ମହମ୍ମଦ ସିରାଜଙ୍କୁ ଘର ଓ ଚାକିରି ଦେବ ତେଲେଙ୍ଗାନା ସରକାର

ହାଇଦ୍ରାବାଦ: ଭାରତୀୟ କ୍ରିକେଟର୍‌ ମହମ୍ମଦ ସିରାଜଙ୍କୁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଏକ ଆବାସିକ ଘର ଓ ସରକାରୀ ଚାକିରି ଦିଆଯିବ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ସିରାଜଙ୍କୁ ସମ୍ବର୍ଦ୍ଧନା ଦେବା ଅବସରରେ ଏହି ଘୋଷଣା କରିଛନ୍ତି। ମହମ୍ମଦ ସିରାଜ ଆମ ଦେଶ ପାଇଁ ଗର୍ବ ଓ ତେଲେଙ୍ଗାନା ପାଇଁ ଗୌରବ ଆଣିପାରିଛନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା ପରେ ସିରାଜ ହାଇଦ୍ରାବାଦ ଆସିବା ସହ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ସିରାଜଙ୍କୁ […]

Samaya Live Picture
Published On

ହାଇଦ୍ରାବାଦ: ଭାରତୀୟ କ୍ରିକେଟର୍‌ ମହମ୍ମଦ ସିରାଜଙ୍କୁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଏକ ଆବାସିକ ଘର ଓ ସରକାରୀ ଚାକିରି ଦିଆଯିବ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ସିରାଜଙ୍କୁ ସମ୍ବର୍ଦ୍ଧନା ଦେବା ଅବସରରେ ଏହି ଘୋଷଣା କରିଛନ୍ତି। ମହମ୍ମଦ ସିରାଜ ଆମ ଦେଶ ପାଇଁ ଗର୍ବ ଓ ତେଲେଙ୍ଗାନା ପାଇଁ ଗୌରବ ଆଣିପାରିଛନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା ପରେ ସିରାଜ ହାଇଦ୍ରାବାଦ ଆସିବା ସହ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ସିରାଜଙ୍କୁ ସଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଛି। ଏଥିସହିତ ବିଶ୍ବକପ୍‌ରେ ସିରାଜଙ୍କ ଚମତ୍କାର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଶଂସା କରିବା ସହିତ ତାଙ୍କୁ ଗୋଟିଏ ଘର ଯୋଗାଇ ଦେବା ଓ ସରକାରୀ ଚାକିରିରେ ନିଯୁକ୍ତି ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି। ହାଇଦ୍ରାବାଦ କିମ୍ବା ଏହା ନିକଟରେ ଏକ ଜମି ଚିହ୍ନଟ କରିବାକକୁ ନିର୍ଦ୍ଦେଶ ଦିଆଯାଇଛି।

Tags: