ମନ୍ଥର ବୋଲିଂ ପାଇଁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ଫି’ କଟିଲା
ତରୌବା: ଏଠାରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ମନ୍ଥର ବୋଲିଂ ପାଇଁ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳକୁ ଦଣ୍ଡିତ କରାଯାଇଛି। ନିର୍ଧାରିତ ସମୟ ମଧ୍ୟରେ ଭାରତ ଗୋଟିଏ ଓଭର କମ୍ ବୋଲିଂ କରିଥିବାରୁ ମ୍ୟାଚ୍ ପାଉଣାର ୫ ପ୍ରତିଶତ ହରାଇଥିବାବେଳେ ୨ ଓଭର କମ୍ ବୋଲିଂ କରିଥିବାରୁ ଘରୋଇ ଦଳ ଉପରେ ୧୦ ପ୍ରତିଶତ ଜରିମାନା ଲାଗୁ କରିଛି ଆଇସିସି। ମ୍ୟାଚ୍ ଦାୟିତ୍ବରେ ଥିବା ଆଇସିସି ରେଫରି ରିଚି ରିଚାର୍ଡସନ୍ ଏହି ଶୁଣାଣି କରିଛନ୍ତି। ରବିବାର […]
ତରୌବା: ଏଠାରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ମନ୍ଥର ବୋଲିଂ ପାଇଁ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳକୁ ଦଣ୍ଡିତ କରାଯାଇଛି। ନିର୍ଧାରିତ ସମୟ ମଧ୍ୟରେ ଭାରତ ଗୋଟିଏ ଓଭର କମ୍ ବୋଲିଂ କରିଥିବାରୁ ମ୍ୟାଚ୍ ପାଉଣାର ୫ ପ୍ରତିଶତ ହରାଇଥିବାବେଳେ ୨ ଓଭର କମ୍ ବୋଲିଂ କରିଥିବାରୁ ଘରୋଇ ଦଳ ଉପରେ ୧୦ ପ୍ରତିଶତ ଜରିମାନା ଲାଗୁ କରିଛି ଆଇସିସି। ମ୍ୟାଚ୍ ଦାୟିତ୍ବରେ ଥିବା ଆଇସିସି ରେଫରି ରିଚି ରିଚାର୍ଡସନ୍ ଏହି ଶୁଣାଣି କରିଛନ୍ତି। ରବିବାର ରାତିରେ ହୋଇଥିବା ଏହି ଦଣ୍ଡକୁ ଉଭୟ ଦଳର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଏବଂ ରୋଭମନ ପାୱେଲ ମାନି ନେଇଛନ୍ତି। ଆଇସିସିର ଧାରା ୨.୨୨ରେ ଥିବା ଖେଳାଳିଙ୍କ ଆଚରଣ ଓ ସପୋର୍ଟ ପର୍ସୋନେଲ୍ ନିୟମ ଅନୁସାରେ ପ୍ରତି ଓଭର ପିଛା ୫ ପ୍ରତିଶତ ମ୍ୟାଚ୍ ପାଉଣା କଟିବାର ବ୍ୟବସ୍ଥା ରହିଛି। କିନ୍ତୁ ସର୍ବୋଚ୍ଚ ଜରିମାନା ୫୦ ପ୍ରତିଶତ ରଖାଯାଇଛି।




