ବ୍ରିଜଭୂଷଣଙ୍କ ବିରୋଧରେ ଏତଲା ରୁଜୁ କରାନଯିବା ମାମଲାରେ ଦିଲ୍ଲୀ ପୁଲିସକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ମହିଳା କୁସ୍ତିବିତ୍‌ଙ୍କୁ ଯୌନ ନିର୍ଯାତନା ମାମଲାରେ ପୁଲିସ୍ ଏତଲା ରୁଜୁ କରୁନଥିବା ଘଟଣାରେ ଆଜି ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସକୁ ନୋଟିସ୍‌ ଜାରି କରିଛନ୍ତି। ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। କିନ୍ତୁ ଉକ୍ତ ମାମଲାରେ ପୁଲିସ୍ ନିକଟକୁ ପାଖାପାଖି ୭ଟି ଅଭିଯୋଗ ଆସିଛି। କିନ୍ତୁ ଅଭିଯୋଗ ଉପରେ ସତ୍ୟତା ଜାଣିବା ପରେ ପୁଲିସ୍ ମାମଲା ରୁଜୁ କରିବ ବୋଲି ସୂଚନା ଦେଇଛି। କିନ୍ତୁ ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବାରୁ ଦିଲ୍ଲୀରେ ଜନ୍ତର ମନ୍ତରରେ […]

Samaya Live Picture
Published On

ନୂଆଦିଲ୍ଲୀ: ମହିଳା କୁସ୍ତିବିତ୍‌ଙ୍କୁ ଯୌନ ନିର୍ଯାତନା ମାମଲାରେ ପୁଲିସ୍ ଏତଲା ରୁଜୁ କରୁନଥିବା ଘଟଣାରେ ଆଜି ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସକୁ ନୋଟିସ୍‌ ଜାରି କରିଛନ୍ତି। ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। କିନ୍ତୁ ଉକ୍ତ ମାମଲାରେ ପୁଲିସ୍ ନିକଟକୁ ପାଖାପାଖି ୭ଟି ଅଭିଯୋଗ ଆସିଛି। କିନ୍ତୁ ଅଭିଯୋଗ ଉପରେ ସତ୍ୟତା ଜାଣିବା ପରେ ପୁଲିସ୍ ମାମଲା ରୁଜୁ କରିବ ବୋଲି ସୂଚନା ଦେଇଛି। କିନ୍ତୁ ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବାରୁ ଦିଲ୍ଲୀରେ ଜନ୍ତର ମନ୍ତରରେ ଭାରତର ଶୀର୍ଷ କୁସ୍ତିବିତ୍ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ପୋଗତ ଧାରଣାରେ ବସିଛନ୍ତି। ଦିଲ୍ଲୀ ପୁଲିସ୍ ମୁଖ୍ୟ ଅଭିଯୁକ୍ତ ତଥା ଡବ୍ଲୁଏଫ୍ଆଇ ସଭାପତି ବ୍ରିଜ ଭୂଷଣ ସରଣସିଂହଙ୍କ ବିରୋଧରେ ଦିଆଯାଇଥିବା ଏତଲାକୁ ପଞ୍ଜୀକରଣ କରୁନଥିବାରୁ ଭିନେଶ ଫୋଗତଙ୍କ ସହ କିଛି ଆନ୍ଦୋଳନକାରୀ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ମଧ୍ୟରେ ଜଣେ ନାବାଳିକା ମଧ୍ୟ ସାମିଲ ଅଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦିଆଯାଇଥିବା ଏତଲାରେ ପୋକସୋ ଆଇନ୍ ଅନୁଯାୟୀ ମାମଲା ରହିଥିବା ଦର୍ଶାଯାଇଛି। ପାଖାପାଖି ୩ ମାସ ଧରି ଏହି ମାମଲାରେ ଆନ୍ଦୋଳନ ଚାଲିଥିଲା ବେଳେ କ୍ରୀଡ଼ା ମନ୍ତ୍ରଣାଳୟ ଗଠନ କରିଥିବା କମିଟିଠୁ ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଛି।

Tags: