ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଅତିରିକ୍ତ ଟିକେଟ୍ ବିକିବ ଆଇସିସି
ନ୍ୟୁୟର୍କ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ-ପାକିସ୍ତାନ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ମ୍ୟାଚ୍ ସହିତ ଆଉ କିଛି ବଡ଼ ମ୍ୟାଚ୍ଗୁଡ଼ିକ ପାଇଁ ଆଇସିସି ପକ୍ଷରୁ ଅତରିକ୍ତ ଟିକେଟ୍ ବିକ୍ରି କରାଯିବ। ଟିକେଟ୍ଗୁଡ଼ିକ ଖୁବ୍ଶୀଘ୍ର ଅନ୍ଲାଇନ୍ରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ଉକ୍ତ ମ୍ୟାଚ୍ଗୁଡ଼ିକ ପାଇଁ ପ୍ରଶଂସକମାନଙ୍କ ମଧ୍ୟରେ ଚାହିଦା ଅଧିକ ଥିବାରୁ ଆଇସିସି ତାହାର ସହଯୋଗୀଙ୍କ ସହିତ ମିଶି ଅତିରିକ୍ତ ଟିକେଟ୍ ବିକ୍ରି କରିବ। ଭାରତ-ପାକିସ୍ତାନ ମ୍ୟାଚ୍ ବ୍ୟତୀତ ଟେକ୍ସାସ୍ସ୍ଥିତ ଗ୍ରାଣ୍ଡ ପ୍ରାଇରି କ୍ରିକେଟ୍ ଷ୍ଟାଡିୟମ୍ ଓ ଫ୍ଲୋରିଡ଼ାସ୍ଥିତ ବ୍ରୋୱାର୍ଡ […]
ନ୍ୟୁୟର୍କ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ-ପାକିସ୍ତାନ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ମ୍ୟାଚ୍ ସହିତ ଆଉ କିଛି ବଡ଼ ମ୍ୟାଚ୍ଗୁଡ଼ିକ ପାଇଁ ଆଇସିସି ପକ୍ଷରୁ ଅତରିକ୍ତ ଟିକେଟ୍ ବିକ୍ରି କରାଯିବ। ଟିକେଟ୍ଗୁଡ଼ିକ ଖୁବ୍ଶୀଘ୍ର ଅନ୍ଲାଇନ୍ରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ଉକ୍ତ ମ୍ୟାଚ୍ଗୁଡ଼ିକ ପାଇଁ ପ୍ରଶଂସକମାନଙ୍କ ମଧ୍ୟରେ ଚାହିଦା ଅଧିକ ଥିବାରୁ ଆଇସିସି ତାହାର ସହଯୋଗୀଙ୍କ ସହିତ ମିଶି ଅତିରିକ୍ତ ଟିକେଟ୍ ବିକ୍ରି କରିବ। ଭାରତ-ପାକିସ୍ତାନ ମ୍ୟାଚ୍ ବ୍ୟତୀତ ଟେକ୍ସାସ୍ସ୍ଥିତ ଗ୍ରାଣ୍ଡ ପ୍ରାଇରି କ୍ରିକେଟ୍ ଷ୍ଟାଡିୟମ୍ ଓ ଫ୍ଲୋରିଡ଼ାସ୍ଥିତ ବ୍ରୋୱାର୍ଡ କାଉଣ୍ଟି ଷ୍ଟାଡିୟମ୍ରେ ହେବାକୁ ଥିବା କିଛି ମ୍ୟାଚ୍ଗୁଡ଼ିକ ପାଇଁ ଅତରିକ୍ତ ଟିକେଟ୍ ବିକ୍ରି କରାଯିବ ବୋଲି ଆଇସିସି ପକ୍ଷରୁ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।




