ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାରେ ସାତ୍ତ୍ବିକ-ଚିରାଗ ପୁଣି ଯୁଗଳରେ ଏକ ନମ୍ବର
ନୂଆଦିଲ୍ଲୀ: ଭାରତର ତାରକା ବ୍ୟାଡ୍ମିଣ୍ଟନ୍ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପୁଣି ଥରେ ବିଶ୍ବର ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି। ରବିବାର ଏହି ଯୋଡ଼ି ଥାଇଲାଣ୍ଡ ଓପନ୍ ମୁକୁଟ କରାୟତ୍ତ କରିବା ପରେ ସଦ୍ୟ ପ୍ରକାଶିତ ବିଶ୍ବ ବ୍ୟାଡ୍ମିଣ୍ଟନ୍ ମହାସଂଘ (ବିଡବ୍ଲୁଏଫ୍) ମାନ୍ୟତାରେ ୯୯୬୭୦ ପଏଣ୍ଟ୍ ସହ ଦୁଇଟି ସ୍ଥାନ ଉପରକୁ ଲମ୍ଫ ଦେଇ ଶୀର୍ଷରେ ପହଞ୍ଚିଛନ୍ତି। ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଯୋଡ଼ି ସାତ୍ତ୍ବିକ-ଚିରାଗ ଚୀନ୍ର ଚେନ୍ ବୋ ୟାଙ୍ଗ ଓ […]
ନୂଆଦିଲ୍ଲୀ: ଭାରତର ତାରକା ବ୍ୟାଡ୍ମିଣ୍ଟନ୍ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପୁଣି ଥରେ ବିଶ୍ବର ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି। ରବିବାର ଏହି ଯୋଡ଼ି ଥାଇଲାଣ୍ଡ ଓପନ୍ ମୁକୁଟ କରାୟତ୍ତ କରିବା ପରେ ସଦ୍ୟ ପ୍ରକାଶିତ ବିଶ୍ବ ବ୍ୟାଡ୍ମିଣ୍ଟନ୍ ମହାସଂଘ (ବିଡବ୍ଲୁଏଫ୍) ମାନ୍ୟତାରେ ୯୯୬୭୦ ପଏଣ୍ଟ୍ ସହ ଦୁଇଟି ସ୍ଥାନ ଉପରକୁ ଲମ୍ଫ ଦେଇ ଶୀର୍ଷରେ ପହଞ୍ଚିଛନ୍ତି। ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଯୋଡ଼ି ସାତ୍ତ୍ବିକ-ଚିରାଗ ଚୀନ୍ର ଚେନ୍ ବୋ ୟାଙ୍ଗ ଓ ଲିଉ ୟିଙ୍କୁ ସିଧାସଳଖ ଗେମ୍ରେ ହରାଇ ଦ୍ବିତୀୟ ଥର ଲାଗି ଥାଇଲାଣ୍ଡ ଓପନ୍ ଟ୍ରଫି ଜିତିଥିଲେ। ଫ୍ରେଞ୍ଚ୍ ଓପନ୍ ପରେ ଏହା ସେମାନଙ୍କର ଚଳିତ ବର୍ଷର ଦ୍ବିତୀୟ ଟ୍ରଫି। ଥାଇଲାଣ୍ଡ ଓପନ୍ ସେମିଫାଇନାଲ୍ରେ ପହଞ୍ଚିଥିବା ଭାରତୀୟ ମହିଳା ଯୁଗଳ ଯୋଡ଼ି ତ୍ରିଶା କ୍ରାଷ୍ଟୋ ଓ ଅଶ୍ବିନୀ ପୋନ୍ନାପ୍ପା ୨ଟି ସ୍ଥାନ ଉଠି ୧୯ରେ ପହଞ୍ଚିଛନ୍ତି।




