ଭାରତକୁ ହରାଇ ପାକିସ୍ତାନ ଜିତିଲା ଇମର୍ଜିଂ ଏସିଆ କପ୍

କଲମ୍ବୋ: ଚିର ପ୍ରତିଦ୍ବନ୍ଦ୍ବୀ ଭାରତକୁ ୧୨୮ ରନ୍ର ବୃହତ୍ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ଲଗାତାର ଦ୍ବିତୀୟ ଥର ପାଇଁ ଇମର୍ଜିଂ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଚାମ୍ପିଅନ୍ ହୋଇଛି। ଭାରତୀୟ ବୋଲରମାନେ ପାକିସ୍ତାନକୁ ୩୫୨/୮ ରନ୍ର ବିଶାଳ ସ୍କୋର କରିବାର ସୁଯୋଗ ଦେଇଥିଲେ। କିନ୍ତୁ ଭାରତୀୟ ଦଳ ୧୦ ଓଭର ପୂର୍ବରୁ ମାତ୍ର ୨୨୪ ରନ୍ରେ ଅଲଆଉଟ୍ ହୋଇ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ୭୧ ବଲ୍ରୁ ୧୦୮ ରନ୍ର ବିସ୍ଫୋରକ ପାଳି ଖେଳିଥିବା ପାକିସ୍ତାନୀ ବ୍ୟାଟର୍ […]

Samaya Live Picture
Published On

କଲମ୍ବୋ: ଚିର ପ୍ରତିଦ୍ବନ୍ଦ୍ବୀ ଭାରତକୁ ୧୨୮ ରନ୍ର ବୃହତ୍ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ଲଗାତାର ଦ୍ବିତୀୟ ଥର ପାଇଁ ଇମର୍ଜିଂ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଚାମ୍ପିଅନ୍ ହୋଇଛି। ଭାରତୀୟ ବୋଲରମାନେ ପାକିସ୍ତାନକୁ ୩୫୨/୮ ରନ୍ର ବିଶାଳ ସ୍କୋର କରିବାର ସୁଯୋଗ ଦେଇଥିଲେ। କିନ୍ତୁ ଭାରତୀୟ ଦଳ ୧୦ ଓଭର ପୂର୍ବରୁ ମାତ୍ର ୨୨୪ ରନ୍ରେ ଅଲଆଉଟ୍ ହୋଇ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ୭୧ ବଲ୍ରୁ ୧୦୮ ରନ୍ର ବିସ୍ଫୋରକ ପାଳି ଖେଳିଥିବା ପାକିସ୍ତାନୀ ବ୍ୟାଟର୍ ତୟବ ତାହିର ଫାଇନାଲ୍ ଏବଂ ଭାରତୀୟ ବୋଲର ନିଶାନ୍ତ ସିନ୍ଧୁ (୧୧ ୱିକେଟ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ମ୍ୟାଚ୍ରେ ଭାରତୀୟ ଅଧିନାୟକ ୟସ୍ ଧୁଲ ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ପାକିସ୍ତାନୀ ଓପନର ସଇମ ଆୟୁବ ଓ ସାହିବଜାଦା ଫର୍ହାନ ପ୍ରଥମ ୱିକେଟ୍ରେ ୧୨୧ ରନ୍ ଯୋଡ଼ିନେଇଥିଲେ। ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ତୟବ ତାହିର ଅବିଶ୍ବସନୀୟ ବ୍ୟାଟିଂ କରିବା ସହ ଶତକୀୟ ପାଳି ଖେଳି ଭୟ ପାକିସ୍ତାନ ସ୍କୋରକୁ ୩୫୦ ରନ୍ ପାର କରାଇ ଦେଇଥିଲେ। ୩୫୩ ରନ୍ର ଲକ୍ଷ୍ୟକୁ ପିଛା କରି ଆରମ୍ଭରୁ ବଡ଼ ସଟ୍ ଖେଳିବା ଲୋଭରେ ତାରକା ଭାରତୀୟ ବ୍ୟାଟର ବେପରୁଆ ଭାବେ ୱିକେଟ୍ ଫିଙ୍ଗି ଚାଲିଥିଲେ। ଓପନର ଅଭିଷେକ ଶର୍ମା (୬୧)ଙ୍କ ଛଡ଼ା ଅନ୍ୟ କେହି ଅର୍ଦ୍ଧଶତକ ଛୁଇଁ ପାରି ନଥିବାରୁ ଭାରତ ୪୦ ଓଭରରେ ଅଲଆଉଟ୍ ହୋଇଯାଇଥିଲା।

Tags: