ଭାରତର ବିଶ୍ବକପ୍ ଦଳକୁ ଫେରିଲେ ଅଶ୍ବିନ
ନୂଆଦିଲ୍ଲୀ: ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଭାରତୀୟ ବିଶ୍ବକପ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରାଥମିକ ବିଶ୍ବକପ୍ ଦଳ ଚୟନ ସମୟରେ ଅଶ୍ବିନଙ୍କୁ ବାଦ୍ ଦିଆଯାଇଥିଲା। କିନ୍ତୁ ଏସିଆ କପ୍ ସମୟରେ ସ୍ପିନ୍ ଅଲରାଉଣ୍ଡର ଅକ୍ଷର ପଟେଲ୍ ଆହତ ହେବାରୁ ଅଶ୍ବିନଙ୍କ ପାଇଁ ଦ୍ବାର ଖୋଲିଯାଇଥିଲା। ଯେଉଁଥିପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଅଶ୍ବିନ ସ୍ପିନ୍ ବୋଲିଂର ନେତୃତ୍ବ ନେବା ସହ ଦମ୍ଦାର ପ୍ରଦର୍ଶନ ଦେଇଥିଲେ। ଏପଟେ ଅକ୍ଷରଙ୍କୁ ସଂପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ପାଖାପାଖି ୩ ସପ୍ତାହ […]
ନୂଆଦିଲ୍ଲୀ: ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଭାରତୀୟ ବିଶ୍ବକପ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରାଥମିକ ବିଶ୍ବକପ୍ ଦଳ ଚୟନ ସମୟରେ ଅଶ୍ବିନଙ୍କୁ ବାଦ୍ ଦିଆଯାଇଥିଲା। କିନ୍ତୁ ଏସିଆ କପ୍ ସମୟରେ ସ୍ପିନ୍ ଅଲରାଉଣ୍ଡର ଅକ୍ଷର ପଟେଲ୍ ଆହତ ହେବାରୁ ଅଶ୍ବିନଙ୍କ ପାଇଁ ଦ୍ବାର ଖୋଲିଯାଇଥିଲା। ଯେଉଁଥିପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଅଶ୍ବିନ ସ୍ପିନ୍ ବୋଲିଂର ନେତୃତ୍ବ ନେବା ସହ ଦମ୍ଦାର ପ୍ରଦର୍ଶନ ଦେଇଥିଲେ। ଏପଟେ ଅକ୍ଷରଙ୍କୁ ସଂପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ପାଖାପାଖି ୩ ସପ୍ତାହ ସମୟ ଆବଶ୍ୟକ। ଏଥିପାଇଁ ଚୟନସମିତି ଅଶ୍ବିନଙ୍କୁ ଭାରତୀୟ ବିଶ୍ବକପ୍ ଦଳରେ ସାମିଲ କରିଛି। ଏଥିପୂର୍ବରୁ ଅଶ୍ବିନ ୨୦୧୧, ୨୦୧୫ ବିଶ୍ବକପ୍ ସଂସ୍କରଣରେ ଭାରତୀୟ ଦଳର ସଦସ୍ୟ ଥିଲେ। ଏଥି ସହିତ ୨୦୧୧ ବିଶ୍ବକପ୍ ବିଜେତା ଦଳର ଦୁଇ ଭାରତୀୟ ସଦସ୍ୟ ବିରାଟ କୋହଲି ଏବଂ ଆର୍ ଅଶ୍ବିନ୍ ଘରୋଇ ମାଟିରେ କ୍ରମାଗତ ବିଶ୍ବକପ୍ ଖେଳିବାର ସୁଯୋଗ ପାଇବେ।




