ଭାରତୀ ଚେସ୍ ଶୀର୍ଷ ମାନ୍ୟତାରୁ ହଟିଲେ ଆନନ୍ଦ: ଗୁକେଶ ନୂଆ ଏକ ନମ୍ବର

ନୂଆଦିଲ୍ଲୀ: ଭାରତୀୟ ଚେସ୍ କିଂବଦନ୍ତି ଗ୍ରାଣ୍ଡମାଷ୍ଟର୍ ବିଶ୍ବନାଥନ ଆନନ୍ଦ ଦୀର୍ଘ ୩୭ ବର୍ଷ ଧରି ଦେଶର ଏକ ନମ୍ବର ଚେସ୍ ଖେଳାଳି ହେବା ପରେ ପ୍ରଥମ ଥର ପାଇଁ ଏହି ମାନ୍ୟତାରୁ ଗାଦିଚ୍ୟୁତ ହୋଇଛନ୍ତି। ବକୁରେ ଶେଷ ହୋଇଥିବା ଫିଡେ ବିଶ୍ବକପ୍ କ୍ବାର୍ଟରଫାଇନାଲ୍ରେ ନରୱେର ମାଗ୍ନସ କାର୍ଲସେନ୍ଙ୍କଠାରୁ ହାରି ବିଦାୟ ନେଇଥିବା ୧୭ ବର୍ଷୀୟ ଭାରତୀୟ ଗ୍ରାଣ୍ଡମାଷ୍ଟର୍ ଡି ଗୁକେଶ ଦେଶର ନୂଆ ଏକ ନମ୍ବର ମାନ୍ୟତା ଚେସ୍ ଖେଳାଳି ହୋଇଛନ୍ତି। ୧୯୮୬ ମସିହା ଜୁଲାଇ ପହିଲାଠାରୁ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତୀୟ ଚେସ୍ କିଂବଦନ୍ତି ଗ୍ରାଣ୍ଡମାଷ୍ଟର୍ ବିଶ୍ବନାଥନ ଆନନ୍ଦ ଦୀର୍ଘ ୩୭ ବର୍ଷ ଧରି ଦେଶର ଏକ ନମ୍ବର ଚେସ୍ ଖେଳାଳି ହେବା ପରେ ପ୍ରଥମ ଥର ପାଇଁ ଏହି ମାନ୍ୟତାରୁ ଗାଦିଚ୍ୟୁତ ହୋଇଛନ୍ତି। ବକୁରେ ଶେଷ ହୋଇଥିବା ଫିଡେ ବିଶ୍ବକପ୍ କ୍ବାର୍ଟରଫାଇନାଲ୍ରେ ନରୱେର ମାଗ୍ନସ କାର୍ଲସେନ୍ଙ୍କଠାରୁ ହାରି ବିଦାୟ ନେଇଥିବା ୧୭ ବର୍ଷୀୟ ଭାରତୀୟ ଗ୍ରାଣ୍ଡମାଷ୍ଟର୍ ଡି ଗୁକେଶ ଦେଶର ନୂଆ ଏକ ନମ୍ବର ମାନ୍ୟତା ଚେସ୍ ଖେଳାଳି ହୋଇଛନ୍ତି। ୧୯୮୬ ମସିହା ଜୁଲାଇ ପହିଲାଠାରୁ ଆନନ୍ଦ ଶୀର୍ଷରେ ରହିଥିଲେ। ପ୍ରଥମ ଥର ପାଇଁ ଗୁକେଶ ମଧ୍ୟ ଫିଡେ ରେଟିଂରେ ଶୀର୍ଷ ୧୦ ଭିତରକୁ ପ୍ରବେଶ କରିଛନ୍ତି। ୨୦୨୩ ସେପ୍ଟେମ୍ବର ୧ ତାରିଖରେ ପ୍ରକାଶିତ ଫିଡେ ରେଟିଂରେ ଗୁକେଶଙ୍କ ରେଟିଂ ୨୭୫୮ ରହିଛି।। ଆନନ୍ଦ ୨୭୫୪ରେ ରହିଛନ୍ତି। ଫିଡେ ବିଶ୍ବକପ୍ ରୌପ୍ୟ ବିଜେତା ଅନ୍ୟତମ ଭାରତୀୟ ବିସ୍ମୟ ଯୁବକ ଆର୍ ପ୍ରଜ୍ଞାନନ୍ଦ ୨୭୨୭ ପଏଣ୍ଟ ସହ ୧୯ତମ ସ୍ଥାନରେ ପହଞ୍ଚିଛନ୍ତି। ଭାରତର ସେ ତୃତୀୟ ମାନ୍ୟତାପ୍ରାପ୍ତ ଖେଳାଳି ହୋଇଛନ୍ତି। ବିଦିତ ଗୁଜରାଟୀ ୨୭ ନମ୍ବର ଏବଂ ଅର୍ଜୁନ ଏରିଗୈସି ୨୯ ନମ୍ବର ସ୍ଥାନରେ ଥିବାବେଳେ ଅଭିଜ୍ଞ ପି ହରିକୃଷ୍ଣ ୩୧ତମ ସ୍ଥାନରେ ରହିଛନ୍ତି।

Tags: