ବ୍ରିଜଭୂଷଣଙ୍କ ଗିରଫ ଦାବିରେ କୁସ୍ତିଯୋଦ୍ଧାଙ୍କ ମହମବତୀ ଶୋଭାଯାତ୍ରା
ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ଇସ୍ତଫା ଓ ଗିରଫ ଦାବିରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ହଜାର ହଜାର ସମର୍ଥକଙ୍କ ଗହଣରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍ ଆଗରେ ମହମବତୀ ଶୋଭାଯାତ୍ରା କରିଛନ୍ତି। ଏହି ଯାତ୍ରାରେ ହରିୟାଣା ଓ ପଞ୍ଜାବର ଅନେକ କୃଷକ ସାମିଲ ଥିଲେ। ଆନ୍ଦୋଳନକାରୀମାନେ ହାତରେ ଜାତୀୟ ପତାକା ଓ ମହମବତୀ ଧରି ଯାତ୍ରା କରିଥିଲା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ ହୋଇଥିଲେ। […]
ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ଇସ୍ତଫା ଓ ଗିରଫ ଦାବିରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ହଜାର ହଜାର ସମର୍ଥକଙ୍କ ଗହଣରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍ ଆଗରେ ମହମବତୀ ଶୋଭାଯାତ୍ରା କରିଛନ୍ତି। ଏହି ଯାତ୍ରାରେ ହରିୟାଣା ଓ ପଞ୍ଜାବର ଅନେକ କୃଷକ ସାମିଲ ଥିଲେ। ଆନ୍ଦୋଳନକାରୀମାନେ ହାତରେ ଜାତୀୟ ପତାକା ଓ ମହମବତୀ ଧରି ଯାତ୍ରା କରିଥିଲା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ ହୋଇଥିଲେ। ବ୍ରିଜଭୂଷଣଙ୍କ ବିରୋଧରେ ଚାଲିଥିବା କୁସ୍ତିଯୋଦ୍ଧାମାନଙ୍କ ଆନ୍ଦୋଳନକୁ ମାସେ ପୂରିଲାଣି। ପ୍ରବଳ ଖରା ସତ୍ତ୍ବେ କୁସ୍ତିଯୋଦ୍ଧାମାନେ ଆନ୍ଦୋଳନ ଜାରି ରଖିଛନ୍ତି।




