ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍: ଅଷ୍ଟ୍ରେଲିଆ-ଭାରତ ରେକର୍ଡ ଉପରେ ନଜର
ନୂଆଦିଲ୍ଲୀ: ଲଣ୍ଡନର ଦ ଓଭାଲରେ ଜୁନ୍ ୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି)ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହାକୁ ନେଇ ଦୁଇ ଦଳର ପୂର୍ବତନ ଖେଳାଳି ଏବଂ କ୍ରିକେଟ୍ ପଣ୍ଡିତମାନେ ଉଭୟ ଦଳର ଶକ୍ତି ଓ ସାମର୍ଥ୍ୟକୁ ନେଇ ନେଇ ଆକଳନ କରି ଚାଲିଛନ୍ତି। ସମାନ ସମୟରେ ଅଷ୍ଟ୍ରେଲିଆ ଦଳ କିନ୍ତୁ ନିଜର ଦ ଓଭାଲ୍ ରେକର୍ଡକୁ ନେଇ ଅଧିକ ଚିନ୍ତିତ। ଟେଷ୍ଟ୍ କ୍ରିକେଟ୍ ଇତିହାସରେ ଅଷ୍ଟ୍ରେଲିଆ ପାଇଁ ଏହି ପଡ଼ିଆ […]
ନୂଆଦିଲ୍ଲୀ: ଲଣ୍ଡନର ଦ ଓଭାଲରେ ଜୁନ୍ ୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି)ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହାକୁ ନେଇ ଦୁଇ ଦଳର ପୂର୍ବତନ ଖେଳାଳି ଏବଂ କ୍ରିକେଟ୍ ପଣ୍ଡିତମାନେ ଉଭୟ ଦଳର ଶକ୍ତି ଓ ସାମର୍ଥ୍ୟକୁ ନେଇ ନେଇ ଆକଳନ କରି ଚାଲିଛନ୍ତି। ସମାନ ସମୟରେ ଅଷ୍ଟ୍ରେଲିଆ ଦଳ କିନ୍ତୁ ନିଜର ଦ ଓଭାଲ୍ ରେକର୍ଡକୁ ନେଇ ଅଧିକ ଚିନ୍ତିତ। ଟେଷ୍ଟ୍ କ୍ରିକେଟ୍ ଇତିହାସରେ ଅଷ୍ଟ୍ରେଲିଆ ପାଇଁ ଏହି ପଡ଼ିଆ ସବୁବେଳେ ଦୁର୍ଭାଗ୍ୟ ହୋଇ ରହିଛି। ୧୮୮୦ ମସିହାରେ ଇଂଲଣ୍ଡରେ ପ୍ରଥମ ଟେଷ୍ଟ୍ ଖେଳିବା ପରଠାରୁ ଅଷ୍ଟ୍ରେଲିଆ ଓଭାଲରେ ୩୮ ଟେଷ୍ଟ୍ ଖେଳି ମାତ୍ର ୭ଟି ଜିତିଛି। ଯାହାର ବିଜୟ ପ୍ରତିଶତ ରହିଛି ୧୮.୪୨। ଇଂଲଣ୍ଡର ସମସ୍ତ ପଡ଼ିଆ ତୁଳନାରେ ଦଳର ଏହା ସବୁଠାରୁ ଖରାପ। ଏହି ଧାରାକୁ କାମେରନ୍ ଗ୍ରିନ୍ଙ୍କ ଦଳ ଭାଙ୍ଗିବା ଆଶାରେ ରହିଛି। ସବୁଠାରୁ ବଡ଼ କଥା ହେଲା ବିଗତ ୫୦ ବର୍ଷ ଭିତରେ ଅଷ୍ଟ୍ରେଲିଆ ଦ ଓଭାଲରେ ମାତ୍ର ଦୁଇ ଥର ଜିତିଛି। ଭାରତ ପାଇଁ ମଧ୍ୟ ଦ ଓଭାଲ୍ ରେକର୍ଡ ବିଶେଷ ଭଲ ନୁହେଁ। ଏଠାରେ ଟିମ୍ ଇଣ୍ଡିଆ ୨ ବିଜୟ, ୭ ଅମୀମାଂସିତ ଓ ୫ ପରାଜୟ ବରଣ କରିଛି। ରୋହିତ ଶର୍ମାଙ୍କ ଦଳ ପାଇଁ କିନ୍ତୁ ଆତ୍ମବିଶ୍ବାସର କାରଣ ହେଉଛି ୨୦୨୧ ଶେଷ ଗସ୍ତରେ ଓଭାଲରେ ଇଂଲଣ୍ଡକୁ ୧୫୭ ରନ୍ରେ ପରାସ୍ତ କରିଥିଲା। ୪୦ ବର୍ଷରେ ଭାରତ ପାଇଁ ଏହି ପଡ଼ିଆରେ ଥିଲା ପ୍ରଥମ ବିଜୟ। ଚଳିତ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (୨୦୨୧-୨୩)ରେ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲରେ ଶୀର୍ଷରେ ରହି ଫାଇନାଲ୍ ଆସିଥିବା ବେଳେ ରୋହିତ ଶର୍ମାଙ୍କ ଦଳ ଦ୍ବିତୀୟରେ ରହିଥିଲା। ଅଷ୍ଟ୍ରେଲିଆର ଏକମାତ୍ର ଶୃଙ୍ଖଳା ପରାଜୟ ଚଳିତ ବର୍ଷ ଫେବ୍ରୁଆରି-ମାର୍ଚ୍ଚରେ ଭାରତ ଗସ୍ତରେ (୧-୨) ବରଣ କରିଥିଲା। ୮ ବର୍ଷ ଧରି ଭାରତକୁ ଅଷ୍ଟ୍ରେଲିଆ ଘରୋଇ କି ବିଦେଶରେ ଟେଷ୍ଟ୍ ଶୃଙ୍ଖଳାରେ ହରାଇ ନାହିଁ।




