ବ୍ୟାଟ୍ରେ ପାଲେଷ୍ଟାଇନ୍ ପତାକା ଷ୍ଟିକର ଲଗାଇ ପାକିସ୍ତାନ ଖେଳାଳିଙ୍କ ମ୍ୟାଚ୍ ଫି’ ୫୦ ପ୍ରତିଶତ କଟିଲା
ଇସଲାମାବାଦ୍: କ୍ରିକେଟ୍ ବ୍ୟାଟ୍ରେ ପାଲେଷ୍ଟାଇନ୍ ପତାକା ଷ୍ଟିକର ଲଗାଇଥିବାରୁ ଜଣେ ପାକିସ୍ତାନୀ କ୍ରିକେଟର୍ଙ୍କ ମ୍ୟାଚ୍ ଫି’ ୫୦ ପ୍ରତିଶତ କାଟିଦିଆଯାଇଛି। କରାଚିରେ ଖେଳାଯାଉଥିବା ଜାତୀୟ ଟ୍ବେଣ୍ଟି-୨୦ କପ୍ରେ ଲାହୋର ବ୍ଲୁସ୍ ବିପକ୍ଷରେ କରାଚି ହ୍ବାଇଟ୍ସ ପାଇଁ ଖେଳୁଥିବାବେଳେ ଆଜମ ଖାନ୍ଙ୍କ ସହିତ ଏହି ଘଟଣା ଘଟିଛି। ପାଲେଷ୍ଟାଇନ୍ର ଜାତୀୟ ପତାକାର ଷ୍ଟିକର୍କୁ ଆଜମ୍ ତାଙ୍କ ବ୍ୟାଟ୍ର ତଳ ଭାଗରେ ଲଗାଇଥିଲେ। ଏହି ଘଟଣା ପ୍ରତିଯୋଗିତା ଆୟୋଜକଙ୍କ ନଜରକୁ ଆସିଥିଲା। ତେଣୁ ନିୟମ ଅନୁସାରେ ତାଙ୍କ ମ୍ୟାଚ୍ ଫି’ର […]
ଇସଲାମାବାଦ୍: କ୍ରିକେଟ୍ ବ୍ୟାଟ୍ରେ ପାଲେଷ୍ଟାଇନ୍ ପତାକା ଷ୍ଟିକର ଲଗାଇଥିବାରୁ ଜଣେ ପାକିସ୍ତାନୀ କ୍ରିକେଟର୍ଙ୍କ ମ୍ୟାଚ୍ ଫି’ ୫୦ ପ୍ରତିଶତ କାଟିଦିଆଯାଇଛି। କରାଚିରେ ଖେଳାଯାଉଥିବା ଜାତୀୟ ଟ୍ବେଣ୍ଟି-୨୦ କପ୍ରେ ଲାହୋର ବ୍ଲୁସ୍ ବିପକ୍ଷରେ କରାଚି ହ୍ବାଇଟ୍ସ ପାଇଁ ଖେଳୁଥିବାବେଳେ ଆଜମ ଖାନ୍ଙ୍କ ସହିତ ଏହି ଘଟଣା ଘଟିଛି। ପାଲେଷ୍ଟାଇନ୍ର ଜାତୀୟ ପତାକାର ଷ୍ଟିକର୍କୁ ଆଜମ୍ ତାଙ୍କ ବ୍ୟାଟ୍ର ତଳ ଭାଗରେ ଲଗାଇଥିଲେ। ଏହି ଘଟଣା ପ୍ରତିଯୋଗିତା ଆୟୋଜକଙ୍କ ନଜରକୁ ଆସିଥିଲା। ତେଣୁ ନିୟମ ଅନୁସାରେ ତାଙ୍କ ମ୍ୟାଚ୍ ଫି’ର ୫୦ ପ୍ରତିଶତ କାଟିଦିଆଯାଇଛି। ପୂର୍ବରୁ ମଧ୍ୟ ତାଙ୍କୁ ଅଣସ୍ବୀକୃତିପ୍ରାପ୍ତ ଲୋଗୋ (ପାଲେଷ୍ଟାଇନ୍ ପତାକା) ତାଙ୍କ ବ୍ୟାଟ୍ରେ ପ୍ରଦର୍ଶିତ ନକରିବାକୁ ଚେତାବନୀ ଦିଆଯାଇଥିଲା। କିନ୍ତୁ ଆଜମ୍ଙ୍କ ପ୍ରତ୍ୟେକ ବ୍ୟାଟ୍ରେ ଏହି ଷ୍ଟିକର ଥିବାରୁ ସେ ତାହାକୁ ପରିବର୍ତ୍ତନ କରିନଥିଲେ। କିନ୍ତୁ ଆଇସିସିର ପୋଷାକ ଓ କ୍ରୀଡ଼ା ସଂରଞ୍ଜାମ ନିୟମାବଳୀ ଅନୁସାରେ ଖେଳାଳିଙ୍କୁ ରାଜନୈତିକ, ଧାର୍ମିକ କିମ୍ବା ବର୍ଣ୍ଣବୈଷମ୍ୟ ସଂପର୍କିତ କୌଣସି ପ୍ରଦର୍ଶନ କରିପାରିବେନି।




