ଭାରତ ବିପକ୍ଷ ବିଶ୍ବକପ୍ ମ୍ୟାଚରେ ମାର୍କସ ଷ୍ଟୋଇନିସ୍ ଖେଳିବା ନେଇ ଆଶଙ୍କା
ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ ଚଳିତ ବିଶ୍ବକପ୍ରେ ଅଷ୍ଟ୍ରେଲିଆର ପ୍ରଥମ ମ୍ୟାଚ୍ରେ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ସମୟରେ ଷ୍ଟୋଇନିସ୍ଙ୍କ ଗୋଡ଼ରେ ମାଂସପେଶୀ ଜନିତ ଆଘାତ ଲାଗିଥିଲା। ତେଣୁ ତାଙ୍କୁ ଅଧିକ ସମୟ ବିଶ୍ରାମ ଦେବା ପାଇଁ ଦଳ ଚିନ୍ତା କରୁଥିବା ପ୍ରଶିକ୍ଷକ ଆଣ୍ଡ୍ରୁ ମ୍ୟାକଡୋନାଲ୍ଡ ସୂଚନା ଦେଇଛନ୍ତି। ଅଷ୍ଟ୍ରେଲୀୟ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ମ୍ୟାକଡୋନାଲ୍ଡ କହିଛନ୍ତି ଯେ, ମୋହାଲି ମ୍ୟାଚ୍ ସମୟରେ ଷ୍ଟୋଇନିସ୍ ଆହତ ହୋଇଥିଲେ। ତେଣୁ […]
ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ ଚଳିତ ବିଶ୍ବକପ୍ରେ ଅଷ୍ଟ୍ରେଲିଆର ପ୍ରଥମ ମ୍ୟାଚ୍ରେ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ସମୟରେ ଷ୍ଟୋଇନିସ୍ଙ୍କ ଗୋଡ଼ରେ ମାଂସପେଶୀ ଜନିତ ଆଘାତ ଲାଗିଥିଲା। ତେଣୁ ତାଙ୍କୁ ଅଧିକ ସମୟ ବିଶ୍ରାମ ଦେବା ପାଇଁ ଦଳ ଚିନ୍ତା କରୁଥିବା ପ୍ରଶିକ୍ଷକ ଆଣ୍ଡ୍ରୁ ମ୍ୟାକଡୋନାଲ୍ଡ ସୂଚନା ଦେଇଛନ୍ତି। ଅଷ୍ଟ୍ରେଲୀୟ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ମ୍ୟାକଡୋନାଲ୍ଡ କହିଛନ୍ତି ଯେ, ମୋହାଲି ମ୍ୟାଚ୍ ସମୟରେ ଷ୍ଟୋଇନିସ୍ ଆହତ ହୋଇଥିଲେ। ତେଣୁ ଏହାପରଠୁ ତାଙ୍କର ଚିକିତ୍ସା ଜାରି ରହିଛି। ଏବେ ସେ ପୁନଃଥଇଥାନ ପ୍ରକ୍ରିୟାରେ ଅଛନ୍ତି। ଏହି ଆଘାତ ସମସ୍ୟା ପାଇଁ ଅଷ୍ଟ୍ରେଲିଆର ଦୁଇଟି ୱାର୍ମ ଅପ୍ରେ ସେ ଖେଳିନଥିଲେ। ଏପରିକି ରବିବାର ଭାରତ ବିପକ୍ଷ ପ୍ରଥମ ମ୍ୟାଚ୍ ପୂର୍ବରୁ ସେ ସଂପୂର୍ଣ୍ଣ ସୁସ୍ଥ ହୋଇନଥିବେ ବୋଲି କୁହାଯାଇଛି। ଯଦିଓ ତାଙ୍କୁ ରବିବାର ମ୍ୟାଚ୍ ପାଇଁ ସଂପୂର୍ଣ୍ଣ ରୂପେ ବାଦ୍ ଦିଆଯାଇନାହିଁ, ତଥାପି ଆସନ୍ତା ଦୁଇ ତିନି ଦିନ ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଥିବା ମ୍ୟାକଡୋନାଲ୍ଡ କହିଛନ୍ତି।




