ଭାରତ ଅପରାଜେୟ: ଶେଷ ମ୍ୟାଚରେ ନେଦରଲାଣ୍ଡ୍ସକୁ ହରାଇଲା

ବେଙ୍ଗାଲୁରୁ: ଚଳିତ ବିଶ୍ବକପ୍ରେ ଲଗାତାର ନବମ ମ୍ୟାଚ୍ ଜିତି ଭାରତ ଅପରାଜେୟ ରହିବା ସହ ଆଗକୁ ବଢିଛି। ପୂର୍ବରୁ ସେମିଫାଇନାଲ୍ରେ ପ୍ରବେଶ କରିସାରିଥିବା ଭାରତ ଶେଷ ଲିଗ୍ ମ୍ୟାଚ୍ରେ ନେଦରଲାଣ୍ଡ୍ସକୁ ୧୬୦ ରନ୍ରେ ପରାସ୍ତ କରିଛି। ଭାରତର ପ୍ରଥମ ୫ଜଣ ୫୦ରୁ ଊର୍ଦ୍ଧ୍ବ ସ୍କୋର କରି ନୂଆ ବିଶ୍ବକପ୍ ରେକର୍ଡ କରିବା ସହିତ ନେଦରଲାଣ୍ଡ୍ସ ସମ୍ମୁଖରେ ୪୧୧ରନ୍ର ବିଶାଳ ଲକ୍ଷ୍ୟ ରଖିଥିଲେ। କିନ୍ତୁ ବିଜୟ ଲକ୍ଷ୍ୟକୁ ପିଛା କରି ନେଦରଲାଣ୍ଡ୍ସ ୨୫୦ ରନ୍ରେ ଅଲଆଉଟ ହୋଇଥିଲା। ଶତକୀୟ […]

Samaya Live Picture
Published On

ବେଙ୍ଗାଲୁରୁ: ଚଳିତ ବିଶ୍ବକପ୍ରେ ଲଗାତାର ନବମ ମ୍ୟାଚ୍ ଜିତି ଭାରତ ଅପରାଜେୟ ରହିବା ସହ ଆଗକୁ ବଢିଛି। ପୂର୍ବରୁ ସେମିଫାଇନାଲ୍ରେ ପ୍ରବେଶ କରିସାରିଥିବା ଭାରତ ଶେଷ ଲିଗ୍ ମ୍ୟାଚ୍ରେ ନେଦରଲାଣ୍ଡ୍ସକୁ ୧୬୦ ରନ୍ରେ ପରାସ୍ତ କରିଛି। ଭାରତର ପ୍ରଥମ ୫ଜଣ ୫୦ରୁ ଊର୍ଦ୍ଧ୍ବ ସ୍କୋର କରି ନୂଆ ବିଶ୍ବକପ୍ ରେକର୍ଡ କରିବା ସହିତ ନେଦରଲାଣ୍ଡ୍ସ ସମ୍ମୁଖରେ ୪୧୧ରନ୍ର ବିଶାଳ ଲକ୍ଷ୍ୟ ରଖିଥିଲେ। କିନ୍ତୁ ବିଜୟ ଲକ୍ଷ୍ୟକୁ ପିଛା କରି ନେଦରଲାଣ୍ଡ୍ସ ୨୫୦ ରନ୍ରେ ଅଲଆଉଟ ହୋଇଥିଲା। ଶତକୀୟ ପାଳି ପାଇଁ ଶ୍ରେୟସ ଆୟରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା।
ଶେଷ ମ୍ୟାଚ୍ରେ ରୋହିତ ଶର୍ମା ଟସ୍ ଜିତି ବ୍ୟାଟିଂ କରିଥିଲା ବେଳେ ଶୁବମନ ଗିଲ୍ଙ୍କ ସହ ମିଶି ପ୍ରଥମ ୱିକେଟ୍ରେ ୧୦୦ ରନ୍ର ଭାଗୀଦାରି କରିଥିଲେ। ପ୍ରଥମରୁ ୭.୦୦ ରନ୍ରେଟ୍ରୁ ଅଧିକ ରନ୍ ବାହାର କରି ଦ୍ରୁତ ଭାବେ ଉଭୟ ରନ୍ ବାହାର କରିଥିଲେ। କିନ୍ତୁ ଅର୍ଦ୍ଧଶତକ କରିବା ପରେ ଶୁବମନ (୫୧) ନିଜ ୱିକେଟ୍ ହରାଇଥିଲେ। ରୋହିତ ମଧ୍ୟ ଅର୍ଦ୍ଧଶତକ କରିବା ପରେ ଭଲ ଖେଳି ଆସୁଥିଲେ ମଧ୍ୟ ମାତ୍ର ୬୧ ରନ୍ରେ ଆଉଟ୍ ହୋଇଥିଲେ। ବିରାଟ କୋହଲି ଓ ଶ୍ରେୟସ ଆୟର ରକ୍ଷଣାତ୍ମକ ଖେଳି ରନ୍ଗତିକୁ ଠିକ୍ଠାକ୍ ଚଲାଉଥିଲେ। ଅର୍ଦ୍ଧଶତକ କରିବା ପରେ କୋହଲି ୫୦ତମ ଶତକ ଅର୍ଜନ କରିଯିବେ ବୋଲି ଲାଗୁଥିଲା। କିନ୍ତୁ ୫୧ରନ୍ କରିଥିଲା ବେଳେ ଭାନ ଡର ମରୱିଙ୍କ ସ୍ପିନ୍କୁ ପରଖିବାରେ ଭୁଲ୍ କରିଦେଇ ବୋଲ୍ଡ ହୋଇଯାଇଥିଲେ। ଶ୍ରେୟସ ଆୟର ଓ କେଏଲ୍ ରାହୁଲ୍ ନେଦରଲାଣ୍ଡ୍ସ ବୋଲରଙ୍କୁ ଆଉ ସୁଯୋଗ ନଦେଇ ମିଳିତ ଭାବେ ପ୍ରହାର କରିଥିଲେ। ୪୧ ଓଭର ବେଳକୁ ୩୦୦ ସ୍କୋରବୋର୍ଡରେ କରିବା ପରେ ଆକ୍ରମଣାତ୍ମକ ଖେଳିଥିଲେ। ରାହୁଲ ୬୨ ବଲ୍ରୁ ଶତକ (୧୦୨) ଅର୍ଜନ କରିବା ପରେ ଶେଷ ବଲ୍ ପୂର୍ବରୁ ଆଉଟ୍ ହୋଇଥିଲେ। ଶ୍ରେୟସ (୧୨୮*, ୯୪ବଲ୍, ୧୦ ଚୌକା, ୫ ଛକା) କିନ୍ତୁ ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ।
ନେଦରଲାଣ୍ଡ୍ସ ବିଜୟକୁ ପିଛା କରି ନିୟମିତ ଭାବେ ୱିକେଟ୍ ହରାଇଥିଲା। ମଧ୍ୟକ୍ରମରେ ତେଜା ନିଦାମନୁରୁ ଅର୍ଦ୍ଧଶତକୀୟ (୫୪) ପାଳି ଖେଳି ପରାଜୟକୁ କିଛିଟା ବିଳମ୍ବ କରିଥିଲେ। ଭାରତ ପାଇଁ ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସାମି, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡ଼େଜା ଦୁଇଟି ଲେଖାଏଁ ଏବଂ ବିରାଟ କୋହଲି ଓ ରୋହିତ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Tags: