ବିଶ୍ବ ବକ୍ସିଂ ସଦସ୍ୟତା ଗ୍ରହଣ କଲା ଭାରତୀୟ ମୁଷ୍ଟିଯୁଦ୍ଧ ମହାସଂଘ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଦ୍ବାରା ନିଲମ୍ବିତ ହୋଇଥିବା ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ସଂଘ (ଆଇବିଏ)ଠୁ ଆନୁଷ୍ଠାନିକ ଭାବେ ସମ୍ପର୍କ ଛିନ୍ନ କରିଛି ଭାରତୀୟ ମୁଷ୍ଟିଯୁଦ୍ଧ ମହାସଂଘ (ବିଏଫ୍ଆଇ)। ତେବେ ବିଶ୍ବରେ ମୁଷ୍ଟିଯୁଦ୍ଧ ପରିଚାଳନା ପାଇଁ ନୂତନ ଭାବେ ଗଠନ ହୋଇଥିବା ବିଶ୍ବ ବକ୍ସିଂ (ଡବ୍ଲୁବି) ସହ ହାତ ମିଳାଇ ସଦସ୍ୟତା ଗ୍ରହଣ କରିଛି ବିଏଫ୍ଆଇ। ଭାରତୀୟ ମୁଷ୍ଟିଯୋଦ୍ଧାମାନଙ୍କୁ କ୍ରୀଡ଼ାର ସର୍ବୋଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏକ ପ୍ଲାଟଫର୍ମ ଯୋଗାଇବା ଆଶା ନେଇ ବିଏଫ୍ଆଇ ଏଭଳି ନିଷ୍ପତ୍ତି […]
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଦ୍ବାରା ନିଲମ୍ବିତ ହୋଇଥିବା ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ସଂଘ (ଆଇବିଏ)ଠୁ ଆନୁଷ୍ଠାନିକ ଭାବେ ସମ୍ପର୍କ ଛିନ୍ନ କରିଛି ଭାରତୀୟ ମୁଷ୍ଟିଯୁଦ୍ଧ ମହାସଂଘ (ବିଏଫ୍ଆଇ)। ତେବେ ବିଶ୍ବରେ ମୁଷ୍ଟିଯୁଦ୍ଧ ପରିଚାଳନା ପାଇଁ ନୂତନ ଭାବେ ଗଠନ ହୋଇଥିବା ବିଶ୍ବ ବକ୍ସିଂ (ଡବ୍ଲୁବି) ସହ ହାତ ମିଳାଇ ସଦସ୍ୟତା ଗ୍ରହଣ କରିଛି ବିଏଫ୍ଆଇ। ଭାରତୀୟ ମୁଷ୍ଟିଯୋଦ୍ଧାମାନଙ୍କୁ କ୍ରୀଡ଼ାର ସର୍ବୋଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏକ ପ୍ଲାଟଫର୍ମ ଯୋଗାଇବା ଆଶା ନେଇ ବିଏଫ୍ଆଇ ଏଭଳି ନିଷ୍ପତ୍ତି ନେଇଛି। ଆଇବିଏର ଶାସନ, ଆର୍ଥିକ ପରିଚାଳନା ଓ କ୍ରୀଡ଼ା ଅଖଣ୍ଡତା ଉପରେ ଖପ୍ପା ହେବା ସହ ୨୦୧୯ରେ ଏହାର ମାନ୍ୟତାକୁ ପ୍ରତ୍ୟାହାର କରିଥିଲା ଆଇଓସି। ଆଇବିଏର ପୂର୍ବତନ ସଭାପତି ପ୍ରାର୍ଥୀ ବୋରିସ ଭାନ୍ ଡର ଭୋର୍ଷ୍ଟଙ୍କ ନେତୃତ୍ବରେ ବିଶ୍ବ ବକ୍ସିଂ ୨୦୨୩ ଏପ୍ରିଲ୍ରେ ଗଠନ ହୋଇଥିଲା।




