ଭିଭିଏସ୍ ଲକ୍ଷ୍ମଣ ହେବେ ଭାରତୀୟ କ୍ରିକେଟର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ

ମୁମ୍ବାଇ: ବିଶ୍ବକପ୍ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତର ପରାଜୟ ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ଦ୍ରାବିଡ ତାଙ୍କ ଚୁକ୍ତିର ନବୀକରଣ ପାଇଁ ମଧ୍ୟ ଆଗ୍ରହ ଦେଖାଉନାହାନ୍ତି। ତାଙ୍କ ସ୍ଥାନରେ ଦ୍ବିତୀୟ ଶ୍ରେଣୀୟ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବରେ ଥିବା ଜାତୀୟ କ୍ରିକେଟ୍ ଏକାଡେମୀ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଏବେ ଭାରତୀୟ ଦଳର ପୂର୍ଣ୍ଣକାଳୀନ ପ୍ରଶିକ୍ଷକ ହେବା ପଥ ପରିସ୍କାର ହୋଇଛି। ଲକ୍ଷ୍ମଣ ମଧ୍ୟ ଏହି ପଦ ନେବାକୁ ଆଗ୍ରହ […]

Samaya Live Picture
Published On

ମୁମ୍ବାଇ: ବିଶ୍ବକପ୍ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତର ପରାଜୟ ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ଦ୍ରାବିଡ ତାଙ୍କ ଚୁକ୍ତିର ନବୀକରଣ ପାଇଁ ମଧ୍ୟ ଆଗ୍ରହ ଦେଖାଉନାହାନ୍ତି। ତାଙ୍କ ସ୍ଥାନରେ ଦ୍ବିତୀୟ ଶ୍ରେଣୀୟ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବରେ ଥିବା ଜାତୀୟ କ୍ରିକେଟ୍ ଏକାଡେମୀ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଏବେ ଭାରତୀୟ ଦଳର ପୂର୍ଣ୍ଣକାଳୀନ ପ୍ରଶିକ୍ଷକ ହେବା ପଥ ପରିସ୍କାର ହୋଇଛି। ଲକ୍ଷ୍ମଣ ମଧ୍ୟ ଏହି ପଦ ନେବାକୁ ଆଗ୍ରହ ପ୍ରକାଶ କରିସାରିଛନ୍ତି ଏବଂ ଏ ସମ୍ପର୍କରେ ବିସିସିଆଇ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଗୁରୁବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହୋଇଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଲକ୍ଷ୍ମଣ କାର୍ଯ୍ୟକାରୀ ପ୍ରଶିକ୍ଷକ ଭାବେ ନିୟୋଜିତ ଅଛନ୍ତି। ଏହା ପୂର୍ବରୁ ସେ ଆୟର୍ଲାଣ୍ଡ୍ ଏବଂ ନ୍ୟୁଜିଲାଣ୍ଡ୍ ବିପକ୍ଷ ଶୃଙ୍ଖଳାରେ ମଧ୍ୟ ଦାୟିତ୍ବ ତୁଲାଇଥିଲେ। ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ଥିବା ଭାରତୀୟ ଦଳ ସହ ସେ ପୂର୍ଣ୍ଣକାଳୀନ ପ୍ରଶିକ୍ଷଣ ଦାୟିତ୍ବ ସମ୍ଭାଳିବା ପ୍ରାୟ ନିଶ୍ଚିତ ରହିଛି। ୨୦୨୧ରେ ରାହୁଲ ଦ୍ରାବିଡ଼ ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିବା ବେଳେ ଲକ୍ଷ୍ମଣଙ୍କୁ ଏନ୍ସିଏର ମୁଖ୍ୟ ନିଯୁକ୍ତ କରାଯାଇଥିଲା।

Tags: