ଭାରତୀୟ ଡେଭିସ କପ୍ ଦଳର ଅଧିନାୟକ ପଦରେ ରୋହିତ ପୁନଃଅବସ୍ଥାପିତ
ନୂଆଦିଲ୍ଲୀ: ସର୍ବଭାରତୀୟ ଟେନିସ ସଂଘ (ଏଆଇଟିଏ) ରୋହିତ ରାଜପାଲଙ୍କୁ ଭାରତୀୟ ଡେଭିସ କପ୍ ଦଳର ନନ୍ ପ୍ଲେଇଙ୍ଗ୍ ଅଧିନାୟକ ଭାବେ ପୁଣି ଥରେ ନିଯୁକ୍ତ କରିଛି। ସେ ୨୦୨୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବେ। ତାଙ୍କ ସମୟରେ ଭାରତ ସଫଳତା ପାଇଥିବାରୁ ପୁଣି ଥରେ ନିଯୁକ୍ତ କରାଯାଇଛି ବୋଲି ଏଆଇଟିଏ କହିଛି। ୨୦୧୯ରେ ରୋହିତ ଦଳର ନେତୃତ୍ବ ଭାର ନେଇଥିଲେ। ତାଙ୍କ ନେତୃତ୍ବରେ ଭାରତ- କ୍ରୋଏସିଆ, ଫିନ୍ଲାଣ୍ଡ, ଡେନ୍ମାର୍କ ଓ ନରୱେ ବିପକ୍ଷରେ ଖେଳିଛି। […]
ନୂଆଦିଲ୍ଲୀ: ସର୍ବଭାରତୀୟ ଟେନିସ ସଂଘ (ଏଆଇଟିଏ) ରୋହିତ ରାଜପାଲଙ୍କୁ ଭାରତୀୟ ଡେଭିସ କପ୍ ଦଳର ନନ୍ ପ୍ଲେଇଙ୍ଗ୍ ଅଧିନାୟକ ଭାବେ ପୁଣି ଥରେ ନିଯୁକ୍ତ କରିଛି। ସେ ୨୦୨୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବେ। ତାଙ୍କ ସମୟରେ ଭାରତ ସଫଳତା ପାଇଥିବାରୁ ପୁଣି ଥରେ ନିଯୁକ୍ତ କରାଯାଇଛି ବୋଲି ଏଆଇଟିଏ କହିଛି। ୨୦୧୯ରେ ରୋହିତ ଦଳର ନେତୃତ୍ବ ଭାର ନେଇଥିଲେ। ତାଙ୍କ ନେତୃତ୍ବରେ ଭାରତ- କ୍ରୋଏସିଆ, ଫିନ୍ଲାଣ୍ଡ, ଡେନ୍ମାର୍କ ଓ ନରୱେ ବିପକ୍ଷରେ ଖେଳିଛି। ରୋହିତଙ୍କ ଅଧିନାୟକତ୍ବରେ ଭାରତ ଗତ ସେପ୍ଟେମ୍ବରରେ ଲକ୍ଷ୍ନୌରେ ମରକ୍କୋକୁ ୪-୧ରେ ହରାଇ ୨୦୨୪ ଡେଭିସ କପ୍ ବିଶ୍ବ ଗ୍ରୁପ୍-୧ ପ୍ଲେଅଫ୍କୁ ଯୋଗ୍ୟତା ଅର୍ଜନ କରିଛି।




