ଭାରତ ମହିଳା ଦଳକୁ ମିଳିଲା ୫ଏସ୍ ହକି ବିଶ୍ବକପ୍ ଯୋଗ୍ୟତା
ସଲାଲା (ଓମାନ: ଭରତୀୟ ମହିଳା ହକି ଦଳ ଏସୀୟ ହକି ୫ଏସ୍ ବିଶ୍ବକପ୍ କ୍ବାଲିଫାୟାରରେ ବିଜେତା ହୋଇଛି। ଏଥିସହ ଭାରତ ଓମାନରେ ଖେଳାଯିବାକୁ ଥିବା ୨୦୨୪ ବିଶ୍ବକପ୍କୁ ମଧ୍ୟ ଯୋଗ୍ୟତା ଅର୍ଜନ କରିନେଇଛି। ସୋମବାର ଫାଇନାଲ୍ରେ ଭାରତ ୭-୨ ଗୋଲ୍ରେ ଥାଇଲାଣ୍ଡକୁ ପରାସ୍ତ କରିଛି। ଭାରତ ପକ୍ଷରୁ ଓଡ଼ିଆ ଝିଅ ମାରିଆନା କୁଜୁର (୨ ମିନିଟ) ଗୋଲ୍ ଦେଇ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ପଞ୍ଚମ ମିନିଟ୍ରେ କୁଞ୍ଜିରା ଇନ୍ପା ଓ କୋର୍ନକାନୋକ ସାନପୁଙ୍ଗ ଗୋଟିଏ ଲେଖାଏଁ […]
ସଲାଲା (ଓମାନ: ଭରତୀୟ ମହିଳା ହକି ଦଳ ଏସୀୟ ହକି ୫ଏସ୍ ବିଶ୍ବକପ୍ କ୍ବାଲିଫାୟାରରେ ବିଜେତା ହୋଇଛି। ଏଥିସହ ଭାରତ ଓମାନରେ ଖେଳାଯିବାକୁ ଥିବା ୨୦୨୪ ବିଶ୍ବକପ୍କୁ ମଧ୍ୟ ଯୋଗ୍ୟତା ଅର୍ଜନ କରିନେଇଛି। ସୋମବାର ଫାଇନାଲ୍ରେ ଭାରତ ୭-୨ ଗୋଲ୍ରେ ଥାଇଲାଣ୍ଡକୁ ପରାସ୍ତ କରିଛି। ଭାରତ ପକ୍ଷରୁ ଓଡ଼ିଆ ଝିଅ ମାରିଆନା କୁଜୁର (୨ ମିନିଟ) ଗୋଲ୍ ଦେଇ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ପଞ୍ଚମ ମିନିଟ୍ରେ କୁଞ୍ଜିରା ଇନ୍ପା ଓ କୋର୍ନକାନୋକ ସାନପୁଙ୍ଗ ଗୋଟିଏ ଲେଖାଏଁ ଗୋଲ୍ ଦେଇ ଥାଇଲାଣ୍ଡକୁ ୨-୧ରେ ଅଗ୍ରଣୀ କରାଇଥଲେ। ହେଲେ ଏହାପରେ ଥାଇଲାଣ୍ଡକୁ କୌଣସି ସୁଯୋଗ ନଦେଇ ଭାତରତ ୬ ଗୋଲ୍ ଦେଇ ବିଜୟୀ ହୋଇଥିଲା। ଏହି ଗୋଲ୍ ଗୁଡ଼ିକୁ ଓଡ଼ିଶାର ମୋନିକା ଦିପି ଟୋପ୍ପୋ (୭ ମିନିଟ୍), ମାରିଆନା (୮ ମିନିଟ୍), ଜ୍ୟୋତି (୧୦, ୨୭ ମିନିଟ୍), ଅଧିନାୟିକା ନଭଜୋତ କୌର (୨୩ ମିନିଟ୍) ଓ ମହିମା ଚୌଧୁରୀ (୨୯ ମିନିଟ୍) ଦେଇଥିଲେ। ଏହାପୂର୍ବରୁ ଖେଳାଯିବାକୁ ଥିବା ସେମିଫାଇନାଲ୍ରେ ଭାରତ ୯-୫ ଗୋଲ୍ରେ ମାଲେସିଆକୁ ହରାଇ ଫାଇନାଲ୍ରେ ପହଞ୍ଚି ବିଶ୍ବକପ୍ ଯୋଗ୍ୟତା ଅର୍ଜନ କରିନେଇଥିଲା।




