ମଣିପୁରବାସୀଙ୍କୁ ପଦକ ଉତ୍ସର୍ଗ କଲେ ରୋଶିବିନା ଦେବୀ

ନୂଆଦିଲ୍ଲୀ: ପ୍ରାୟ ୫ ମାସ ହେବ ମଣିପୁର ଜଳୁଛି। ଏଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ମଣିପୁରୀ ଖେଳାଳି ନାଓରେମ୍ ରୋଶିବିନା ଦେବୀ ଚୀନର ହାଙ୍ଗ୍ଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତି ରାଜ୍ୟର ଗୌରବ ବଢ଼ାଇଛନ୍ତି। କହିବାକୁ ଗଲେ ଜଣେ ପୀଡ଼ିତା ହିଁ ପଦକ ଜିତି ଦେଶର ସୁନାମ ବଢ଼ାଇଛନ୍ତି। ଉଷୁର ମହିଳା ୬୦ କିଲୋଗ୍ରାମ ସାଣ୍ଡା ଇଭେଣ୍ଟର ଫାଇନାଲ୍ରେ ହାରିଯିବା ପରେ ରୋଶିବିନା ଦେବୀ ଏହି ପଦକ ଜିତିବାରେ ସକ୍ଷମ ହୋଇଥିଲେ। ବିଜୟ ପରେ […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରାୟ ୫ ମାସ ହେବ ମଣିପୁର ଜଳୁଛି। ଏଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ମଣିପୁରୀ ଖେଳାଳି ନାଓରେମ୍ ରୋଶିବିନା ଦେବୀ ଚୀନର ହାଙ୍ଗ୍ଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତି ରାଜ୍ୟର ଗୌରବ ବଢ଼ାଇଛନ୍ତି। କହିବାକୁ ଗଲେ ଜଣେ ପୀଡ଼ିତା ହିଁ ପଦକ ଜିତି ଦେଶର ସୁନାମ ବଢ଼ାଇଛନ୍ତି। ଉଷୁର ମହିଳା ୬୦ କିଲୋଗ୍ରାମ ସାଣ୍ଡା ଇଭେଣ୍ଟର ଫାଇନାଲ୍ରେ ହାରିଯିବା ପରେ ରୋଶିବିନା ଦେବୀ ଏହି ପଦକ ଜିତିବାରେ ସକ୍ଷମ ହୋଇଥିଲେ। ବିଜୟ ପରେ ସେ ଏହି ପଦକକୁ ମଣିପୁରବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ମଣିପୁରର କୁକି ସମ୍ପ୍ରଦାୟ ପ୍ରାଧାନ୍ୟ ଭିତରେ ଥିବା ବିଷ୍ଣୁପର ଜିଲ୍ଲା କ୍ବାସିଫାଇ ଗାଁରେ ରୋଶିବିନା ଦେବୀଙ୍କ ଘର ହୋଇଥିବାବେଳେ ସେ ମୈତେଈ ସମ୍ପ୍ରଦାୟର। ଏହିସ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗତ ମେ’ ମାସରୁ ବିବାଦ ଓ ହିଂସା ଲାଗି ରହିଥିବାବେଳେ ବହୁ ବ୍ୟକ୍ତି ପ୍ରାଣ ହରାଇ ସାରିଛନ୍ତି। ‘ମଣିପୁର ଜଳୁଛି, ଆମ ରାଜ୍ୟରେ ଲଢ଼େଇ ଚାଲିଛି। ମୁଁ ଗାଁ’କୁ ଫେରିପାରିବି ନାହିଁ। ସେଠାରେ ପ୍ରତିବାଦ କରୁଥିବା ବ୍ୟକ୍ତି ଏବଂ ପୀଡ଼ିତଙ୍କ ଉଦ୍ଦେଶ୍ୟରେ ଏହି ପଦକ ଉତ୍ସର୍ଗ କରୁଛି’ ବୋଲି ରୋଶିବିନା ପ୍ରକାଶ କରିଛନ୍ତି। କାନ୍ଦି କାନ୍ଦି ରୋଶିବିନା କହିଥିଲେ ‘ମୁଁ ଜାଣିନି ଆଗକୁ କ’ଣ ହେବ ? ଏବେ ବି ଲଢ଼େଇ ଚାଲିଛି, ଏହା କେବେ ବନ୍ଦ ହେବ ଏବଂ ସାଧାରଣ ଜୀବନକୁ ଫେରିବ ଜାଣି ହେଉନି’। ମଣିପୁରରେ ହିଂସା ଲାଗି ରହିଥିବାରୁ ମୁଁ ମଧ୍ୟ ନିୟମିତ ପରିବାର ସହ କଥା ହେଉନଥିଲି। ଏହା ମୋ ଏକାଗ୍ରତା ଭଙ୍ଗ କରିବ ବୋଲି ପ୍ରଶିକ୍ଷକ ପରାମର୍ଶ ଦେଇଥିବାରୁ ପରିବାର ଲୋକ ମଧ୍ୟ ସମାନ କଥା କରିଥିଲେ ବୋଲି ୨୨ ବର୍ଷୀୟା ରୋଶିବିନା ଦେବୀ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ରୋଶିବିନା ୨୦୧୮ ଏସିଆଡ୍ରେ କାଂସ୍ୟ ପଦକ ଜିତିଥିବାରୁ ଏଥରର ରୌପ୍ୟ ପଦକ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିଛି।

Tags: