ବ୍ରାଥୱେଟଙ୍କ ଅର୍ଦ୍ଧଶତକ ପରେ ୱେଷ୍ଟଇଣ୍ଡିଜ୍ ୨୨୯/୫

ପୋର୍ଟ ଅଫ୍ ସ୍ପେନ୍: ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ୍ର ବର୍ଷା ପ୍ରଭାବିତ ତୃତୀୟ ଦିନରେ ଅଧିନାୟକ କ୍ରେଗ୍ ବ୍ରାଥୱେଟ୍ ଲଢ଼ୁଆ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଚାପରେ ପକାଇବାକୁ ସକ୍ଷମ ହୋଇଛନ୍ତି। ତେବେ ଟାଗନାରାୟଣ ଚନ୍ଦରପଲ (୩୩) ଓ କିର୍କ ମ୍ୟାକେଞ୍ଜି (୩୨) ଭଲ ଆରମ୍ଭର ଫାଇଦା ଉଠାଇ ପାରି ନାହାନ୍ତି। ଘରୋଇ ୱେଷ୍ଟଇଣ୍ଡିଜ୍ ଓଭରନାଇଟ୍ ସ୍କୋର ୮୬/୧ରୁ ଖେଳ ଆରମ୍ଭ ତୃତୀୟ ଦିନ ସୁଦ୍ଧା ୫ ୱିକେଟ୍ ବନିମୟରେ ୨୨୯ ରନ୍ ସଂଗ୍ରହ କରିଛି। ଅଧିନାୟକ କ୍ରେଗ୍ […]

Samaya Live Picture
Published On

ପୋର୍ଟ ଅଫ୍ ସ୍ପେନ୍: ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ୍ର ବର୍ଷା ପ୍ରଭାବିତ ତୃତୀୟ ଦିନରେ ଅଧିନାୟକ କ୍ରେଗ୍ ବ୍ରାଥୱେଟ୍ ଲଢ଼ୁଆ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଚାପରେ ପକାଇବାକୁ ସକ୍ଷମ ହୋଇଛନ୍ତି। ତେବେ ଟାଗନାରାୟଣ ଚନ୍ଦରପଲ (୩୩) ଓ କିର୍କ ମ୍ୟାକେଞ୍ଜି (୩୨) ଭଲ ଆରମ୍ଭର ଫାଇଦା ଉଠାଇ ପାରି ନାହାନ୍ତି। ଘରୋଇ ୱେଷ୍ଟଇଣ୍ଡିଜ୍ ଓଭରନାଇଟ୍ ସ୍କୋର ୮୬/୧ରୁ ଖେଳ ଆରମ୍ଭ ତୃତୀୟ ଦିନ ସୁଦ୍ଧା ୫ ୱିକେଟ୍ ବନିମୟରେ ୨୨୯ ରନ୍ ସଂଗ୍ରହ କରିଛି। ଅଧିନାୟକ କ୍ରେଗ୍ ବ୍ରାଥୱେଟ୍ ଓ ଯୁବ ତାରକା କିର୍କ ମ୍ୟାକେଞ୍ଜି ଧୈର୍ଯ୍ୟର ସହ ଖେଳିଥିଲେ। ତେବେ ମ୍ୟାକେଞ୍ଜି ବଲ୍ ଉପରୁ ନଜର ହଟାଇ ୩୨ ରନ୍ରେ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ମୁକେଶ କୁମାରଙ୍କ ପ୍ରଥମ ଶିକାର ହେବା ପୂର୍ବରୁ ବ୍ରାଥୱେଟ୍ ଓ ମ୍ୟାକେଞ୍ଜି ଦ୍ବିତୀୟ ୱିକେଟ୍ରେ କେବଳ ୪୫ ରନ୍ ଯୋଡ଼ିଥିଲେ। ବ୍ରାଥୱେଟ୍ କିନ୍ତୁ ପ୍ରଥମ ଏକ ଘଣ୍ଟାରେ ଭାରତୀୟ ବୋଲରଙ୍କ ଅଗ୍ନିବର୍ଷୀ ବୋଲିଂର ସଫଳ ମୁକାବିଲା କରିପାରିଥିଲେ। ବ୍ୟକ୍ତିଗତ ଭାବେ ସେ ୪୯ ରନ୍ରେ ଥିଲା ବେଳେ ବର୍ଷା ହୋଇ ଖେଳ ବନ୍ଦ ରହିଥିଲା। ଫଳରେ ଅମ୍ପାୟାର ଆଗୁଆ ମଧ୍ୟାହ୍ନଭୋଜନ ପାଇଁ ନିଷ୍ପତ୍ତି ନେଇଥିଲେ। ଖେଳ ପୁନଃ ଆରମ୍ଭ ହେବାର ୧୧ ବଲ୍ ପରେ ମୁକେଶ କୁମାରଙ୍କ ବଲ୍ରୁ ୨ ରନ୍ ନେଇ ବ୍ରାଥୱେଟ୍ ଖେଳ ଜୀବନର ୨୯ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ପୂର୍ବରୁ ଭାରତ ଶୁକ୍ରବାର ପ୍ରଥମ ପାଳିରେ ୪୩୮ ରନ୍ କରିଥିଲା। ରନ୍ ମେସିନ୍ ବିରାଟ କୋହଲି ନିଜ ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ରେ ଶତକ ଅର୍ଜନ କରିବାର ଗୌରବ ଅର୍ଜନ କରିଥିଲେ। ଶେଷ ଆଡ଼କୁ ଆର ଅଶ୍ବିନ ଦ୍ରୁତ ଅର୍ଦ୍ଧଶତକ ଅର୍ଜନ କରିବାରୁ ଭାରତର ସ୍କୋର ୪୦୦ ରନ୍ ଟପିଥିଲା। ରବୀନ୍ଦ୍ର ଜାଡେଜା, ଯଶସ୍ବୀ ଜୟସ୍ବାଲ ଓ ଅଧିନାୟକ ରୋହିତ ଶର୍ମା ମଧ୍ୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ।

Tags: