ବିଶ୍ବ ବ୍ୟାଡମିଣ୍ଟନ ପ୍ରତିଯୋଗିତା ସେମିଫାଇନାଲରେ ପ୍ରଣୟ
କୋପନହେଗେନ: ଭାରତୀୟ ତାରକା ଏଚ୍ଏସ୍ ପ୍ରଣୟ ବିଶ୍ବ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ସବୁଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ବିଶ୍ବ ବିଜେତା, ଅଲିମ୍ପିକ୍ ବିଜେତା ତଥା ବିଶ୍ବର ଏକ ନମ୍ବର ଖେଳାଳି ତଥା ସ୍ଥାନୀୟ ଖେଳାଳି ଭିକ୍ଟର ଆକ୍ସେଲସେନଙ୍କୁ ୧୩-୨୧, ୨୧-୧୫, ୨୧-୧୬ରେ ପରାସ୍ତ କରି ସେମିଫାଇନାଲ୍କୁ ଉଠିଛନ୍ତି। ଏଥି ସହିତ ପ୍ରଣୟ ମଧ୍ୟ ପ୍ରଥମ ଥର ବିଶ୍ବ ପ୍ରତିଯୋଗିତାରୁ ଏକ ପଦକ ବିଜୟକୁ ନିଶ୍ଚିତ କରିଛନ୍ତି। ଅନ୍ୟପକ୍ଷରେ ଭାରତର ପୁରୁଷ ଯୁଗଳ ଯୋଡ଼ି ଚିରାଗ ସେଟ୍ଟୀ ଓ […]
କୋପନହେଗେନ: ଭାରତୀୟ ତାରକା ଏଚ୍ଏସ୍ ପ୍ରଣୟ ବିଶ୍ବ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ସବୁଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ବିଶ୍ବ ବିଜେତା, ଅଲିମ୍ପିକ୍ ବିଜେତା ତଥା ବିଶ୍ବର ଏକ ନମ୍ବର ଖେଳାଳି ତଥା ସ୍ଥାନୀୟ ଖେଳାଳି ଭିକ୍ଟର ଆକ୍ସେଲସେନଙ୍କୁ ୧୩-୨୧, ୨୧-୧୫, ୨୧-୧୬ରେ ପରାସ୍ତ କରି ସେମିଫାଇନାଲ୍କୁ ଉଠିଛନ୍ତି। ଏଥି ସହିତ ପ୍ରଣୟ ମଧ୍ୟ ପ୍ରଥମ ଥର ବିଶ୍ବ ପ୍ରତିଯୋଗିତାରୁ ଏକ ପଦକ ବିଜୟକୁ ନିଶ୍ଚିତ କରିଛନ୍ତି। ଅନ୍ୟପକ୍ଷରେ ଭାରତର ପୁରୁଷ ଯୁଗଳ ଯୋଡ଼ି ଚିରାଗ ସେଟ୍ଟୀ ଓ ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀଙ୍କ ଅଭିଯାନ କ୍ବାର୍ଟର ଫାଇନାଲ୍ରେ ଅଟକିଯାଇଛି। କ୍ବାର୍ଟର ଫାଇନାଲ୍ରେ ଚିରାଗ ଓ ସାତ୍ତ୍ବିକଙ୍କୁ ଏକାଦଶ ମାନ୍ୟତାପ୍ରାପ୍ତ ଇଣ୍ଡୋନେସିଆ ଯୋଡ଼ି କିମ୍ ଅସ୍ତ୍ରୁପ ଓ ଆନ୍ଦ୍ରେସ ସ୍କାରୁପ ରାସମୁସେନ ୨୧-୧୮, ୨୧-୧୯ରେ ପରାସ୍ତ କରି ଦେଇଛନ୍ତି। ଫଳରେ ଭାରତର ଏକମାତ୍ର ଆଶା ଏବେ ପ୍ରଣୟଙ୍କ ଉପରେ ରହିଛି।




