ବ୍ରିଜଭୂଷଣଙ୍କ ଲାଏ ଡିଟେକ୍ଟର ପରୀକ୍ଷା ପାଇଁ କୁସ୍ତିଯୋଦ୍ଧାଙ୍କ ଦାବି

ନୂଆଦିଲ୍ଲୀ: ଯନ୍ତରମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଥମିବାର ନାଁ ନେଉନଥିଲା ବେଳେ ଏବେ ପୁଣି ଆଉ ଏକ ଦାବି ଉପସ୍ଥାପନ ହେଲାଣି। ମୁଖ୍ୟ ଅଭିଯୁକ୍ତ ତଥା ଭାରତୀୟ କୁସ୍ତି ମହାସଂଘ (ଡବ୍ଳୁଏଫ୍ଆଇ)ର ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ଯଦି ମିଛ ହୋଇଥିବ ତାହେଲେ ତାଙ୍କର ଲାଏ ଡିଟେକ୍ଟର ନାର୍କୋ ଟେଷ୍ଟ କରାଯାଉ ବୋଲି ସାକ୍ଷୀ ମଲ୍ଲିକ ଦାବି କରିଛନ୍ତି। ଏଥିସହିତ ସମସ୍ତ ବୟସବର୍ଗର ପ୍ରତିଯୋଗିତାଗୁଡ଼ିକ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଆଡ୍ ହକ୍ ପ୍ୟାନେଲ୍ […]

Samaya Live Picture
Published On

ନୂଆଦିଲ୍ଲୀ: ଯନ୍ତରମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଥମିବାର ନାଁ ନେଉନଥିଲା ବେଳେ ଏବେ ପୁଣି ଆଉ ଏକ ଦାବି ଉପସ୍ଥାପନ ହେଲାଣି। ମୁଖ୍ୟ ଅଭିଯୁକ୍ତ ତଥା ଭାରତୀୟ କୁସ୍ତି ମହାସଂଘ (ଡବ୍ଳୁଏଫ୍ଆଇ)ର ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ଯଦି ମିଛ ହୋଇଥିବ ତାହେଲେ ତାଙ୍କର ଲାଏ ଡିଟେକ୍ଟର ନାର୍କୋ ଟେଷ୍ଟ କରାଯାଉ ବୋଲି ସାକ୍ଷୀ ମଲ୍ଲିକ ଦାବି କରିଛନ୍ତି। ଏଥିସହିତ ସମସ୍ତ ବୟସବର୍ଗର ପ୍ରତିଯୋଗିତାଗୁଡ଼ିକ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଆଡ୍ ହକ୍ ପ୍ୟାନେଲ୍ ଦ୍ବାରା ପରିଚାଳିତ ହେଉ। ହେଲେ ଏହି ପରିଚାଳନାରେ ଯଦି କୌଣସି ପ୍ରକାରେ ବ୍ରିଜଭୂଷଣଙ୍କ ସଂପୃକ୍ତି ରହିବ, ତାହେଲେ ଏହାକୁ ସମସ୍ତ କୁସ୍ତିଯୋଦ୍ଧା ବିରୋଧ କରିବେ ବୋଲି ସାକ୍ଷୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସାକ୍ଷୀଙ୍କ ମତରେ, ଘଟଣାର ସତ୍ୟତା ଜାଣିବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଉଭୟ ବ୍ରିଜଭୂଷଣ ଓ ସମସ୍ତ ୭ ଅଭିଯୋଗକାରୀଙ୍କ ନାର୍କେ ଟେଷ୍ଟ କରାଯାଉ। ଯିଏ ବି ମିଥ୍ୟା ପ୍ରମାଣିତ ହେବେ, ତାଙ୍କୁ ଫାଶୀ ଦେଇଦିଆଯାଉ ବୋଲି ସେ କହିଛନ୍ତି। ସେହିପରି ୨୦୧୨ରେ ଦିଲ୍ଲୀ ନିର୍ଭୟା ଘଟଣାରେ ଯେପରି ସାରା ଦେଶ ଏକାଠି ହୋଇଥିଲା ଠିକ୍ ସେମିତି କୁସ୍ତିଯୋଦ୍ଧାଙ୍କ ନ୍ୟାୟ ପାଇଁ ଚାଲିଥିବା ଲଢେଇରେ ସମସ୍ତେ ସାମିଲ ହେବାକୁ ସାକ୍ଷୀ ଆହ୍ବାନ ଦେଇଛନ୍ତି। ଦେଶର ମହିଳାମାନଙ୍କ ପାଇଁ ଏଠାରେ ଲଢେଇ ଚାଲିଛି। ଯଦି ଲଢେଇରେ ଆମେ ଜିତୁ ତାହେଲେ ସମାଜରେ ଏକ ଶକ୍ତ ସନ୍ଦେହ ପ୍ରେରଣ ହେବ। ହେଲେ ଯଦି ଆମେ ହାରିଯାଉ ତାହେଲେ ଦେଶର ମହିଳାମାନେ ୫୦ ବର୍ଷ ପଛକୁ ଠେଲିହୋଇଯିବେ। ଯେଉଁମାନେ ବି କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ କରିବାକୁ ଚାହୁଁଛନ୍ତି, ସେମାନେ ନିଜନିଜ କାର୍ଯ୍ୟାଳୟରେ କଳା ଆର୍ମବ୍ୟାଣ୍ଡ ପରିଧାନ କରି ଆମର ସାହସ ବୃଦ୍ଧି କରନ୍ତୁ ବୋଲି ସାକ୍ଷୀ ଅନୁରୋଧ କରିଛନ୍ତି।

Tags: