ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍ ପରିଚାଳନା କରିବେ ଇଲିଂୱର୍ଥ ଓ କେଟଲବରୋ

ଅହମଦାବାଦ: ରବିବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ୍ ମ୍ୟାଚ୍ ପାଇଁ ଖେଳ ପରିଚାଳନା ଅଧିକାରୀଙ୍କ ନାମ ଘୋଷଣା କରାଯାଇଛି। ଇଂଲଣ୍ଡର ରିଚାର୍ଡ ଇଲିଂୱର୍ଥ ଓ ରିଚାର୍ଡ କେଟଲବରୋ ପଡ଼ିଆରେ ଅମ୍ପାୟାର ଭୂମିକାରେ ରହିବେ। ଏହାଫଳରେ କେଟଲବରୋ ଦ୍ବିତୀୟ ଥର ପାଇଁ ବିଶ୍ବକପ୍ ଫାଇନାଲ୍ରେ ଅମ୍ପାୟାରିଂ କରିବେ। ୨୦୧୫ ଫାଇନାଲ୍ରେ କୁମାର ଧର୍ମସେନାଙ୍କୁ ସାଥି କରି ମ୍ୟାଚ୍ ପରିଚାଳନା କରିଥିଲେ। ସେହିପରି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍ରେ ଅମ୍ପାୟାର ଥିବା ଇଲିଂୱର୍ଥଙ୍କୁ […]

Samaya Live Picture
Published On

ଅହମଦାବାଦ: ରବିବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ୍ ମ୍ୟାଚ୍ ପାଇଁ ଖେଳ ପରିଚାଳନା ଅଧିକାରୀଙ୍କ ନାମ ଘୋଷଣା କରାଯାଇଛି। ଇଂଲଣ୍ଡର ରିଚାର୍ଡ ଇଲିଂୱର୍ଥ ଓ ରିଚାର୍ଡ କେଟଲବରୋ ପଡ଼ିଆରେ ଅମ୍ପାୟାର ଭୂମିକାରେ ରହିବେ। ଏହାଫଳରେ କେଟଲବରୋ ଦ୍ବିତୀୟ ଥର ପାଇଁ ବିଶ୍ବକପ୍ ଫାଇନାଲ୍ରେ ଅମ୍ପାୟାରିଂ କରିବେ। ୨୦୧୫ ଫାଇନାଲ୍ରେ କୁମାର ଧର୍ମସେନାଙ୍କୁ ସାଥି କରି ମ୍ୟାଚ୍ ପରିଚାଳନା କରିଥିଲେ। ସେହିପରି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍ରେ ଅମ୍ପାୟାର ଥିବା ଇଲିଂୱର୍ଥଙ୍କୁ ଫାଇନାଲ୍ ପାଇଁ ଚୟନ କରାଯାଇଛି। ଉଭୟ ଅମ୍ପାୟାର ପୂର୍ବରୁ ଆଇସିସି ତରଫରୁ ଶ୍ରେଷ୍ଠ ଅମ୍ପାୟାରିଂ ପାଇଁ ଡେଭିଡ୍ ସେଫର୍ଡ ଟ୍ରଫି ହାସଲ କରିଛନ୍ତି। ଅନ୍ୟପକ୍ଷରେ ଏମାନଙ୍କ ସହିତ ତୃତୀୟ ଅମ୍ପାୟାର ଭାବେ ଜୋଏଲ୍ ୱିଲସନ୍ ତୃତୀୟ ଅମ୍ପାୟାର ଓ ଖ୍ରୀସ୍ ଗାଫାନି ଚତୁର୍ଥ ଅମ୍ପାୟାର ରହିବେ। ମ୍ୟାଚ୍ ରେଫରି ଭାବେ ଆଣ୍ଡି ପାଇକ୍ରଫ୍ଟଙ୍କୁ ମନୋନୀତ କରାଯାଇଛି।

Tags: