ବିଶ୍ବ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ପ୍ରଣୟ, ଲକ୍ଷ୍ୟଙ୍କ ବିଜୟ ଅଭିଯାନ
କୋପନହେଗନ (ଡେନ୍ମାର୍କ):ଏଠାରେ ବିଶ୍ବ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ବେଳେ ପ୍ରଥମ ଦିନରେ ଭାରତୀୟ ତାରକା ଏଚ୍ଏସ୍ ପ୍ରଣୟ ଓ ଲକ୍ଷ୍ୟ ସେନ୍ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ଏକକ ମୁକାବିଲାରେ ବିଶ୍ବର ୯ ନମ୍ବର ପ୍ରଣୟ ୨୪-୨୨, ୨୧-୧୦ରେ ଫିନ୍ଲାଣ୍ଡର କାଲେ କୋଲଜୋନେନ୍ଙ୍କୁ ପରାସ୍ତ କରିଥିଲେ। ସେହିଭଳି ଲକ୍ଷ୍ୟ ୨୧-୧୨, ୨୧-୭ରେ ମରିସସ୍ର ଜୁଲିଏନ ପଲ୍ଙ୍କୁ ହରାଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ପ୍ରଣୟ ଇଣ୍ଡୋନେସିଆର ସିଏ ଡିୱି ୱାରଡୋୟୋଙ୍କୁ ଏବଂ ଲକ୍ଷ୍ୟ କୋରିଆର ଜିଓନ ହିଓକ […]
କୋପନହେଗନ (ଡେନ୍ମାର୍କ):ଏଠାରେ ବିଶ୍ବ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ବେଳେ ପ୍ରଥମ ଦିନରେ ଭାରତୀୟ ତାରକା ଏଚ୍ଏସ୍ ପ୍ରଣୟ ଓ ଲକ୍ଷ୍ୟ ସେନ୍ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷ ଏକକ ମୁକାବିଲାରେ ବିଶ୍ବର ୯ ନମ୍ବର ପ୍ରଣୟ ୨୪-୨୨, ୨୧-୧୦ରେ ଫିନ୍ଲାଣ୍ଡର କାଲେ କୋଲଜୋନେନ୍ଙ୍କୁ ପରାସ୍ତ କରିଥିଲେ। ସେହିଭଳି ଲକ୍ଷ୍ୟ ୨୧-୧୨, ୨୧-୭ରେ ମରିସସ୍ର ଜୁଲିଏନ ପଲ୍ଙ୍କୁ ହରାଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ପ୍ରଣୟ ଇଣ୍ଡୋନେସିଆର ସିଏ ଡିୱି ୱାରଡୋୟୋଙ୍କୁ ଏବଂ ଲକ୍ଷ୍ୟ କୋରିଆର ଜିଓନ ହିଓକ ଜିନ୍ଙ୍କୁ ଭେଟିବେ। ତେବେ ମିଶ୍ରିତ ଯୁଗଳରେ ଭାରତୀୟ ଯୋଡ଼ି ରୋହନ କାପୁର ଓ ଏନ୍ ସିକ୍କି ରେଡ୍ଡୀଙ୍କ ଅଭିଯାନ ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଛି। ଏହି ଯୋଡ଼ି କଡ଼ା ସଂଘର୍ଷ କରି ୧୪-୨୧, ୨୨-୨୦, ୧୮-୨୧ରେ ସ୍କଟଲାଣ୍ଡର ଆଦାମ ହାଲ ଓ ଜୁଲି ମାକଫେରସନଙ୍କଠୁ ହାରିଯାଇଥିଲେ।




