ଭାରତୀୟ ହ୍ୟାଣ୍ତବଲ୍‌ ସଂଘରେ ଦିଗବିଜୟ ସଭାପତି, ଜଗନମୋହନ ସମ୍ପାଦକ ନିର୍ବାଚିତ

ନୂଆଦିଲ୍ଲୀ: ଭାରତୀୟ ହ୍ୟାଣ୍ତବଲ୍‌ ସଂଘରେ ଦେଖାଦେଇଥିବା ବିବାଦର ଅବସାନ ଘଟିଛି। ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ହସ୍ତକ୍ଷେପ ପରେ ବିବାଦର ସମାଧାନ ସହିତ ଭାରତୀୟ ହ୍ୟାଣ୍ଡ୍ବଲ୍ ସଂଘ (ଏଚ୍ଏଆଇ)ର ନୂଆ କର୍ମକର୍ତ୍ତାମାନେ ମଧ୍ୟ ନିର୍ବାଚିତ ହୋଇଛନ୍ତି। ପୂର୍ବ ସାଧାରଣ ସମ୍ପାଦକ ପ୍ରୀତପାଲ୍ ସିଂହ ସାଲୁଜାଙ୍କ ଗୋଷ୍ଠୀ ପଛରେ ପଡ଼ିଯାଇଥିବାବେଳେ ଦିଗବିଜୟ ସିଂହ ଚୌତାଲା ସଭାପତି, ଜଗନ ମୋହନ ରାଓ ସାଧାରଣ ସମ୍ପାଦକ ଏବଂ ତେଜରାଜ ସିଂହ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନ ସମ୍ପର୍କରେ ଏଚ୍ଏଆଇ ସୋମବାର […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତୀୟ ହ୍ୟାଣ୍ତବଲ୍‌ ସଂଘରେ ଦେଖାଦେଇଥିବା ବିବାଦର ଅବସାନ ଘଟିଛି। ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ହସ୍ତକ୍ଷେପ ପରେ ବିବାଦର ସମାଧାନ ସହିତ ଭାରତୀୟ ହ୍ୟାଣ୍ଡ୍ବଲ୍ ସଂଘ (ଏଚ୍ଏଆଇ)ର ନୂଆ କର୍ମକର୍ତ୍ତାମାନେ ମଧ୍ୟ ନିର୍ବାଚିତ ହୋଇଛନ୍ତି। ପୂର୍ବ ସାଧାରଣ ସମ୍ପାଦକ ପ୍ରୀତପାଲ୍ ସିଂହ ସାଲୁଜାଙ୍କ ଗୋଷ୍ଠୀ ପଛରେ ପଡ଼ିଯାଇଥିବାବେଳେ ଦିଗବିଜୟ ସିଂହ ଚୌତାଲା ସଭାପତି, ଜଗନ ମୋହନ ରାଓ ସାଧାରଣ ସମ୍ପାଦକ ଏବଂ ତେଜରାଜ ସିଂହ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନ ସମ୍ପର୍କରେ ଏଚ୍ଏଆଇ ସୋମବାର ଭାରତୀୟ ଅଲିମ୍ପିକ୍ ସଂଘର ମୁଖ୍ୟ ପିଟି ଉଷାଙ୍କୁ ଅବଗତ କରାଇବା ପରେର ଆଇଓଏର ଅନୁବଂଧନ ପାଇବା ନିଶ୍ଚିତ ହୋଇଛି। ଭାରତୀୟ ହ୍ୟାଣ୍ଡବଲ୍ ସଂଘର ବିବାଦ ସମାଧାନ ଦିଗରେ ଆଇଓଏ ଯୁଗ୍ମ ସମ୍ପାଦକ ତଥା କାର୍ଯ୍ୟକାରୀ ସିଇଓ କଳ୍ୟାଣ ଚୌବେ ମୁଖ୍ୟ ଭୂମିକା ତୁଲାଇଥିଲେ। ହ୍ୟାଣ୍ଡବଲର ସ୍ବାର୍ଥକୁ ନଜରରେ ରଖି ଏହି ମିଶ୍ରଣ କରାଯାଇଥିବାରୁ ଉଭୟ ଦିଗବିଜୟ ଚୌତାଲା ଓ ଜଗନ ମୋହନ ରାଓ ମଧ୍ୟ ସନ୍ତୋଷ ପ୍ରକଟ କରିଛନ୍ତି।

Tags: