ବ୍ରିଜଭୂଷଣଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୁଲିସ୍
ନୂଆଦିଲ୍ଲୀ : ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଡବଲ୍ୟୁଏଫ୍ଆଇ ସଭାପତି ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବୟାନକୁ ଦିଲ୍ଲୀ ପୁଲିସ୍ ରେକର୍ଡ କରିଛି। ଏଥିସହ ଡବଲ୍ୟୁଏଫ୍ଆଇ ସହକାରୀ ସମ୍ପାଦକ ବିନୋଦ ତୋମାରଙ୍କ ବୟାନ ମଧ୍ୟ ରେକର୍ଡ କରିଛି ଦିଲ୍ଲୀ ପୁଲିସ୍। ଗତ ମାସରେ ଦିଲ୍ଲୀ ପୁଲିସ୍ ବ୍ରିଜଭୂଷଣଙ୍କ ନାମରେ ଦୁଇଟି ଏତଲା ଦାଏର କରିଥିଲା। ପ୍ରଥମ ମାମଲାରେ ସେ ଜଣେ ନାବାଳିକାକୁ ଏବଂ ଦ୍ବିତୀୟଟିରେ ୩ ଜଣ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା […]
ନୂଆଦିଲ୍ଲୀ : ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଡବଲ୍ୟୁଏଫ୍ଆଇ ସଭାପତି ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବୟାନକୁ ଦିଲ୍ଲୀ ପୁଲିସ୍ ରେକର୍ଡ କରିଛି। ଏଥିସହ ଡବଲ୍ୟୁଏଫ୍ଆଇ ସହକାରୀ ସମ୍ପାଦକ ବିନୋଦ ତୋମାରଙ୍କ ବୟାନ ମଧ୍ୟ ରେକର୍ଡ କରିଛି ଦିଲ୍ଲୀ ପୁଲିସ୍। ଗତ ମାସରେ ଦିଲ୍ଲୀ ପୁଲିସ୍ ବ୍ରିଜଭୂଷଣଙ୍କ ନାମରେ ଦୁଇଟି ଏତଲା ଦାଏର କରିଥିଲା। ପ୍ରଥମ ମାମଲାରେ ସେ ଜଣେ ନାବାଳିକାକୁ ଏବଂ ଦ୍ବିତୀୟଟିରେ ୩ ଜଣ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରାଯାଇଥିଲା। ତଦନ୍ତରେ ସହଯୋଗ କରିବାକୁ ବ୍ରିଜଭୂଷଣଙ୍କୁ ନୋଟିସ୍ ଦିଆଯାଇଥିଲା। ପ୍ରାୟ ୩ ଘଣ୍ଟାଧରି ଦିଲ୍ଲୀ ପୁଲିସ୍ ବ୍ରିଜଭୂଷଣଙ୍କୁ ଜେରା କରିଥିବା ବେଳେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ବ୍ରିଜଭୂଷଣଙ୍କୁ ପୂର୍ବରୁ ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ ମଧ୍ୟ ଜେରା କରିଛି। ଉଭୟ ତଦନ୍ତ ବେଳେ ବ୍ରିଜଭୂଷଣ ଦୃଢ଼ ଭାବେ ଅଭିଯୋଗକୁ ଖଣ୍ଡନ କରିଆସିଛନ୍ତି। ଏପରିକି ଅଭିଯୋଗର ସତ୍ୟତା ପ୍ରମାଣ ପାଇଁ ଡକ୍ୟୁମେଣ୍ଟ ପ୍ରଦାନ କରାଯାଉ ବୋଲି ବ୍ରିଜଭୂଷଣ ଦାବି କରିଛନ୍ତି। ପୁଲିସ୍ କହିଛି ଆବଶ୍ୟକ ପଡ଼ିଲେ ବ୍ରିଜଭୂଷଣଙ୍କୁ ପୁଣି ଜେରା କରାଯିବ। ଏହି ପ୍ରସଙ୍ଗରେ ମୋଟ ୩୦ ଜଣଙ୍କ ବୟାନ ରେକର୍ଡ କରାଯିବ।




