ବିଶ୍ବ ମାନ୍ୟତାରେ କୋହଲି ସପ୍ତମକୁ ଉଠିଲେ

ନୂଆଦିଲ୍ଲୀ: ବିଶ୍ବକପ୍ର ପ୍ରଥମ ଦୁଇ ମ୍ୟାଚ୍ରେ ଦୁଇଟି ଅର୍ଦ୍ଧଶତକ ମାରିଥିବା ଭାରତୀୟ ବ୍ୟାଟର ବିରାଟ କୋହଲିଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ସେ ଦୁଇଟି ସ୍ଥାନ ଉପରକୁ ଉଠି ସପ୍ତମରେ ପହଞ୍ଚିଥିବା ଆଇସିସି ଜାରି କରିଥିବା ତାଲିକାରୁ ଜଣାପଡ଼ିଛି। ଏହି ତାଲିକାରେ ବାବର ଆଜମ ଓ ଶୁବମନ ଗିଲ ଶୀର୍ଷ ଦୁଇ ସ୍ଥାନରେ ସ୍ଥିର ଅଛନ୍ତି। ସେହିପରି କେଏଲ୍ ରାହୁଲ ୧୫ଟି ସ୍ଥାନ ଚଢି ୧୯ରେ ପହଞ୍ଚିଛନ୍ତି। ବୋଲରଙ୍କ ମଧ୍ୟରେ ଯୁଗ୍ମ ଶୀର୍ଷରେ ଥିବା ଜୋସ ହାଜଲଉଡ ଭାରତୀୟ […]

Samaya Live Picture
Published On

ନୂଆଦିଲ୍ଲୀ: ବିଶ୍ବକପ୍ର ପ୍ରଥମ ଦୁଇ ମ୍ୟାଚ୍ରେ ଦୁଇଟି ଅର୍ଦ୍ଧଶତକ ମାରିଥିବା ଭାରତୀୟ ବ୍ୟାଟର ବିରାଟ କୋହଲିଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ସେ ଦୁଇଟି ସ୍ଥାନ ଉପରକୁ ଉଠି ସପ୍ତମରେ ପହଞ୍ଚିଥିବା ଆଇସିସି ଜାରି କରିଥିବା ତାଲିକାରୁ ଜଣାପଡ଼ିଛି। ଏହି ତାଲିକାରେ ବାବର ଆଜମ ଓ ଶୁବମନ ଗିଲ ଶୀର୍ଷ ଦୁଇ ସ୍ଥାନରେ ସ୍ଥିର ଅଛନ୍ତି। ସେହିପରି କେଏଲ୍ ରାହୁଲ ୧୫ଟି ସ୍ଥାନ ଚଢି ୧୯ରେ ପହଞ୍ଚିଛନ୍ତି। ବୋଲରଙ୍କ ମଧ୍ୟରେ ଯୁଗ୍ମ ଶୀର୍ଷରେ ଥିବା ଜୋସ ହାଜଲଉଡ ଭାରତୀୟ ବୋଲର ମହମ୍ମଦ ସିରାଜଙ୍କୁ ପଛକୁ ଠେଲି ଦେଇଛନ୍ତି। କୁଲଦୀପ ଶର୍ମା ତିନୋଟି ସ୍ଥାନ ଚଢି ଅଷ୍ଟମରେ ରହିଛନ୍ତି। କିନ୍ତୁ ରବୀନ୍ଦ୍ର ଜାଦେଜା (୪୭) ଏପର୍ଯ୍ୟନ୍ତ ୪୦ ଜଣଙ୍କ ଭିତରକୁ ଆସିପାରିନାହାନ୍ତି। ବାଂଲାଦେଶର ସାକିବ ଅଲ ହାସନ ଅଲରାଉଣ୍ଡରଙ୍କ ମଧ୍ୟରେ ଶୀର୍ଷ ମାନ୍ୟତା ବଜାୟ ରଖିଥିଲା ବେଳେ ମିଚେଲ ସାଣ୍ଟନର ଏକମାତ୍ର ଖେଳାଳି ଭାବେ ଶୀଷ ୧୦ ଜଣଙ୍କ ଭିତରକୁ ଆସିଛନ୍ତି।

Tags: