ମଙ୍ଗୋଲିଆକୁ ହରାଇ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଅଭିଯାନ ଆରମ୍ଭ କଲା ଭାରତ

ଭୁବନେଶ୍ବର: ଆୟୋଜକ ଭାରତ ବିଜୟରୁ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତ ୨-୦ ଗୋଲ୍ରେ ମଙ୍ଗୋଲିଆକୁ ହରାଇଛି। ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମ୍ରେ ଖେଳୁଥିବା ଭାରତୀୟ ଦଳ ଆରମ୍ଭରୁ ମ୍ୟାଚ୍ ଉପରେ ନିୟନ୍ତ୍ରଣ ରଖିଥିଲା। ଦ୍ବିତୀୟ ମିନିଟ୍ରେ ସହଲ ସମଦ ଭାରତ ପାଇଁ ଖାତା ଖୋଲିଥିଲେ। ଡାହାଣପଟୁ ଅନିରୁଦ୍ଧ ଥାପାଙ୍କ ସଟ୍କୁ ମଙ୍ଗୋଲିଆ ଗୋଲ୍ରକ୍ଷକ ଏନ୍ଖତାଇଭାନ୍ ଧରିବାକୁ ପ୍ରୟାସ କରିଥିଲେ ବି ହାତରୁ ଖସାଇଦେଇଥିଲେ। ସହଲଙ୍କ ପାଖକୁ ଆସିଥିବା […]

Samaya Live Picture
Published On

ଭୁବନେଶ୍ବର: ଆୟୋଜକ ଭାରତ ବିଜୟରୁ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତ ୨-୦ ଗୋଲ୍ରେ ମଙ୍ଗୋଲିଆକୁ ହରାଇଛି। ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମ୍ରେ ଖେଳୁଥିବା ଭାରତୀୟ ଦଳ ଆରମ୍ଭରୁ ମ୍ୟାଚ୍ ଉପରେ ନିୟନ୍ତ୍ରଣ ରଖିଥିଲା। ଦ୍ବିତୀୟ ମିନିଟ୍ରେ ସହଲ ସମଦ ଭାରତ ପାଇଁ ଖାତା ଖୋଲିଥିଲେ। ଡାହାଣପଟୁ ଅନିରୁଦ୍ଧ ଥାପାଙ୍କ ସଟ୍କୁ ମଙ୍ଗୋଲିଆ ଗୋଲ୍ରକ୍ଷକ ଏନ୍ଖତାଇଭାନ୍ ଧରିବାକୁ ପ୍ରୟାସ କରିଥିଲେ ବି ହାତରୁ ଖସାଇଦେଇଥିଲେ। ସହଲଙ୍କ ପାଖକୁ ଆସିଥିବା ଏହି ରିବାଉଣ୍ଡ ବଲ୍କୁ ସେ ସିଧାସଳଖ ନେଟ୍ସ ଭିତରକୁ ପଠାଇ ଦେଇଥିଲେ। ସେହିପରି ୧୪ ତମ ମିନିଟ୍ରେ ଛାଙ୍ଗତେ ଭାରତ ପାଇଁ ଦ୍ବିତୀୟ ଗୋଲ୍ ଦେଇ ଆଗୁଆ ରଖିଥିଲେ। କର୍ଣ୍ଣରରୁ ଆସିଥିବା ସଟ୍କୁ ସନ୍ଦେଶ ଝିଙ୍ଗାନ୍ ହେଡର କରି ପୋଷ୍ଟ ଆଡ଼କୁ ମାରିଥିଲେ। କିନ୍ତୁ ତାହାକୁ ମଙ୍ଗୋଲିଆ ଖେଳାଳିମାନେ ରୋକିବାରେ ସଫଳ ହୋଇଥିଲେ। ତଥାପି ଛାଙ୍ଗତେ ତୁରନ୍ତ ଭିଡ଼ ଭିତରୁ ବଲ୍କୁ ନଜ ନିୟନ୍ତ୍ରଣକୁ ଆଣି ପଏଣ୍ଟ ବ୍ଲାଙ୍କ୍ ଦୂରତାରୁ ପୋଷ୍ଟ ଭିତରେ ପହଞ୍ଚାଇଦେଇଥିଲେ। ହେଲେ ଏହାପରଠୁ ମ୍ୟାଚ୍ରେ ଆଉ ଗୋଲ୍ ନହେବାରୁ ଭାରତ ସହଜରେ ମ୍ୟାଚ୍ ଜିତିଯାଇଥିଲା।

Tags: