ଭାରତୀୟ ମହିଳା ହକି ପ୍ରଶିକ୍ଷକ ପଦ ଛାଡ଼ିଲେ ୟାନେକ୍ ସୋପମ୍ୟାନ୍

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ୟାନେକ ସୋପ୍ମ୍ୟାନ୍ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଆସନ୍ତା ଜୁଲାଇରେ ତାଙ୍କ ଚୁକ୍ତି ଶେଷ ହେବାର ଥିଲା। ଯଥେଷ୍ଟ ସମ୍ମାନ ଓ ଗୁରୁତ୍ବ ଦିଆଯାଉ ନଥିବାରୁ ସେ କିଛି ଦିନ ତଳେ ଖେଳାଳି ଓ ହକି ଇଣ୍ଡିଆ ବିରୋଧରେ ଅଭିଯୋଗ ଆଣିଥିଲେ। ସୋପମ୍ୟାନଙ୍କ ସମୟରେ ଭାରତୀୟ ମହିଳା ଦଳ ଅଲିମ୍ପିକ୍ସ ଯୋଗ୍ୟତା […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ୟାନେକ ସୋପ୍ମ୍ୟାନ୍ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଆସନ୍ତା ଜୁଲାଇରେ ତାଙ୍କ ଚୁକ୍ତି ଶେଷ ହେବାର ଥିଲା। ଯଥେଷ୍ଟ ସମ୍ମାନ ଓ ଗୁରୁତ୍ବ ଦିଆଯାଉ ନଥିବାରୁ ସେ କିଛି ଦିନ ତଳେ ଖେଳାଳି ଓ ହକି ଇଣ୍ଡିଆ ବିରୋଧରେ ଅଭିଯୋଗ ଆଣିଥିଲେ। ସୋପମ୍ୟାନଙ୍କ ସମୟରେ ଭାରତୀୟ ମହିଳା ଦଳ ଅଲିମ୍ପିକ୍ସ ଯୋଗ୍ୟତା ହରାଇଥିଲା। ୪୬ ବର୍ଷୀୟା ଏହି ନେଦରଲାଣ୍ଡ୍ସ ପ୍ରଶିକ୍ଷକଙ୍କ ବିଦାୟ ଏବେ ନୂଆ ଝଡ଼ ସୃଷ୍ଟି କରିଛି। ୨୦୨୧ରେ ଭାରତୀୟ ମହିଳା ଦଳ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ଚତୁର୍ଥ ସ୍ଥାନ ପାଇଥିବାବେଳେ ସୋପମ୍ୟାନ୍ ଦଳର ବିଶ୍ଲେଷଣ ପ୍ରଶିକ୍ଷକ ଓ ସ୍ପେନ୍ର ଜୋର୍ଡ ମାରିନ୍ ମୁଖ୍ୟ ପ୍ରଶିକ୍ଷକ ଥିଲେ। ଏହା ପରେ ମାରିନଙ୍କଠାରୁ ଦାୟିତ୍ବ ନେଇଥିଲେ ମଧ୍ୟ ପ୍ରଦର୍ଶନ ନିମ୍ନମୁଖା ହୋଇଥିଲା। କିନ୍ତୁ ସୋପମ୍ୟାନଙ୍କ ପ୍ରଶିକ୍ଷଣରେ ଭାରତ ଗତବର୍ଷ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ପାଇଥିଲା। ଏବେ ଭାରତୀୟ ମହିଳା ଦଳ ୨୦୨୬ ବିଶ୍ବକପ୍ ଏବଂ ୨୦୨୮ ଅଲିମ୍ପିକ୍ସ ପାଇଁ ଜଣେ ନୂଆ ପ୍ରଶିକ୍ଷକ ସନ୍ଧାନରେ ରହିବ।

Tags: