ବିଶ୍ବ ଟେବୁଲ୍ ଟେନିସ୍ ପ୍ରତିଯୋଗିତାର ନକ୍ଆଉଟରେ ଭାରତ

ବୁସାନ: ଭାରତୀୟ ପୁରୁଷ ଓ ମହିଳା ଦଳ ଏଠାରେ ଚାଲିଥିବା ବିଶ୍ବ ଟେବୁଲ୍ ଟେନିସ୍ (ଟିଟି) ପ୍ରତିଯୋଗିତାର ନକ୍ଆଉଟ୍ରେ ପ୍ରବେଶ କରିଛନ୍ତି। ଶେଷ ଗ୍ରୁପ୍ ମ୍ୟାଚ୍ରେ ପୁରୁଷ ଦଳ ୩-୦ରେ ନ୍ୟୁଜିଲାଣ୍ଡକୁ ଏବଂ ମହିଳା ଦଳ ୩-୨ରେ ସ୍ପେନ୍କୁ ପରାସ୍ତ କରିଛନ୍ତି। ମହିଳା ମ୍ୟାଚ୍ରେ ଶ୍ରୀଜା ଅକୁଲା ଓ ମନିକା ବାତ୍ରା ନିଜ ନିଜର ପ୍ରଥମ ଏକକ ମ୍ୟାଚ୍ ହାରିଯାଇଥିଲେ। ତୃତୀୟ ଏକକ ମ୍ୟାଚ୍ରେ ଆହିକା ମୁଖାର୍ଜୀ ଏବଂ ଚତୁର୍ଥ, ପଞ୍ଚମରେ ଯଥାକ୍ରମେ ଶ୍ରୀଜା ଓ ମନିକା […]

Samaya Live Picture
Published On

ବୁସାନ: ଭାରତୀୟ ପୁରୁଷ ଓ ମହିଳା ଦଳ ଏଠାରେ ଚାଲିଥିବା ବିଶ୍ବ ଟେବୁଲ୍ ଟେନିସ୍ (ଟିଟି) ପ୍ରତିଯୋଗିତାର ନକ୍ଆଉଟ୍ରେ ପ୍ରବେଶ କରିଛନ୍ତି। ଶେଷ ଗ୍ରୁପ୍ ମ୍ୟାଚ୍ରେ ପୁରୁଷ ଦଳ ୩-୦ରେ ନ୍ୟୁଜିଲାଣ୍ଡକୁ ଏବଂ ମହିଳା ଦଳ ୩-୨ରେ ସ୍ପେନ୍କୁ ପରାସ୍ତ କରିଛନ୍ତି। ମହିଳା ମ୍ୟାଚ୍ରେ ଶ୍ରୀଜା ଅକୁଲା ଓ ମନିକା ବାତ୍ରା ନିଜ ନିଜର ପ୍ରଥମ ଏକକ ମ୍ୟାଚ୍ ହାରିଯାଇଥିଲେ। ତୃତୀୟ ଏକକ ମ୍ୟାଚ୍ରେ ଆହିକା ମୁଖାର୍ଜୀ ଏବଂ ଚତୁର୍ଥ, ପଞ୍ଚମରେ ଯଥାକ୍ରମେ ଶ୍ରୀଜା ଓ ମନିକା ବିଜୟୀ ହେବାରୁ ସ୍ପେନ୍ ପରାଜୟ ବରଣ କରିଥିଲା। ପୁରୁଷରେ ହର୍ମିତ ଦେଶାଇ, ଜି. ସାଥିୟାଁ ଓ ମନୁଷ ଶାହ ନିଜ ନିଜ ମ୍ୟାଚ୍ ଜିତି ଭାରତକୁ ନକ୍ଆଉଟ୍ରେ ପହଞ୍ଚାଇଥିଲେ।

Tags: