ଭାରତ ଗସ୍ତ ଲାଗି ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ଘୋଷିତ
ମେଲବର୍ଣ୍ଣ: ଭାରତ ଗସ୍ତ ଲାଗି ମଙ୍ଗଳବାର ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ଘୋଷିତ ହୋଇଛି। ଡିସେମ୍ବର ଓ ଜାନୁଆରି ମଧ୍ୟରେ ଅଷ୍ଟ୍ରେଲିଆ ଏହି ଗସ୍ତରେ ଟେଷ୍ଟ୍, ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ଡିସେମ୍ବର ୨୧ରୁ ଏହି ଶୃଙ୍ଖଳା ଆରମ୍ଭ ହେବ। ମେଗ୍ ଲାନିଂ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିବାରୁ ଗସ୍ତ ପୂର୍ବରୁ ଅଧିନାୟକଙ୍କ ନାମ ଘୋଷଣା କରାଯିବ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ କହିଛି। ନୂଆ ମୁହଁ ଭାବେ ଦ୍ରୁତ ବୋଟଲର ଲରେନ ଚିଟ୍ଲି ଦଳରେ ସ୍ଥାନ […]
ମେଲବର୍ଣ୍ଣ: ଭାରତ ଗସ୍ତ ଲାଗି ମଙ୍ଗଳବାର ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ଘୋଷିତ ହୋଇଛି। ଡିସେମ୍ବର ଓ ଜାନୁଆରି ମଧ୍ୟରେ ଅଷ୍ଟ୍ରେଲିଆ ଏହି ଗସ୍ତରେ ଟେଷ୍ଟ୍, ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ଡିସେମ୍ବର ୨୧ରୁ ଏହି ଶୃଙ୍ଖଳା ଆରମ୍ଭ ହେବ। ମେଗ୍ ଲାନିଂ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିବାରୁ ଗସ୍ତ ପୂର୍ବରୁ ଅଧିନାୟକଙ୍କ ନାମ ଘୋଷଣା କରାଯିବ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ କହିଛି। ନୂଆ ମୁହଁ ଭାବେ ଦ୍ରୁତ ବୋଟଲର ଲରେନ ଚିଟ୍ଲି ଦଳରେ ସ୍ଥାନ ପାଇଛନ୍ତି।
ଅଷ୍ଟ୍ରେଲିଆ ଦଳ: ଡାରର୍ସି ବ୍ରାଉନ, ଲରେନ ଚିଟ୍ଲି (କେବଳ ଟେଷ୍ଟ୍), ହିଦର ଗ୍ରାହାମ, ଆସ୍ଲେ ଗାର୍ଡନର, କିମ ଗାର୍ଥ, ଗ୍ରେସ ହାରିସ (କେବଳ ଟ୍ବେଣ୍ଟି-୨୦), ଆଲିସା ହିଲି, ୟେସ ୟୋନାସେନ, ଆଲାନା କିଙ୍ଗ, ଫୋଏବି ଲିଚଫିଲ୍ଡ, ତାହିଲା ମ୍ୟାକ୍ଗ୍ରା, ବେଇ ମୁନି, ଏଲିସ ପେରି, ମେଗାନ ସ୍କୁଟ, ଅନ୍ନାବେଲ ସଦରଲାଣ୍ଡ, ଜର୍ଜିଓ ଓ୍ବାରେହାମ।




