ମହିଳା କବାଡ଼ିକୁ ସ୍ବର୍ଣ୍ଣ ସହ ଏସୀୟ କ୍ରୀଡ଼ାରେ ୧୦୦ ପଦକ ପୂରଣ କଲା ଭାରତ

ହାଙ୍ଗଝୌ: ଏସୀୟ କ୍ରୀଡ଼ାରେ ଭାରତ ୧୦୦ତମ ପଦକ ପାଇଛି। ଶନିବାର ମହିଳା କବାଡ଼ିରେ ଭାରତ ସ୍ବର୍ଣ୍ଣ ପଦକ ଜିତି ଏହି କୀର୍ତ୍ତି ଅର୍ଜିଛି। ମହିଳା କବାଡ଼ି ଫାଇନାଲ୍ରେ ଭାରତ ୨୬-୨୫ରେ ଚାଇନିଜ୍ ତାଇପେକୁ ପରାସ୍ତ କରିଥିଲା। ଏସୀୟ କ୍ରୀଡ଼ାରେ ମହିଳା କବାଡ଼ି ଦଳକୁ ଏହା ତୃତୀୟ ପଦକ ମିଳିଛି। ଗତ ସଂସ୍କରଣରେ ଭାରତ ଉପବିଜେତା ହୋଇଥିଲା। ଅନ୍ୟପକ୍ଷରେ ମହିଳା ତୀରନ୍ଦାଜିରେ ଓଜାସ୍ ଦେଓତଲେ ଓ ଜ୍ୟୋତି ସୁରେଖା ସ୍ବର୍ଣ୍ଣ ପଦକରେ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ଆଦିତି ସ୍ବାମୀ […]

Samaya Live Picture
Published On

ହାଙ୍ଗଝୌ: ଏସୀୟ କ୍ରୀଡ଼ାରେ ଭାରତ ୧୦୦ତମ ପଦକ ପାଇଛି। ଶନିବାର ମହିଳା କବାଡ଼ିରେ ଭାରତ ସ୍ବର୍ଣ୍ଣ ପଦକ ଜିତି ଏହି କୀର୍ତ୍ତି ଅର୍ଜିଛି। ମହିଳା କବାଡ଼ି ଫାଇନାଲ୍ରେ ଭାରତ ୨୬-୨୫ରେ ଚାଇନିଜ୍ ତାଇପେକୁ ପରାସ୍ତ କରିଥିଲା। ଏସୀୟ କ୍ରୀଡ଼ାରେ ମହିଳା କବାଡ଼ି ଦଳକୁ ଏହା ତୃତୀୟ ପଦକ ମିଳିଛି। ଗତ ସଂସ୍କରଣରେ ଭାରତ ଉପବିଜେତା ହୋଇଥିଲା। ଅନ୍ୟପକ୍ଷରେ ମହିଳା ତୀରନ୍ଦାଜିରେ ଓଜାସ୍ ଦେଓତଲେ ଓ ଜ୍ୟୋତି ସୁରେଖା ସ୍ବର୍ଣ୍ଣ ପଦକରେ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ଆଦିତି ସ୍ବାମୀ କାଂସ୍ୟ ଓ ଅଭିଷେକ ବର୍ମା ରୌପ୍ୟ ପଦକ ଜିତିଛନ୍ତି। ଏହାଫଳରେ ଭାରତୀୟ ତୀରନ୍ଦାଜଙ୍କ ଏସୀୟ କ୍ରୀଡ଼ା ଅଭିଯାନ ଶେଷ ହୋଇଛି। ଏହି ଅଭିଯାନରେ ଭାରତୀୟ ତୀରନ୍ଦାଜମାନେ ୯ ପଦକ ପାଇଛନ୍ତି।

Tags: