ଭର୍ସ୍ତାପେନ୍ଙ୍କୁ ଲଗାତାର ଅଷ୍ଟମ ଟ୍ରଫି: ବେଲଜିଆନ୍ ଗ୍ରାଁ ପ୍ରି ଜିତିଲେ
ସ୍ପା (ବେଲ୍ଜିୟମ): ନେଦରଲାଣ୍ଡ୍ସର ରେଡ୍ବୁଲ ଚାଳକ ମ୍ୟାକ୍ସ ଭର୍ସ୍ତାପେନ୍ ବେଲ୍ଜିଆନ୍ ଗ୍ରାଁ ପ୍ରିରେ ଚାମ୍ପିଅନ୍ ହୋଇଛନ୍ତି। ଫର୍ମୁଲା ୱାନ୍ ଚାମ୍ପିଅନ୍ସିପ୍ ତାଲିକାରେ ଶୀର୍ଷରେ ଥିବା ଭର୍ସ୍ତାପେନ୍ଙ୍କ ଏହା ଲଗାତାର ଅଷ୍ଟମ ବିଜୟ। ଏଥିସହ ସେ ସର୍ବକାଳୀନ କୀର୍ତ୍ତିମାନଠୁ ଗୋଟିଏ ପଛରେ ରହିଛନ୍ତି। ଏହି କୀର୍ତ୍ତିମାନ ଜର୍ମାନିର ସେବାସ୍ତିଆନ୍ ଭେଟେଲ (୯)ଙ୍କ ନାମରେ ରହିଛି। ତାଙ୍କ ଦଳ ରେଡ୍ବୁଲ୍ ଲଗାତାର ୧୩ ବିଜୟ ପାଇ ନୂଆ କୀର୍ତ୍ତିମାନ କରିଛି। ପୂର୍ବରୁ ଏହି କୀର୍ତ୍ତିମାନ ମ୍ୟାକଲରେନ (୧୨ ରେସ୍) ନାମରେ […]
ସ୍ପା (ବେଲ୍ଜିୟମ): ନେଦରଲାଣ୍ଡ୍ସର ରେଡ୍ବୁଲ ଚାଳକ ମ୍ୟାକ୍ସ ଭର୍ସ୍ତାପେନ୍ ବେଲ୍ଜିଆନ୍ ଗ୍ରାଁ ପ୍ରିରେ ଚାମ୍ପିଅନ୍ ହୋଇଛନ୍ତି। ଫର୍ମୁଲା ୱାନ୍ ଚାମ୍ପିଅନ୍ସିପ୍ ତାଲିକାରେ ଶୀର୍ଷରେ ଥିବା ଭର୍ସ୍ତାପେନ୍ଙ୍କ ଏହା ଲଗାତାର ଅଷ୍ଟମ ବିଜୟ। ଏଥିସହ ସେ ସର୍ବକାଳୀନ କୀର୍ତ୍ତିମାନଠୁ ଗୋଟିଏ ପଛରେ ରହିଛନ୍ତି। ଏହି କୀର୍ତ୍ତିମାନ ଜର୍ମାନିର ସେବାସ୍ତିଆନ୍ ଭେଟେଲ (୯)ଙ୍କ ନାମରେ ରହିଛି। ତାଙ୍କ ଦଳ ରେଡ୍ବୁଲ୍ ଲଗାତାର ୧୩ ବିଜୟ ପାଇ ନୂଆ କୀର୍ତ୍ତିମାନ କରିଛି। ପୂର୍ବରୁ ଏହି କୀର୍ତ୍ତିମାନ ମ୍ୟାକଲରେନ (୧୨ ରେସ୍) ନାମରେ ଥିଲା। ଆର୍ଟନ ସେନ୍ନା ଓ ଆଲିଆନ୍ ପ୍ରଷ୍ଟ ମିଳିତ ଭାବେ ୧୯୮୮ରେ ମ୍ୟାକଲରେନକୁ ଏହି ବିଜୟ ଦେଇଥିଲେ। ବେଲଜିଆନ୍ ଗ୍ରାଁ ପ୍ରି ରେସ୍ରେ ଭର୍ସ୍ତାପେନ୍ଙ୍କ ପଛକୁ ତାଙ୍କ ଦଳୀୟ ସାଥୀ ସର୍ଜିଓ ପେରେଜ ଦ୍ବିତୀୟ ଓ ଫେରାରିର ଚାର୍ଲେସ ଲେକଲାର୍କ ତୃତୀୟ ସ୍ଥାନରେ ରହି ପୋଡିୟମ ଫିନିସ୍ କରିଥିଲେ। ୭ ଥରର ବିଶ୍ବ ବିଜେତା ମର୍ସିଡିଜ୍ ଚାଳକ ଲୁଇସ ହାମିଲଟନ୍ ଚତୁର୍ଥ ସ୍ଥାନରେ ରେସ୍ ଶେଷ କରିଥିଲେ।




