ଅଭିଯୁକ୍ତଙ୍କ ପକ୍ଷ ମଧ୍ୟ ଶୁଣାଯାଇଥିଲା। ସଦସ୍ୟ ରାଜ୍ୟ ସଂଘମାନଙ୍କର ବୈଠକ ପରେ ଦୀପକଙ୍କୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ନିଲମ୍ବନ କରାଯିବାକୁ ନିଷ୍ପତ୍ତି ହୋଇଥିଲା।

Tags: