ବ୍ରାଜିଲ୍କୁ ମିଳଲା ୨୦୨୭ ଫିଫା ମହିଳା ବିଶ୍ବକପ୍ ଆୟୋଜନ ଅଧିକାର
ନୂଆଦିଲ୍ଲୀ: ଫିଫା କଂଗ୍ରେସ୍ରେ ୨୦୨୭ ମହିଳା ବିଶ୍ବକପ୍ ଆୟୋଜନ ଅଧିକାର ବ୍ରାଜିଲ୍କୁ ମିଳିଛି। ବେଲ୍ଜିୟମ୍, ନେଦରଲାଣ୍ଡ୍ସ ଓ ଜର୍ମାନି ଏଥିପାଇଁ ଦାବି ଉପସ୍ଥାପନ କରିଥିଲେ ମଧ୍ୟ ବ୍ରାଜିଲ୍କୁ ୧୧୯ ସଦସ୍ୟଙ୍କ ସମର୍ଥନ ମିଳିଥିଲା। ଏହାଫଳରେ ପ୍ରଥମ ଥର ପାଇଁ ଏକ ଦକ୍ଷିଣ ଆମେରିକୀୟ ଦେଶ ମହିଳା ବିଶ୍ବକପ୍ ଆୟୋଜନ କରିବାକୁ ଯାଉଛି। ପୂର୍ବରୁ ୨୦୧୪ ପୁରୁଷ ବିଶ୍ବକପ୍ ଆୟୋଜନ ସମୟରେ ୧୦ ଷ୍ଟାଡିୟମ୍ ନିର୍ମାଣ ହୋଇଥିଲା। ତେଣୁ ଆଉ ଏକ ବିଶ୍ବକପ୍ ପାଇଁ ଏହି ଦେଶ ପାଖରେ […]
ନୂଆଦିଲ୍ଲୀ: ଫିଫା କଂଗ୍ରେସ୍ରେ ୨୦୨୭ ମହିଳା ବିଶ୍ବକପ୍ ଆୟୋଜନ ଅଧିକାର ବ୍ରାଜିଲ୍କୁ ମିଳିଛି। ବେଲ୍ଜିୟମ୍, ନେଦରଲାଣ୍ଡ୍ସ ଓ ଜର୍ମାନି ଏଥିପାଇଁ ଦାବି ଉପସ୍ଥାପନ କରିଥିଲେ ମଧ୍ୟ ବ୍ରାଜିଲ୍କୁ ୧୧୯ ସଦସ୍ୟଙ୍କ ସମର୍ଥନ ମିଳିଥିଲା। ଏହାଫଳରେ ପ୍ରଥମ ଥର ପାଇଁ ଏକ ଦକ୍ଷିଣ ଆମେରିକୀୟ ଦେଶ ମହିଳା ବିଶ୍ବକପ୍ ଆୟୋଜନ କରିବାକୁ ଯାଉଛି। ପୂର୍ବରୁ ୨୦୧୪ ପୁରୁଷ ବିଶ୍ବକପ୍ ଆୟୋଜନ ସମୟରେ ୧୦ ଷ୍ଟାଡିୟମ୍ ନିର୍ମାଣ ହୋଇଥିଲା। ତେଣୁ ଆଉ ଏକ ବିଶ୍ବକପ୍ ପାଇଁ ଏହି ଦେଶ ପାଖରେ ସମସ୍ତ ଭିତ୍ତିଭୂମି ଥିବା ସହିତ ସରକାରଙ୍କର ମଧ୍ୟ ସହଯୋଗ ରହିଛି। ତେଣୁ ବ୍ରାଜିଲ୍କୁ ବିଶ୍ବକପ୍ ଆୟୋଜନ ଅଧିକାର ଦେବାକୁ ସଦସ୍ୟମାନେ ସହମତି ଦେଇଥିବା ଜଣାପଡ଼ିଛି।




