ଭାରତ-ଅଷ୍ଟ୍ରେଲିଆ ବିଶ୍ବକପ୍ ଫାଇନାଲ୍ ଦେଖିଲେ ୩୦ କୋଟିରୁ ଊର୍ଦ୍ଧ୍ବ ପ୍ରଶଂସକ
ମୁମ୍ବାଇ: ଗତ ରବିବାର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ ଓ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ବକପ୍ ଫାଇନାଲ୍ ମ୍ୟାଚ୍କୁ ଟେଭିଭିଜନ୍ରେ ୩୦ କୋଟିରୁ ଊର୍ଦ୍ଧ୍ବ ପ୍ରଶଂସକ ଦେଖିଛନ୍ତି। ଯାହା ସର୍ବାଧିକ ବୋଲି ଅଫିସିଆଲ୍ ବ୍ରଡ୍କାଷ୍ଟର ଡିଜ୍ନି ଷ୍ଟାର ଏକ ବିଜ୍ଞପ୍ତିରେ ସୂଚନା ଦେଇଛି। ଫାଇନାଲ୍ ମ୍ୟାଚ୍ର ସିଧାପ୍ରସାରଣ ବେଳେ ଟିଭିରେ ୧୩ କୋଟି ଏବଂ ଡିଜ୍ନି+ହଟ୍ଷ୍ଟାର୍ରେ ୫.୯ କୋଟି ଦେଖିଛନ୍ତି। ଯାହା ଯେ କୌଣସି ସିଧାପ୍ରସାରଣ କ୍ରୀଡ଼ା ମ୍ୟାଚ୍ରେ ବିଶ୍ବ କୀର୍ତ୍ତିମାନ। ପୂରା ପ୍ରତିଯୋଗିତାରେ ୫୨ […]
ମୁମ୍ବାଇ: ଗତ ରବିବାର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ ଓ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ବକପ୍ ଫାଇନାଲ୍ ମ୍ୟାଚ୍କୁ ଟେଭିଭିଜନ୍ରେ ୩୦ କୋଟିରୁ ଊର୍ଦ୍ଧ୍ବ ପ୍ରଶଂସକ ଦେଖିଛନ୍ତି। ଯାହା ସର୍ବାଧିକ ବୋଲି ଅଫିସିଆଲ୍ ବ୍ରଡ୍କାଷ୍ଟର ଡିଜ୍ନି ଷ୍ଟାର ଏକ ବିଜ୍ଞପ୍ତିରେ ସୂଚନା ଦେଇଛି। ଫାଇନାଲ୍ ମ୍ୟାଚ୍ର ସିଧାପ୍ରସାରଣ ବେଳେ ଟିଭିରେ ୧୩ କୋଟି ଏବଂ ଡିଜ୍ନି+ହଟ୍ଷ୍ଟାର୍ରେ ୫.୯ କୋଟି ଦେଖିଛନ୍ତି। ଯାହା ଯେ କୌଣସି ସିଧାପ୍ରସାରଣ କ୍ରୀଡ଼ା ମ୍ୟାଚ୍ରେ ବିଶ୍ବ କୀର୍ତ୍ତିମାନ। ପୂରା ପ୍ରତିଯୋଗିତାରେ ୫୨ କୋଟି ଦର୍ଶକ ଟିଭିରେ ଦେଖିଥିଲା ୪୨୨ଶହ କୋଟି ମିନିଟ୍ ବ୍ୟବହାର ହୋଇଛି। ଏହା କେବଳ କ୍ରୀଡ଼ା ଇତିହାସ ନୁହେଁ, ଟିଭି ଓ ଡିଜିଟାଲ ଷ୍ଟ୍ରିମିଂରେ ଯେ କୌଣସି କାର୍ଯ୍ୟକ୍ରମ ଦେଖିବାରେ ଏହା ସର୍ବାଧିକ। ସିଧାପ୍ରସାରଣରେ ଟିଭିରେ ୩୦ କୋଟି ଦେଖି ଭାରତୀୟ କ୍ରିକେଟ୍ପ୍ରେମୀ ସବୁପ୍ରକାର କାର୍ଯ୍ୟକ୍ରମକୁ ପଛରେ ପାକାଇ ଦେଇଛନ୍ତି ବୋଲି ଷ୍ଟାର୍ ସ୍ପୋର୍ଟ୍ସ ନେଟ୍ୱାର୍କ ଦାବି କରିଛି।




