ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ଯଶସ୍ବୀ ଓ ତିଳକ ନୂଆ
ମୁମ୍ବାଇ: ଯୁବ ଖେଳାଳି ଯଶସ୍ବୀ ଜୟସ୍ବାଲ୍ ଓ ତିଳକ ବର୍ମା ପ୍ରଥମ ଥର ପାଇଁ ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ପାଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି। ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତ ଅଗଷ୍ଟ ୩ରୁ ୧୩ ପର୍ଯ୍ୟନ୍ତ ୫ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ଶୃଙ୍ଖଳାର ଶେଷ ୩ ମ୍ୟାଚ୍ ଆମେରିକାର ଫ୍ଲୋରିଡାରେ ଅନୁଷ୍ଠିତ ହେବ। ଭାରତୀୟ ଟ୍ବେଣ୍ଟି-୨୦ ଦଳ: ଈଶାନ କିଶନ, […]
ମୁମ୍ବାଇ: ଯୁବ ଖେଳାଳି ଯଶସ୍ବୀ ଜୟସ୍ବାଲ୍ ଓ ତିଳକ ବର୍ମା ପ୍ରଥମ ଥର ପାଇଁ ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ପାଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି। ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତ ଅଗଷ୍ଟ ୩ରୁ ୧୩ ପର୍ଯ୍ୟନ୍ତ ୫ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ଶୃଙ୍ଖଳାର ଶେଷ ୩ ମ୍ୟାଚ୍ ଆମେରିକାର ଫ୍ଲୋରିଡାରେ ଅନୁଷ୍ଠିତ ହେବ।
ଭାରତୀୟ ଟ୍ବେଣ୍ଟି-୨୦ ଦଳ: ଈଶାନ କିଶନ, ଶୁବମନ ଗିଲ୍, ଯଶସ୍ବୀ ଜୟସ୍ବାଲ୍, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଉପଅଧିନାୟକ), ସଂଜୁ ସାମସନ୍, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଅକ୍ଷର ପଟେଲ୍, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଉମ୍ରାନ ମଲ୍ଲିକ, ଆୱେସ ଖାକନ୍, ମୁକେଶ କୁମାର।




