ବିଶ୍ବ ବ୍ୟାଡମିଣ୍ଟନର ଶୀର୍ଷ ମାନ୍ୟତା ହରାଇ ତୃତୀୟକୁ ଖସିଲେ ସାତ୍ତ୍ବିକ-ଚିରାଗ
ନୂଆଦିଲ୍ଲୀ: ଭାରତର ସବୁଠୁ ସଫଳ ବ୍ୟାଡମିଣ୍ଟନ୍ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନ ହରାଇଛନ୍ତି। ଗତ ସପ୍ତାହରେ ଇଣ୍ଡୋନେସିଆ ଓପନ୍ରୁ ଓହରିଯିବାରୁ ଏହି ଯୋଡ଼ି ଦୁଇଟି ସ୍ଥାନ ତଳକୁ ଖସିଆସିଛନ୍ତି। ଏବେ ତୃତୀୟ ସ୍ଥାନରେ ରହିଛନ୍ତି। ଚୀନ୍ର ଲିଆଙ୍ଗ ୱେଇ କେଙ୍ଗ ଓ ୱାଙ୍ଗ ଚାଙ୍ଗ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏହାପଛକୁ ଡେନମାର୍କର କିମ୍ ଅସ୍ତ୍ରୁପ ଓ ଆନ୍ଦ୍ରେସ୍ ସ୍କାର୍ପ ରସମୁସେନ୍ ସ୍ଥାନ ପାଇଛନ୍ତି। ଗତ […]
ନୂଆଦିଲ୍ଲୀ: ଭାରତର ସବୁଠୁ ସଫଳ ବ୍ୟାଡମିଣ୍ଟନ୍ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନ ହରାଇଛନ୍ତି। ଗତ ସପ୍ତାହରେ ଇଣ୍ଡୋନେସିଆ ଓପନ୍ରୁ ଓହରିଯିବାରୁ ଏହି ଯୋଡ଼ି ଦୁଇଟି ସ୍ଥାନ ତଳକୁ ଖସିଆସିଛନ୍ତି। ଏବେ ତୃତୀୟ ସ୍ଥାନରେ ରହିଛନ୍ତି। ଚୀନ୍ର ଲିଆଙ୍ଗ ୱେଇ କେଙ୍ଗ ଓ ୱାଙ୍ଗ ଚାଙ୍ଗ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏହାପଛକୁ ଡେନମାର୍କର କିମ୍ ଅସ୍ତ୍ରୁପ ଓ ଆନ୍ଦ୍ରେସ୍ ସ୍କାର୍ପ ରସମୁସେନ୍ ସ୍ଥାନ ପାଇଛନ୍ତି। ଗତ ମାସରେ ଥାଇଲାଣ୍ଡ ଓପନ୍ ଜିତି ଚିରାଗ-ସାତ୍ତ୍ବିକ ଶୀର୍ଷ ସ୍ଥାନ ବଜାୟ ରଖିଥିଲେ। କିନ୍ତୁ ସିଙ୍ଗାପୁର ଓପନ୍ରେ ପ୍ରଥମ ରାଉଣ୍ଡରୁ ଏହି ଯୋଡ଼ି ବିଦାୟ ନେଇଥିଲା। ଏକକ ମାନ୍ୟତାରେ ଏଚ୍ଏସ୍ ପ୍ରଣୟ ଓ ଲକ୍ଷ୍ୟ ସେନ୍ ଯଥାକ୍ରମେ ଦଶମ ଓ ଚତୁର୍ଦଶ ସ୍ଥାନରେ ରହିଛନ୍ତି। କିଦାମ୍ବି ଶ୍ରୀକାନ୍ତ ୪ଟି ସ୍ଥାନ ତଳକୁ ଖସି ୩୨ରେ ରହିଛନ୍ତି। ଦୁଇ ଥରର ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ମହିଳା ଏକକର ଦଶମ ସ୍ଥାନ ବଜାୟ ରଖିଛନ୍ତି। ମହିଳା ଯୁଗଳରେ ତନିଷା କ୍ରାଷ୍ଟୋ ଓ ଅଶ୍ବିନୀ ପୋନାପ୍ପା ଗୋଟିଏ ସ୍ଥାନରେ ଉନ୍ନତି ଆଣି ଉନବିଂଶ ସ୍ଥାନରେ ଏବଂ ତ୍ରିଷା ଜଲି ଓ ଗାୟତ୍ରୀ ଗୋପିଚାନ୍ଦଙ୍କ ଯୋଡ଼ି ୨୪ରେ ପହଞ୍ଚିଛନ୍ତି।




