ଭାରତୀୟ ଦଳର ଭିତିରି ଖବର ଜଣାଇବାକୁ ସିରାଜଙ୍କୁ ପ୍ରସ୍ତାବ ଦେଇ ଅଭିଯୁକ୍ତ ଗିରଫ
ହାଇଦ୍ରାବାଦ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଦଳର ଭିତିରି ଖବର ଜଣାଇବାକୁ ପ୍ରସ୍ତାବ ଦେଇ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଏହି ପ୍ରସ୍ତାବ ସଂପର୍କରେ ସିରାଜ ତୁରନ୍ତ ବିସିସିଆଇର ଦୁର୍ନୀତି ନିବାରଣ ୟୁନିଟ୍ (ଏସିୟୁ)କୁ ଜଣାଇବାରୁ ଆନ୍ଧ୍ରପ୍ରଦେଶ ପୁଲିସ୍ ଅଭିଯୁକ୍ତ ଗିରଫ କରିଥିଲା। ଅଭିଯୁକ୍ତ ଜଣକ କୌଣସି ବୁକି ନୁହେଁ ବରଂ ଜଣେ ଡ୍ରାଇଭର। ନିୟମିତ ଭାବେ ବେଟିଂରେ ଟଙ୍କା ଲଗାଇ ଅନେକ ଟଙ୍କା ହରାଇସାରିଥିଲା। ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ଅଭିଯୁକ୍ତ ଜଣକ […]
ହାଇଦ୍ରାବାଦ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଦଳର ଭିତିରି ଖବର ଜଣାଇବାକୁ ପ୍ରସ୍ତାବ ଦେଇ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଏହି ପ୍ରସ୍ତାବ ସଂପର୍କରେ ସିରାଜ ତୁରନ୍ତ ବିସିସିଆଇର ଦୁର୍ନୀତି ନିବାରଣ ୟୁନିଟ୍ (ଏସିୟୁ)କୁ ଜଣାଇବାରୁ ଆନ୍ଧ୍ରପ୍ରଦେଶ ପୁଲିସ୍ ଅଭିଯୁକ୍ତ ଗିରଫ କରିଥିଲା। ଅଭିଯୁକ୍ତ ଜଣକ କୌଣସି ବୁକି ନୁହେଁ ବରଂ ଜଣେ ଡ୍ରାଇଭର। ନିୟମିତ ଭାବେ ବେଟିଂରେ ଟଙ୍କା ଲଗାଇ ଅନେକ ଟଙ୍କା ହରାଇସାରିଥିଲା। ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ଅଭିଯୁକ୍ତ ଜଣକ ଭାରତୀୟ ଦଳ ଉପରେ ବେଟିଂ କରି ଅନେକ ଟଙ୍କା ହରାଇବାରୁ ଅବସାଦ ଭିତରକୁ ଚାଲିଯାଇଥିଲା। ତେଣୁ ସେହିସବୁ କ୍ଷତିର ଭରଣା ପାଇଁ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା ବେଳେ ବେଟିଂରେ ଜିତିବା ପାଇଁ ଭାରତୀୟ ଦଳର ଭିତିରି କଥା ଜାଣିବାକୁ ସେ ଚାହିଁଥିଲା।




