ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ପାଇଁ ଭାରତୀୟ ଦଳର ଘୋଷଣା

ମୁମ୍ବାଇ: ଲଣ୍ଡନର ଓଭାଲରେ ଜୁନ୍ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ (ଡବ୍ଲୁଟିସି) ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଘୋଷଣା ହୋଇଥିବା ଏହି ଦଳରେ ଆହତ ଶ୍ରେୟସ ଆୟରଙ୍କ ସ୍ଥାନରେ ୧୫ ମାସ ପରେ ଆଜିଙ୍କ୍ୟ ରାହାଣେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସୋମବାର ଚୟନ ସମିତି ବୈଠକ ବସିବା ପରେ ଦଳରେ ତିନି ସ୍ପିନର ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ୍ଙ୍କୁ ସାମିଲ […]

Samaya Live Picture
Published On

ମୁମ୍ବାଇ: ଲଣ୍ଡନର ଓଭାଲରେ ଜୁନ୍ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ (ଡବ୍ଲୁଟିସି) ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଘୋଷଣା ହୋଇଥିବା ଏହି ଦଳରେ ଆହତ ଶ୍ରେୟସ ଆୟରଙ୍କ ସ୍ଥାନରେ ୧୫ ମାସ ପରେ ଆଜିଙ୍କ୍ୟ ରାହାଣେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସୋମବାର ଚୟନ ସମିତି ବୈଠକ ବସିବା ପରେ ଦଳରେ ତିନି ସ୍ପିନର ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ୍ଙ୍କୁ ସାମିଲ କରାଯାଇଥିଲା ବେଳେ ଦ୍ରୁତ ବୋଲର ଶର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ ଓ ଜୟଦେବ ଉନାଡ଼କଟ୍ଙ୍କୁ ସାମିଲ କରାଯାଇଛି। ଋଷଭ ପନ୍ତ୍ ଉପଲବ୍ଧ ହେଉନଥିବାରୁ କେଏସ୍ ଭରତ ଏକମାତ୍ର ୱିକେଟକିପର ଭାବେ ଦଳରେ ସ୍ଥାନ ପାଇଛନ୍ତି। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରେ ଖେଳିଥିବା ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ ଓ କୁଲଦୀପ ଯାଦବଙ୍କୁ ଡବ୍ଲୁଟିସି ଫାଇନାଲ୍ ଦଳରୁ ବାଦ୍ ଦିଆଯାଇଛି। ଦଳରେ କେହି ଉପ ଅଧିନାୟକ ନିଯୁକ୍ତ ହୋଇନଥିବାରୁ ଚେତେଶ୍ବର ପୂଜାରାଙ୍କୁ ଏହି ଦାୟିତ୍ବ ମିଳିପାରେ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେଏଲ୍ ରାହୁଲ, କେଏସ୍ ଭରତ, ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଡ଼କଟ୍।

Tags: