ମହମ୍ମଦ ହାଫିଜ୍ ପାକିସ୍ତାନ କ୍ରିକେଟ୍ ଦଳର ନିର୍ଦ୍ଦେଶକ

ଇସଲାମାବାଦ୍: ପୂର୍ବତନ ଟେଷ୍ଟ୍ ଅଧିନାୟକ ମହମ୍ମଦ ହାଫିଜ୍ ପାକିସ୍ତାନ କ୍ରିକେଟ୍ ଦଳର ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। ବିଶ୍ବକପ୍ରେ ପାକିସ୍ତାନର ଦୁର୍ବଳ ପ୍ରଦର୍ଶନ ପରେ ଦଳକୁ ପୁଣି ଥରେ ନୂଆ ଭାବେ ଗଢ଼ିବା ପାଇଁ ହାଫିଜ୍ଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିସହିତ ସେ ଦଳର ପ୍ରଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିବେ। ଆଗକୁ ପାକିସ୍ତାନର ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ସେ ଦଳ ସହିତ ସାମିଲ ହେବେ। ଏହି ନୂଆ ଦାୟିତ୍ବ ଗ୍ରହଣ କରିବା ପରେ ହାଫିଜ୍ ପାକିସ୍ତାନ […]

Samaya Live Picture
Published On

ଇସଲାମାବାଦ୍: ପୂର୍ବତନ ଟେଷ୍ଟ୍ ଅଧିନାୟକ ମହମ୍ମଦ ହାଫିଜ୍ ପାକିସ୍ତାନ କ୍ରିକେଟ୍ ଦଳର ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। ବିଶ୍ବକପ୍ରେ ପାକିସ୍ତାନର ଦୁର୍ବଳ ପ୍ରଦର୍ଶନ ପରେ ଦଳକୁ ପୁଣି ଥରେ ନୂଆ ଭାବେ ଗଢ଼ିବା ପାଇଁ ହାଫିଜ୍ଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିସହିତ ସେ ଦଳର ପ୍ରଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିବେ। ଆଗକୁ ପାକିସ୍ତାନର ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ସେ ଦଳ ସହିତ ସାମିଲ ହେବେ। ଏହି ନୂଆ ଦାୟିତ୍ବ ଗ୍ରହଣ କରିବା ପରେ ହାଫିଜ୍ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ କୃତଜ୍ଞତା ଜଣାଇଛନ୍ତି। ପ୍ରଥମ ଥର ପାଇଁ ପିସିବି ଜାତୀୟ ପୁରୁଷ ଦଳ ପାଇଁ ନିର୍ଦ୍ଦେଶକ ନିଯୁକ୍ତ କରିଛି। ପୂର୍ବରୁ ୨୦୧୯ରେ ମିସ୍ବା ଉଲ ହକ୍ଙ୍କୁ ପର୍ଯ୍ୟାପ୍ତ କ୍ଷମତା ସହ ଦଳର ମୁଖ୍ୟ ପ୍ରଶିକ୍ଷକ ଓ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରିଥିଲା। କିନ୍ତୁ ଗୋଟିଏ ବର୍ଷ ପରେ ସେ ମୁଖ୍ୟ ଚୟନକର୍ତ୍ତା ପଦରୁ ଓହରି ଯାଇଥିଲେ। ବୁଧବାର ନିୟମିତ ଅଧିନାୟକ ବାବର ଆଜମ ଦଳର ନେତୃତ୍ବରୁ ଓହରି ଯିବାରୁ ସାନ୍ ମାସୁଦଙ୍କୁ ଟେଷ୍ଟ୍ ଓ ସାହିନ ଶାହ ଆଫ୍ରିଦିଙ୍କୁ ଟ୍ବେଣ୍ଟି-୨୦ ଦଳର ନୂଆ ଅଧିନାୟକ ମନୋନୀତ କରାଯାଇଛି। ଦିନିକିଆ ଦଳର ଅଧିନାୟକଙ୍କ ନାମ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ପିସିବି କହିଛି।

Tags: