ଭାରତକୁ ଏକତରଫା ପରାସ୍ତ କରି ଅଷ୍ଟ୍ରେଲିଆ ଷଷ୍ଠ ବିଶ୍ବକପ୍ ଜିତିଲା

ଅହମଦାବାଦ: ମୋଟେରାର ନେରେନ୍ଦ୍ର ମୋଦୀ ଷ୍ଟା୍ଡିୟମ୍ରେ ରବିବାର ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ବକପ୍ର ଫାଇନାଲ୍ରେ ଭାରତକୁ ଏକତରଫା ଭାବେ ୬ ୱିକେଟ୍ରେ ପରାସ୍ତ କରି ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ବ ବିଜେତା ହୋଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ହୋଇଥିବା ୨୪୧ ରନ୍ର ଲକ୍ଷ୍ୟକୁ ପିଛା କରୁଥିଲା ବେଳେ ଅଷ୍ଟ୍ରେଲିଆ ମଧ୍ୟ ବିପର୍ଯ୍ୟୟର ଶିକାର ହୋଇଥିଲା। ପ୍ରତମ ତିନି ୱିକେଟ୍ ସଅଳ ଚାଲିଯାଇଥିଲା। ଯାହାଫଳରେ ଅଷ୍ଟ୍ରେଲିଆ ୪୭/୩ରେ ପହଞ୍ଚିଯିବାରୁ ଟ୍ରାଭିସ୍ ହେଡ୍ ଓ ମାନର୍ସ ଲବୁସାନ୍ ଦଳକୁ […]

Samaya Live Picture
Published On

ଅହମଦାବାଦ: ମୋଟେରାର ନେରେନ୍ଦ୍ର ମୋଦୀ ଷ୍ଟା୍ଡିୟମ୍ରେ ରବିବାର ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ବକପ୍ର ଫାଇନାଲ୍ରେ ଭାରତକୁ ଏକତରଫା ଭାବେ ୬ ୱିକେଟ୍ରେ ପରାସ୍ତ କରି ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ବ ବିଜେତା ହୋଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ହୋଇଥିବା ୨୪୧ ରନ୍ର ଲକ୍ଷ୍ୟକୁ ପିଛା କରୁଥିଲା ବେଳେ ଅଷ୍ଟ୍ରେଲିଆ ମଧ୍ୟ ବିପର୍ଯ୍ୟୟର ଶିକାର ହୋଇଥିଲା। ପ୍ରତମ ତିନି ୱିକେଟ୍ ସଅଳ ଚାଲିଯାଇଥିଲା। ଯାହାଫଳରେ ଅଷ୍ଟ୍ରେଲିଆ ୪୭/୩ରେ ପହଞ୍ଚିଯିବାରୁ ଟ୍ରାଭିସ୍ ହେଡ୍ ଓ ମାନର୍ସ ଲବୁସାନ୍ ଦଳକୁ ବିଜୟ ପଥରେ ନେଇଥିଲେ। ଟ୍ରାଭିସ୍ (୧୨୦ ବଲ୍ରୁ ୧୩୭ ରନ୍) ଏବଂ ଲବୁସାନ୍ (୧୧୦ ବଲ୍ରୁ ୫୮* ରନ୍) ଶତକୀୟ ଭାଗୀଦା୍ରି (୧୯୮ ରନ୍) କରି ଭାରତ୍ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ। ଆହତ ଯୋଗୁଁ ପ୍ରଥମରୁ ଖେଳିପାରିନଥିବା ହେଡ୍ ଏ ବିଶ୍ବକପ୍ରେ ଦ୍ବିତୀୟ ଶତକ ସହ ଭାରତ ହାତରେ ଥିବା ଶେଷ ସୁଯୋଗକୁ ବି ଛଡ଼ାଇ ନେଇଥିଲେ। ୭ ଓଭର ପୂର୍ବରୁ ଅଷ୍ଟ୍ରେଲିଆ ୪ ୱିକେଟ୍ ହରାଇ ୨୪୧ ରନ୍ ସଂଗ୍ରହ କରି ନେଇଥିଲା। ଏହି ବିଜୟ ସହ ଅଷ୍ଟ୍ରେଲିଆ ମଧ୍ୟ ଭାରତ ମାଟିରେ ବିଶ୍ବକପ୍ ଜିତିବାାଗ ର ଦ୍ବିତୀୟ ସ୍ବପ୍ନକୁ ସାକାର କରିନେଇଛି।
ଏଥିପୂର୍ବରୁ ପ୍ରଥମେ ବ୍ୟାଟିଂ ପାଇଥିବା ଭାରତ ଦମ୍ଦାର ଆରମ୍ଭ କରିଥିଲା। ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ଅନ୍ଦାଜ୍ ଜାରି ରଖିବା ସହ ଚୌକା, ଛକା ବର୍ଷା ଆରମ୍ଭ କରିଥିଲେ। କିନ୍ତୁ ଶୁବମନ ଗିଲ୍ ଏକ ପୁଲ୍ ସଟ୍ ମାରିବାକୁ ଯାଇ ମାତ୍ର ୪ ରନ୍ରେ ଆଉଟ୍ ହୋଇଥିଲେ। ତଥାପି ଚାପ ହଟାଇବାକୁ ରୋହିତ ଚେଷ୍ଟା ଜାରି ରଖିଥିଲେ। ତାଙ୍କ ସହିତ ବିରାଟ କୋହଲି ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ। ତେବେ ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କୁ ଛକା ମାରିବାକୁ ଯାଇ ରୋହିତ ଶର୍ମା ଦ୍ବିତୀୟ କ୍ଷତି ହୋଇଯାଇଥିଲେ। ୩ ବଲ୍ ବ୍ୟବଧାନରେ ଶ୍ରେୟସ ଆୟର ଆଉଟ୍ ହେବାରୁ ଭାରତ ସଂପୂର୍ଣ୍ଣ ଚାପରେ ଆସିଯାଇଥିଲା। ଏହାପରଠୁ କୋହଲି ଓ କେଏଲ୍ ରାହୁଲ ସଂପୂର୍ଣ୍ଣ ଭାବେ ରକ୍ଷଣାତ୍ମକ ଖେଳିବାରୁ ବାଉଣ୍ଡରି ଦେଖିବା ଏକପ୍ରକାର ସ୍ବପ୍ନ ହୋଇଯାଇଥିଲା। କୋହଲି (୬୩ ବଲ୍‌ରୁ ୫୪ ରନ୍) ଏବଂ କେଏଲ୍ ରାହୁଲ (୧୦୭ ବଲ୍‌ରୁ ୬୬ ରନ୍) ଆଉଟ୍‌ ହୋଇଯିବା ପରେ ରବୀନ୍ଦ୍ର ଜାଡ଼େଜା ଓ ସୂର୍ଯ୍ୟକୁମାର ଯାଦବ ରନ୍‌ ଗତି ବିଶେଷ ଭାବେ ବଢାଇ ପାରିନଥିଲେ। ଯାହାଫଳରେ ଭାରତ ୨୪୦ ରନ୍ରେ ଅଟକିଯାଇଥିଲା।

Tags: