ମରୋକ୍କୋ ବିପକ୍ଷ ମ୍ୟାଚ୍ ପାଇଁ ଭାରତୀୟ ଡେଭିସ୍ କପ୍ ଦଳ ଘୋଷିତ

ନୂଆଦିଲ୍ଲୀ: ଲକ୍ଷ୍ନୌରେ ମରୋକ୍କୋ ବିପକ୍ଷରେ ଖେଳାଯିବାକୁ ଥିବା ଡେଭିସ୍ କପ୍ ଗ୍ରୁପ୍-୨ ମ୍ୟାଚ୍ ପାଇଁ ଭାରତୀୟ ଦଳର ଘୋଷଣା ହୋଇଛି। ଏହି ଦଳରେ ସୁମିତ ନଗଲ, ଶଶିକୁମାର ମୁକୁନ୍ଦ, ୟୁକି ଭାମ୍ବ୍ରି, ରାମକୁମାର ରାମନାଥନ, ରୋହନ ବୋପାନ୍ନା ଓ ଦିଗବିଜୟ ପ୍ରତାପ ସିଂହ ସ୍ଥାନ ପାଇଛନ୍ତି। ରୋହିତ ରାଜପାଲ୍ ଅଣଖେଳାଳି ଅଧିନାୟକ ଭାବେ ପୁଣି ଥରେ ଦଳରେ ସାମିଲ ହୋଇଛନ୍ତି। ସେପ୍ଟେମ୍ବର ୧୬ ଓ ୧୭ ତାରିଖରେ ମରକ୍କୋ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବ। ଡେଭିସ୍ କପ୍ରେ […]

Samaya Live Picture
Published On

ନୂଆଦିଲ୍ଲୀ: ଲକ୍ଷ୍ନୌରେ ମରୋକ୍କୋ ବିପକ୍ଷରେ ଖେଳାଯିବାକୁ ଥିବା ଡେଭିସ୍ କପ୍ ଗ୍ରୁପ୍-୨ ମ୍ୟାଚ୍ ପାଇଁ ଭାରତୀୟ ଦଳର ଘୋଷଣା ହୋଇଛି। ଏହି ଦଳରେ ସୁମିତ ନଗଲ, ଶଶିକୁମାର ମୁକୁନ୍ଦ, ୟୁକି ଭାମ୍ବ୍ରି, ରାମକୁମାର ରାମନାଥନ, ରୋହନ ବୋପାନ୍ନା ଓ ଦିଗବିଜୟ ପ୍ରତାପ ସିଂହ ସ୍ଥାନ ପାଇଛନ୍ତି। ରୋହିତ ରାଜପାଲ୍ ଅଣଖେଳାଳି ଅଧିନାୟକ ଭାବେ ପୁଣି ଥରେ ଦଳରେ ସାମିଲ ହୋଇଛନ୍ତି। ସେପ୍ଟେମ୍ବର ୧୬ ଓ ୧୭ ତାରିଖରେ ମରକ୍କୋ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବ। ଡେଭିସ୍ କପ୍ରେ ରୋହନଙ୍କ ପାଇଁ ଏହା ବିଦାୟୀ ସଂସ୍କରଣ ହେବାକୁ ଯାଉଛି। କାରଣ ଗତ ମାସରେ ସେ ଡେଭିସ୍ କପ୍ରୁ ଅବସର ନେବାକୁ ଯାଉଥିବା ବିଷୟରେ ସୂଚନା ଦେଇଥିଲେ। ଅପରପକ୍ଷେ ସକେତ ମିନେନି, ମାନସ ଧାମ୍ନେ, ମନୀଷ ସୁରେଶ କୁମାର, କରଣ ସିଂହ, ୟୁଭାନ୍ ନନ୍ଦଲ୍ ମୁଖ୍ୟ ଦଳ ସହିତ ଅଭ୍ୟାସ କରିବେ ବୋଲି ସର୍ବଭାରତୀୟ ଟେନିସ୍ ସଂଘ (ଆଇଟା) ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ବିଶ୍ବ ଗ୍ରୁପ୍ ପ୍ଲେ ଅଫ୍ରେ ଡେନମାର୍କଠୁ ୨-୩ରେ ପରାଜିତ ହୋଇ ଭାରତ ଗ୍ରୁପ୍-୨କୁ ଖସିଆସିଛି।

Tags: