ଭାରତ ବିପକ୍ଷରେ ଖେଳିବେନି ସାକିବ!
ନୂଆଦିଲ୍ଲୀ: ବାଂଲାଦେଶ ଦିନିକିଆ ଅଧିନାୟକ ସାକିବ ଅଲ୍ ହାସନ ଭାରତ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ରେ ଖେଳି ନ ପାରନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଶୁକ୍ରବାର ମ୍ୟାଚ୍ରେ ତାଙ୍କ ବାମ ଜଙ୍ଘରେ ଆଘାତ ଲାଗିଥିଲା। ଫଳରେ ନିଜ ୧୦ ଓଭର କୋଟା ପରେ ସେ ପାଭିଲିୟନ ଫେରି ଯାଇଥିଲେ। ଏହାପରେ ତାଙ୍କର ସ୍କାନ୍ ଲାଗି ଡାକ୍ତରଖାନା ନିଆ ଯାଇଥିଲା। ବାଂଲାଦେଶ ଦଳ ପରବର୍ତ୍ତୀ ମ୍ୟାଚ୍ ଲାଗି ଶନିବାର ଚେନ୍ନାଇରୁ ପୁଣେ ଗସ୍ତ କରିଛି। ‘‘ଆଗାମୀ ମ୍ୟାଚ୍ରେ ସେ ଖେଳିବେ କି […]
ନୂଆଦିଲ୍ଲୀ: ବାଂଲାଦେଶ ଦିନିକିଆ ଅଧିନାୟକ ସାକିବ ଅଲ୍ ହାସନ ଭାରତ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ରେ ଖେଳି ନ ପାରନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଶୁକ୍ରବାର ମ୍ୟାଚ୍ରେ ତାଙ୍କ ବାମ ଜଙ୍ଘରେ ଆଘାତ ଲାଗିଥିଲା। ଫଳରେ ନିଜ ୧୦ ଓଭର କୋଟା ପରେ ସେ ପାଭିଲିୟନ ଫେରି ଯାଇଥିଲେ। ଏହାପରେ ତାଙ୍କର ସ୍କାନ୍ ଲାଗି ଡାକ୍ତରଖାନା ନିଆ ଯାଇଥିଲା। ବାଂଲାଦେଶ ଦଳ ପରବର୍ତ୍ତୀ ମ୍ୟାଚ୍ ଲାଗି ଶନିବାର ଚେନ୍ନାଇରୁ ପୁଣେ ଗସ୍ତ କରିଛି। ‘‘ଆଗାମୀ ମ୍ୟାଚ୍ରେ ସେ ଖେଳିବେ କି ନାହିଁ ଏବଠୁ କହି ପାରିବୁନି। ତାଙ୍କ ଜଙ୍ଘ ସାମାନ୍ୟ ଟାଣି ହୋଇଥିବାରୁ ଖେଳିବା ନେଇ ଆଶଙ୍କା ପ୍ରକାଶ ପାଇଛି’’ ବୋଲି ବାଂଲାଦେଶର ଜଣେ ଅଧିକାରୀ କହିଛନ୍ତି। ତାଙ୍କର ଆଘାତ ଜନିତ ସମସ୍ୟା କେତେ ଗୁରୁତର ତାହା ଅଧିକାରୀ ଜଣଙ୍କ ସ୍ପଷ୍ଟ କରିନାହାନ୍ତି। ପୁଣେରେ ୧୯ ତାରିଖରେ ଭାତରତ ବିପକ୍ଷରେ ଖେଳିବ ବାଂଲାଦେଶ।




