ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ଜାଡ଼େଜାଙ୍କୁ ପଦୋନ୍ନତି; ଏ+ କାଟାଗୋରିରେ ସାମିଲ

ମୁମ୍ବାଇ, ୨୭/୩ : ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜାଙ୍କୁ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ଏ+ କାଟାଗୋରିକୁ ପଦୋନ୍ନତି ମିଳିଛି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ତାଙ୍କର ପ୍ରଦର୍ଶନକୁ ଭିତ୍ତିକରି ଏହି ପାହ୍ୟା ମିଳିଥିବା ଜଣାପଡ଼ିଛି। ବିସିସିଆଇ ପକ୍ଷରୁ ଘୋଷଣା ହୋଇଥିବା କେନ୍ଦ୍ରୀୟ ଚୁକ୍ତି ତାଲିକାରେ ଏ+ କାଟାଗୋରିରେ ଜାଡ଼େଜାଙ୍କ ସହ ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି ସ୍ଥାନ ବଜାୟ ରଖିଛନ୍ତି। ଏପରିକି ଗତବର୍ଷ ଜୁଲାଇରୁ ଆହତ ଜନିତ ସମସ୍ୟା ମଧ୍ୟରେ ଗତି କରୁଥିବା ଦ୍ରୁତ […]

Samaya Live Picture
Published On

ମୁମ୍ବାଇ, ୨୭/୩ : ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜାଙ୍କୁ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ଏ+ କାଟାଗୋରିକୁ ପଦୋନ୍ନତି ମିଳିଛି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ତାଙ୍କର ପ୍ରଦର୍ଶନକୁ ଭିତ୍ତିକରି ଏହି ପାହ୍ୟା ମିଳିଥିବା ଜଣାପଡ଼ିଛି। ବିସିସିଆଇ ପକ୍ଷରୁ ଘୋଷଣା ହୋଇଥିବା କେନ୍ଦ୍ରୀୟ ଚୁକ୍ତି ତାଲିକାରେ ଏ+ କାଟାଗୋରିରେ ଜାଡ଼େଜାଙ୍କ ସହ ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି ସ୍ଥାନ ବଜାୟ ରଖିଛନ୍ତି। ଏପରିକି ଗତବର୍ଷ ଜୁଲାଇରୁ ଆହତ ଜନିତ ସମସ୍ୟା ମଧ୍ୟରେ ଗତି କରୁଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ମଧ୍ୟ ଏହି କାଟାଗୋରିରେ କାଏମ ରହିଛନ୍ତି। ଏହି କା‌ଟାଗୋରିର ଖେଳାଳିଙ୍କୁ ୭ କୋଟି ଟଙ୍କା ଦରମା ମିଳିବ। ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ବିନ, ଦ୍ରୁତ ବୋଲର ମହମ୍ମଦ ସାମି, ୱିକେଟ ରକ୍ଷକ ବ୍ୟାଟର ଋଷଭ ପନ୍ତ୍‌ ଓ ଅଲରାଉଣ୍ଡର ଅକ୍ଷର ପଟେଲ୍‌ ଏ’ କାଟ‌ାଗୋରିରେ ରହିଥିଲା ବେଳେ ଏମାନଙ୍କୁ ୫ ‌କୋଟି ଟଙ୍କା ଲେଖାଏଁ ମିଳିବ। ତେବେ ବର୍ଡର ଗାଭାସ୍କର ଟ୍ରଫିରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିବା କେଏଲ୍‌ ରାହୁଲ ତଳକୁ ଖସି ଆସିବା ସହ ବି’ କାଟାଗୋରିରେ ପହଞ୍ଚିଛନ୍ତି। ବର୍ଷ ଆରମ୍ଭରୁ ଦଳଠୁ ଦୂରରେ ଥିବା ଶିଖର ଧାୱନ ମଧ୍ୟ ସି’ କାଟାଗୋରିକୁ ଖସିଯାଇଛନ୍ତି। ଏହାବାଦ୍‌ ଆଜିଙ୍ଖ୍ୟ ରାହାଣେ, ଭୁବନେଶ୍ବର କୁମାର, ଇଶାନ୍ତ ଶର୍ମା, ମୟଙ୍କ ଅଗ୍ରୱାଲ, ହନୁମା ବିହାରୀ, ରିଦ୍ଧିମାନ ଶାହା, ଦୀପକ ଚହରଙ୍କୁ କେନ୍ଦ୍ରୀ ଚୁକ୍ତି ତାଲିକାରୁ ବାଦ୍‌ ଦିଆଯାଇଛି।

ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକା:
ଏ+ କାଟାଗୋରି: ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ୍‌ ବୁମ୍‌ରା, ରବିନ୍ଦ୍ର ଜାଡ଼େଜା
ଏ କାଟାଗୋରି: ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ସାମି, ଋଷଭ ପନ୍ତ୍‌, ଅକ୍ଷର ପଟେଲ
ବି କାଟାଗୋରି: ଚେତେଶ୍ବର ପୂଜାରା, କେଏଲ୍‌ ରାହୁଲ, ଶ୍ରେୟସ ଆୟର, ମହମ୍ମଦ ସିରାଜ, ସୂର୍ଯ୍ୟକୁମାର ଯାଦବ, ଶୁବମନ ଗିଲ୍‌
ସି କାଟାଗୋରି: ଉମେଶ ଯାଦବ, ଶିଖର ଧାୱନ, ଶର୍ଦ୍ଦୁଲ ଠାକୁର, ଇଶାନ କିଶାନ, ଦୀପକ ହୁଡ଼ା, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାସିଙ୍ଗଟନ ସୁନ୍ଦର, ସଞ୍ଜୁ ସାମସନ୍‌, ଅର୍ଶଦୀପ ସିଂହ, କେଏସ୍‌ ଭରତ

Tags: