ଭାରତର ବିପକ୍ଷରେ ବାବରଙ୍କ ପ୍ରଥମ ବିଶ୍ବକପ୍ ଅର୍ଦ୍ଧଶତକ
ଅହମଦାବାଦ: ପାକିସ୍ତାନ ଅଧିନାୟକ ବାବର ଆଜମ ଭାରତ ବିପକ୍ଷରେ ଦିନିକିଆ ବିଶ୍ବକପ୍ରେ ପ୍ରଥମ ଅର୍ଦ୍ଧଶତକ ମାରିଛନ୍ତି। ଅବଦୁଲ୍ଲା ସାଫିକଙ୍କ ଆଉଟ୍ ହେବା ପରେ ତୃତୀୟ ସ୍ଥାନରେ ବ୍ୟାଟିଂ ଆସିଥିବା ବାବର ଆରମ୍ଭରୁ ରକ୍ଷଣାତ୍ମକ ଖେଳିଥିଲେ। ଭାରତ ବିପକ୍ଷରେ ଅଷ୍ଟମ ପାଳି ଖେଳୁଥିବା ବାବର ୭ଚୌକା ସହାୟତାରେ ୫୭ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ହେଲେ ପରବର୍ତ୍ତୀ ବଲ୍ରେ ମହମ୍ମଦ ସିରାଜ ତାଙ୍କୁ ବୋଲ୍ଡ କରିଥିଲେ। ଆଉଟ୍ ହେବା ପୂର୍ବରୁ ମହମ୍ମଦ ରିଜୱାନଙ୍କ ସହ ତୃତୀୟ ୱିକେଟ୍ରେ ୮୨ […]
ଅହମଦାବାଦ: ପାକିସ୍ତାନ ଅଧିନାୟକ ବାବର ଆଜମ ଭାରତ ବିପକ୍ଷରେ ଦିନିକିଆ ବିଶ୍ବକପ୍ରେ ପ୍ରଥମ ଅର୍ଦ୍ଧଶତକ ମାରିଛନ୍ତି। ଅବଦୁଲ୍ଲା ସାଫିକଙ୍କ ଆଉଟ୍ ହେବା ପରେ ତୃତୀୟ ସ୍ଥାନରେ ବ୍ୟାଟିଂ ଆସିଥିବା ବାବର ଆରମ୍ଭରୁ ରକ୍ଷଣାତ୍ମକ ଖେଳିଥିଲେ। ଭାରତ ବିପକ୍ଷରେ ଅଷ୍ଟମ ପାଳି ଖେଳୁଥିବା ବାବର ୭ଚୌକା ସହାୟତାରେ ୫୭ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ହେଲେ ପରବର୍ତ୍ତୀ ବଲ୍ରେ ମହମ୍ମଦ ସିରାଜ ତାଙ୍କୁ ବୋଲ୍ଡ କରିଥିଲେ। ଆଉଟ୍ ହେବା ପୂର୍ବରୁ ମହମ୍ମଦ ରିଜୱାନଙ୍କ ସହ ତୃତୀୟ ୱିକେଟ୍ରେ ୮୨ ରନ୍ ଭାଗୀଦାରି କରିଥିଲେ। ବାବର ପୂର୍ବରୁ ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ଭାରତ ବିପକ୍ଷରେ ପ୍ରଥମ ଥର ଖେଳିଥିଲେ। ସେହିବର୍ଷ ଫାଇନାଲ୍ରେ ବାବର ୪୬ ରନ୍ ସଂଗ୍ରହ କରିଥିଲେ। ଏହାପରେ ୨୦୧୮ ଏସିଆ କପ୍ ଓ ୨୦୧୯ ଦିନିକିଆ ବିଶ୍ବକପ୍ରେ ଦୁଇଥର ୪୦ରୁ ଊର୍ଦ୍ଧ୍ବ ସ୍କୋର କରିଥିଲେ। ଚଳିତ ବିଶ୍ବକପ୍ ପୂର୍ବରୁ ଏସିଆ କପ୍ରେ ବାବରଙ୍କୁ ହାର୍ଦିକ ପାଣ୍ଡ୍ୟା ୧୦ ରନ୍ରେ ଆଉଟ୍ କରିଥିଲେ।




