ବିସିସିଆଇ ଏସଜିଏମରେ ବିଶ୍ବକପ୍ ଉପରେ ବଡ଼ ଘୋଷଣା ହେବ
ମୁମ୍ବାଇ: ବିସିସିଆଇ ପକ୍ଷରୁ ଆସନ୍ତା ୨୭ ତାରିଖରେ ଅହମଦାବାଦରେ ସ୍ବତନ୍ତ୍ର ସାଧାରଣ ବୈଠକ (ଏସଜିଏମ୍) ଡକାଯାଇଛି। ତେଣୁ ବୈଠକ ଶେଷ ହେବା ପରେ ଦିନିକିଆ ବିଶ୍ବକପ୍ ବାବଦରେ କିଛି ବଡ଼ ଘୋଷଣା ହେବା ନେଇ ଅନୁମାନ କରାଯାଉଛି। ଏସଜିଏମ୍ ଏଜେଣ୍ଡାରେ ୫ ଟି ବିଷୟକୁ ସ୍ଥାନ ଦିଆଯାଇଛି। ସେଥିମଧ୍ୟରୁ ଗୋଟିଏ ବିଷୟରେ ବିଶ୍ବକପ୍ ପାଇଁ କାର୍ଯ୍ୟକାରୀ କମିଟି ଗଠନ କରାଯିବାକୁ ରଖାଯାଇଛି। ତେଣୁ ବୈଠକ ପରେ ମ୍ୟାଚ୍ ସ୍ଥାନ ଗୁଡ଼ିକ ଉପରେ ଘୋଷଣା ହୋଇପାରେ। ସେହିପରି ଆୟୋଜନ […]
ମୁମ୍ବାଇ: ବିସିସିଆଇ ପକ୍ଷରୁ ଆସନ୍ତା ୨୭ ତାରିଖରେ ଅହମଦାବାଦରେ ସ୍ବତନ୍ତ୍ର ସାଧାରଣ ବୈଠକ (ଏସଜିଏମ୍) ଡକାଯାଇଛି। ତେଣୁ ବୈଠକ ଶେଷ ହେବା ପରେ ଦିନିକିଆ ବିଶ୍ବକପ୍ ବାବଦରେ କିଛି ବଡ଼ ଘୋଷଣା ହେବା ନେଇ ଅନୁମାନ କରାଯାଉଛି। ଏସଜିଏମ୍ ଏଜେଣ୍ଡାରେ ୫ ଟି ବିଷୟକୁ ସ୍ଥାନ ଦିଆଯାଇଛି। ସେଥିମଧ୍ୟରୁ ଗୋଟିଏ ବିଷୟରେ ବିଶ୍ବକପ୍ ପାଇଁ କାର୍ଯ୍ୟକାରୀ କମିଟି ଗଠନ କରାଯିବାକୁ ରଖାଯାଇଛି। ତେଣୁ ବୈଠକ ପରେ ମ୍ୟାଚ୍ ସ୍ଥାନ ଗୁଡ଼ିକ ଉପରେ ଘୋଷଣା ହୋଇପାରେ। ସେହିପରି ଆୟୋଜନ ସମିତିର ସଦସ୍ୟମାନଙ୍କ ନାମ ମଧ୍ୟ ଏହି ଅବସରରେ ଘୋଷଣା ହେବା ସମ୍ଭାବନା ରହିଛି। ବିଶ୍ବକପ୍ ସଂକ୍ରାନ୍ତରେ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ ତାରିଖ ଓ ସ୍ଥାନ ବିଷୟରେ କିଛି ସୂଚନା ଆସିନାହିଁ। ତଥାପି ଏହି କ୍ରିକେଟ ମହାକୁମ୍ଭ ଅକ୍ଟୋବର ୫ରୁ ନଭେମ୍ବର ୧୯ ମଧ୍ୟରେ ୧୨ ଟି ସ୍ଥାନରେ ଖେଳାଯିବା ନେଇ ଆକଳନ କରାଯାଉଛି। ସେହିପରି ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ପାଇଁ ଗଠନ ହେବାକୁଥିବା କମିଟି ସଦସ୍ୟଙ୍କ ବିଷୟରେ ଘୋଷଣା ହେବା ସମ୍ଭାବନା ମଧ୍ୟ ଅଛି। ଡବ୍ଲୁପିଏଲ୍ର ପ୍ରଥମ ସଂସ୍କରଣ ଆଇପିଏଲ୍ ପରିଚାଳନା ପରିଷଦ ନୀରିକ୍ଷଣରେ ମାର୍ଚ୍ଚ ମାସରେ ଆୟୋଜନ କରାଯାଇଥିଲା। କିନ୍ତୁ ଏବେ ବିସିସିଆଇ ଏଥିପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରିବାକୁ ସ୍ଥିର କରିଛି। ଏଜେଣ୍ଡାରେ ଥିବା ଅନ୍ୟ ବିଷୟ ଗୁଡ଼ିକ ମଧ୍ୟରେ ଭିତ୍ତିଭୂମି ଉନ୍ନୟନ ଓ ସବ୍ସିଡି ସବ୍ କମିଟି, ରାଜ୍ୟ ଦଳମାନଙ୍କରେ ଫିଜିଓଥେରାପିଷ୍ଟ ଓ ଟ୍ରେନର ନିଯୁକ୍ତି ସମ୍ବନ୍ଧୀୟ ନିୟମାବଳୀ ଏବଂ ଯୌନ ନିର୍ଯାତନା ପ୍ରତିରୋଧ ନିୟାମକ ଉପରେ ସଂଶୋଧନ ଆଣିବା ଉପରେ ଏସ୍ଜିଏମ୍ରେ ଆଲୋଚନା ହେବ।




