ଭାରତରେ ପହଞ୍ଚିଲେ ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର ନବ ନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍ ଭାରତରେ ପହଞ୍ଚିଛନ୍ତି। ଏହି ଦକ୍ଷିଣ ଆଫ୍ରିକୀୟ ପ୍ରଶିକ୍ଷକ ନୂଆଦିଲ୍ଲୀରେ ପହଞ୍ଚିବା ପରେ ହକି ଇଣ୍ଡିଆର ଅଧିକାରୀମାନଙ୍କୁ ପ୍ରଥମେ ଭେଟିଥିଲେ। ପରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପରିସରରେ ଚାଲିଥିବା ଜାତୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବାକୁ କ୍ରେଗ୍ ବେଙ୍ଗାଲୁରୁ ଚାଲିଯାଇଛନ୍ତି। କ୍ରେଗ୍ଙ୍କ ପାଖରେ ୨୫ ବର୍ଷର ପ୍ରଶିକ୍ଷଣ ଅଭିଜ୍ଞତା ରହିଛି। ସେ ଆୟର୍ଲାଣ୍ଡ ଓ ବେଲଜିୟମ୍ ଦଳ ସହିତ କାମ କରିଥିଲା ବେଳେ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର ନବ ନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍ ଭାରତରେ ପହଞ୍ଚିଛନ୍ତି। ଏହି ଦକ୍ଷିଣ ଆଫ୍ରିକୀୟ ପ୍ରଶିକ୍ଷକ ନୂଆଦିଲ୍ଲୀରେ ପହଞ୍ଚିବା ପରେ ହକି ଇଣ୍ଡିଆର ଅଧିକାରୀମାନଙ୍କୁ ପ୍ରଥମେ ଭେଟିଥିଲେ। ପରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପରିସରରେ ଚାଲିଥିବା ଜାତୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବାକୁ କ୍ରେଗ୍ ବେଙ୍ଗାଲୁରୁ ଚାଲିଯାଇଛନ୍ତି। କ୍ରେଗ୍ଙ୍କ ପାଖରେ ୨୫ ବର୍ଷର ପ୍ରଶିକ୍ଷଣ ଅଭିଜ୍ଞତା ରହିଛି। ସେ ଆୟର୍ଲାଣ୍ଡ ଓ ବେଲଜିୟମ୍ ଦଳ ସହିତ କାମ କରିଥିଲା ବେଳେ ଏକାଧିକ ମାଇଲ୍ଖୁଣ୍ଟ ଅତିକ୍ରମ କରିଛନ୍ତି। ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ସେ ଆୟର୍ଲାଣ୍ଡ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଥିବା ବେଳେ ଏହି ଦଳ ୨୦୧୬ ରିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଥିଲା। ଏହା ଆୟର୍ଲାଣ୍ଡ ଦଳର ୧୦୦ ବର୍ଷ ମଧ୍ୟରେ ପ୍ରଥମ ଅଲିମ୍ପିକ୍ସ ଯୋଗ୍ୟତା ଥିଲା। ଏପରିକି ୨୦୧୫ରେ ତାଙ୍କୁ ଏଫ୍ଆଇଏଚ୍ ପକ୍ଷରୁ ବର୍ଷର ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ମଧ୍ୟ ମିଳିଥିଲା। ଏହାପରେ ଅଲିମ୍ପିକ ବିଜେତା ବେଲଜିୟମ୍ ସହିତ ସେ ସହକାରୀ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ। ଯେଉଁଥିପାଇଁ ଦଳ ଟୋକିଓରେ ସ୍ବର୍ଣ୍ଣ ପଦକ ଜିତିଥିଲା। ସେହିପରି ଭୁବନେଶ୍ବରରେ ଆୟୋଜିତ ୨୦୧୮ ବିଶ୍ବକପ୍ ବିଜେତା ସମୟରେ ମଧ୍ୟ ଫୁଲ୍ଟନ ବେଲଜିୟମ୍ ପ୍ରଶିକ୍ଷଣ ମଣ୍ଡଳୀରେ ସଦସ୍ୟ ଥିଲେ। ଚଳିତ ବର୍ଷ ବେଲଜିୟମ୍ର ଶ୍ରେଷ୍ଠ ପ୍ରଶିକ୍ଷକ ଭାବେ ତାଙ୍କୁ ସମ୍ମାନିତ କରାଯାଇଛି। ଭାରତୀୟ ଦଳ ସହିତ ଫୁଲ୍ଟନଙ୍କ ଆଗରେ ଏଫ୍ଆଇଏଚ୍ ପୁରୁଷ ହକି ପ୍ରୋ ଲିଗ୍ ପ୍ରଥମ ପରୀକ୍ଷା ରହିବ। ୟୁରୋପ୍ରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତର ମୁକାବିଲା ବେଲଜିୟମ, ଗ୍ରେଟ୍ ବ୍ରିଟେନ୍, ନେଦରଲାଣ୍ଡ୍ସ, ଆର୍ଜେଣ୍ଟିନା ସହିତ ହେବ।

Tags: